Posted inଜାତୀୟ

ଆଇସିଜେ ରାୟ: ଭାରତର ବୃହତ୍‌ ବିଜୟ

ହେଗ୍‌,୧୮ା୭(ପି.ଟି./ଆଇଏଏନ୍‌ଏସ୍‌): କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିଥିବା ସ୍ଥଗିତାଦେଶକୁ ବୁଧବାର ଅନ୍ତର୍ଜାତୀୟ ଅଦାଲତ ବଳବତ୍ତର ରଖିଛନ୍ତି। ଏହି ହାଇପ୍ରେଫାଇଲ୍‌ ମାମଲାର ରାୟ ପ୍ରକାଶ ବେଳେ ଭାରତ ସପକ୍ଷରେ ୧୫ ବିଚାରପତି ମତ ଦେଇଛନ୍ତି। ହେଲେ ଆଇସିଜେରେ ଅସ୍ଥାୟୀ ବିଚାରପତି ଥିବା ପାକିସ୍ତାନର ପୂର୍ବତନ ପ୍ରଧାନ ବିଚାରପତି ତସାଦୁକ୍‌ ହୁସେନ ଜିଲାନି ଭିନ୍ନମତ ପ୍ରକାଶ କରିଛନ୍ତି। ଏହାସତ୍ତ୍ୱେ ସଂଖ୍ୟାଗରିଷ୍ଠ ମତ ପାକିସ୍ତାନୀ ସେନା କୋର୍ଟ ବିରୋଧରେ ଯାଇଥିବାରୁ ଏହାକୁ ଭାରତର ବୃହତ୍‌ ବିଜୟ ବୋଲି କୁହାଯାଉଛି।
ପୋଓ୍ବାଇ ନିବାସୀ ୪୯ ବର୍ଷୀୟ କୁଳଭୂଷଣ ସୁଧୀର ଯାଦବ ନୌସେନାରୁ ଅବସର ନେବା ପରେ ବ୍ୟବସାୟ କରୁଥିଲେ। ସେ ଇରାନକୁ ବ୍ୟବସାୟିକ କାମରେ ଯାଇଥିବାବେଳେ ୨୦୧୬ ମାର୍ଚ୍ଚ ୩ରେ ପାକିସ୍ତାନୀ ସୁରକ୍ଷା ବଳ ତାଙ୍କୁ ଅପହରଣ କରି ନେଇଥିଲେ। ଗୁପ୍ତଚର ବୃତ୍ତି ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ବେଲୁଚିସ୍ତାନରୁ ଗିରଫ କରାଯାଇଥିବା ଦର୍ଶାଇ ପାକିସ୍ତାନ ମାମଲା ରୁଜୁ କରିଥିଲା। ଏହାର ୨୨ ଦିନ ପରେ ଅର୍ଥାତ୍‌ ମାର୍ଚ୍ଚ ୨୫ରେ ତାଙ୍କ ଗିରଫଦାରି ସମ୍ପର୍କରେ ଭାରତକୁ ଅବଗତ କରାଇଥିଲା। ସେଠାକାର ସାମରିକ କୋର୍ଟ କୁଳଭୂଷଣଙ୍କୁ ଜୋରଜବରଦସ୍ତି ଦୋଷ ସ୍ବୀକାର କରାଇ ଦୋଷୀ ସାବ୍ୟସ୍ତ କରିବା ସହ ୨୦୧୭ ଏପ୍ରିଲ ୧୦ରେ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା। କୁଳଭୂଷଣଙ୍କୁ ନୂଆଦିଲ୍ଲୀ ପକ୍ଷରୁ ଉଚ୍ଚାୟୁକ୍ତଙ୍କ ଜରିଆରେ ଆଇନଗତ ସହାୟତା ପ୍ରଦାନ ପାଇଁ ବାରମ୍ବାର ଅନୁରୋଧ କରାଯାଇଥିବାବେଳେ ଇସ୍‌ଲାମାବାଦ ମନା କରିଦେଇଥିଲା। ଫଳରେ ୨୦୧୮ ମେ ୮ରେ ଭାରତ କୁଳଭୂଷଣଙ୍କ ସ୍ବୀକାରୋକ୍ତିକୁ ନେଇ ଆଇସିଜେରେ ପ୍ରଶ୍ନ ଉଠାଇବା ସହ ପାକିସ୍ତାନ ବିରୋଧରେ ଭିଏନା ଚୁକ୍ତି ଉଲ୍ଲଂଘନ ଅଭିଯୋଗ ଆଣିଥିଲା। ଏହାସହ ତାଙ୍କ ବିରୋଧରେ ପାକିସ୍ତାନ ଦେଇଥିବା ଦଣ୍ଡାଦେଶ ରଦ୍ଦ କରିବା ପାଇଁ ଅନ୍ତର୍ଜାତୀୟ ଅଦାଲତଙ୍କୁ ଅନୁରୋଧ କରିଥିଲା। ୨୦୧୮ ମେ ୧୮ରେ ଆଇସିଜେ ପାକିସ୍ତାନର ରାୟ ଉପରେ ସ୍ଥଗିତାଦେଶ ରାଜି କରିଥିଲେ। ଆଇସିଜେ ଅଧ୍ୟକ୍ଷ ବିଚାରପତି ଅବ୍‌ଦୁଲକାଓ୍ବି ଅହମ୍ମଦ ୟୁସୁଫ୍‌ ଅଧ୍ୟକ୍ଷତା କରୁଥିବା ୧୫ ଜଣିଆ ଖଣ୍ଡପୀଠ ଉଭୟ ପକ୍ଷର ଜବାବ ଓ ପ୍ରତିଜବାବ ଶୁଣିବା ପରେ ଗତ ଫେବୃୟାରୀ ୨୧ରେ ଶୁଣାଣି ଶେଷ କରି ମାମଲାର ରାୟ ସଂରକ୍ଷିତ ରଖିଥିଲେ। ଏହି ମାମଲାର ଶୁଣାଣି ପ୍ରକ୍ରିୟା ୨ ବର୍ଷ ୨ ମାସରେ ଶେଷ ହୋଇଛି। ୧୫ ସଦସ୍ୟତା ବିଶିଷ୍ଟ ଆଇସିଜେରେ ଭାରତ ପକ୍ଷରୁ ଜଷ୍ଟିସ୍‌ ଦଲବୀର ଭଣ୍ଡାରୀ (ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି) ପ୍ରତିନିଧିତ୍ୱ କରୁଥିବାବେଳେ ପାକିସ୍ତାନର କୌଣସି ସ୍ଥାୟୀ ବିଚାରପତି ନାହାନ୍ତି। ଜଷ୍ଟିସ୍‌ ଜିଲାନିଙ୍କୁ ସେଠାରେ ଅସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ଜିଲାନି ଏହି ମାମଲାରେ ଭାରତ ବିପକ୍ଷରେ ମତ ରଖିଥିଲେ।
୧୪ରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଇ-ମହମ୍ମଦର ଆକ୍ରମଣରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ସୁରକ୍ଷା ବଳ ଉପରକୁ ଆମତ୍ଘାତୀ ଆକ୍ରମଣ ହୋଇଥିଲା। ଏଥିରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହୋଇଥିଲେ। ଏହି ଆକ୍ରମଣ ପରେ କୁଳଭୂଷଣ ମାମଲାର ୪ ଦିନିଆ ଶୁଣାଣି ହୋଇଥିଲା। ଶୁଣାଣି ବେଳେ ଉଭୟ ଭାରତ ଓ ପାକିସ୍ତାନ ନିଜ ନିଜ ପକ୍ଷ ରଖି ବିସ୍ତୃତ ତଥ୍ୟ ଓ ଯୁକ୍ତି ଉପସ୍ଥାପନ କରିଥିଲେ। ଭାରତ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ହରିସ୍‌ ସାଲ୍‌ଭେ ଦୁଇଟି ପ୍ରସଙ୍ଗ ଉଠାଇଥିଲେ। ଗୋଟିଏ ହେଉଛି ଭିଏନା ଚୁକ୍ତିର ଉଲ୍ଲଂଘନ ଓ ଅନ୍ୟଟି ପ୍ରସ୍ତାବନାର ପ୍ରକ୍ରିୟା। ପାକିସ୍ତାନର କୁଖ୍ୟାତ୍‌ ସେନା କୋର୍ଟଗୁଡ଼ିକର କାର୍ଯ୍ୟକାରିତା ଉପରେ ସେ ପ୍ରଶ୍ନ ଉଠାଇ କୁଳଭୂଷଣଙ୍କୁ ଜବରଦସ୍ତ ଦୋଷ ସ୍ବୀକାର କରିବାକୁ ବାଧ୍ୟ କରାଯାଇଛି। ତେଣୁ ତାଙ୍କ ବିରୋଧରେ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶ ରଦ୍ଦ କରିବାକୁ ସାଲ୍‌ଭେ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଶୁଣାଣିର ଶେଷ ଦିନରେ ପାକିସ୍ତାନର ଓକିଲ ଖାଓ୍ବର କୁରେଶୀ ଭାରତର ଦାବିକୁ ପ୍ରତ୍ୟାଖ୍ୟାନ କରି ଗ୍ରହଣଯୋଗ୍ୟ ନୁହେଁ ବୋଲି ଘୋଷଣା କରିବା ପାଇଁ ଆଇସିଜେଙ୍କୁ ଅନୁରୋଧ କରିଥିଲେ।

ଭିଏନା ଚୁକ୍ତି କ’ଣ


କନ୍‌ସୁଲାର ସମ୍ପର୍କ ଉପରେ ଭିଏନା ସମ୍ମିଳନୀ ୧୯୬୩ରେ ହୋଇଥିଲା। ଏହା ହେଉଛି ସ୍ବାଧୀନ ରାଷ୍ଟ୍ରଗୁଡିକ ମଧ୍ୟରେ କୂଟନୈତିକ ସ୍ତରରେ ଆଇନଗତ ସହାୟତା ଯୋଗାଇଦେବା ଲାଗି ଅନ୍ତର୍ଜାତୀୟ ଚୁକ୍ତି। ଏହାକୁ ୧୮୦ଟି ରାଷ୍ଟ୍ର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଉକ୍ତ ଚୁକ୍ତିନାମାରେ ୭୯ଟି ଅନୁଚ୍ଛେଦ ରହିଛି। ଅନୁଚ୍ଛେଦ ୩୬ରେ ପ୍ରେରକ ରାଷ୍ଟ୍ରର ନାଗରିକ ଏବଂ କନ୍‌ସୁଲାର ଅଫିସରଙ୍କ ମଧ୍ୟରେ ଯୋଗାଯୋଗ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ପ୍ରେରକ ରାଷ୍ଟ୍ରର ନାଗରିକ ସହ ଜଣେ କନ୍‌ସୁଲାର ଅଫିସରଙ୍କର ଯୋଗାଯୋଗ କରିବାର ସ୍ବାଧୀନତା ଏଥିରେ ପ୍ରଦାନ କରାଯାଇଛି ଏବଂ ଏହା ସେମାନଙ୍କୁ ଯୋଗାଇଦେବାକୁ ହେବ। ଗିରଫ କିମ୍ବା ଅଟକ ଥିବା ବିଦେଶୀ ନାଗରିକମାନଙ୍କ ସମ୍ପର୍କରେ ସେମାନଙ୍କ ଦେଶର ଦୂତାବାସକୁ ଅବିଳମ୍ବେ ନୋଟିସ ଦେବାକୁ ହେବ। ସେହିପରି ଜେଲ୍‌ରେ ଥିବା କିମ୍ବା ଅଟକ ଥିବା ବ୍ୟକ୍ତିଙ୍କୁ ଭେଟିବା ଅଧିକାର କନ୍‌ସୁଲାର ଅଫିସରଙ୍କର ରହିଛି। ସେ ଉକ୍ତ ଗିରଫ ବ୍ୟକ୍ତିଙ୍କ ସହ ଆଲୋଚନା କରି ତାଙ୍କର ଆଇନଗତ ପ୍ରତିନିଧିତ୍ୱର ବ୍ୟବସ୍ଥା କରିପାରିବେ। କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ସରକାର ଏହାର ଉଲ୍ଲଂଘନ କରିଥିବା ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ତାଙ୍କ ରାୟରେ କହିଛନ୍ତି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରତିଷ୍ଠା ହୋଇଥିଲା ଆଇସିଜେ

ଅନ୍ତର୍ଜାତୀୟ ନ୍ୟାୟ ଅଦାଲତ (ଆଇସିଜେ)କୁ ବିଶ୍ୱ ଅଦାଲତ ମଧ୍ୟ କୁହାଯାଇଥାଏ। ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଦାଏର ଅନ୍ତର୍ଜାତୀୟ ଆଇନଗତ ବିବାଦର ସମାଧାନ କରିବା ହେଉଛି ଆଇସିଜେର ମୁଖ୍ୟ କାର୍ଯ୍ୟ। ଏହା ବ୍ୟତୀତ ଜାତିସଂଘ ପଠାଇଥିବା ଆଇନଗତ ପ୍ରସଙ୍ଗ ଉପରେ ଏହା ପରାମର୍ଶ ଦେଇଥାଏ। ଆଇସିଜେ ମତାମତ ଏବଂ ରାୟକୁ ଅନ୍ତର୍ଜାତୀୟ ଆଇନର ଉତ୍ସ ଭାବେ ଗ୍ରହଣ କରାଯାଏ। ଲିଗ୍‌ ଅଫ୍‌ ନେଶନ୍ସ ଦ୍ୱାରା ୧୯୨୦ରେ ସ୍ଥାୟୀ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ପିସିଆଇଜେ) ଗଠନ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଲିଗ୍‌ ଅଫ୍‌ ନେଶନ୍ସ ଜାତିସଂଘରେ ପରିଣତ ହେବା ସହ ପିସିଆଇଜେକୁ ଆଇସିଜେରେ ପରିବର୍ତ୍ତନ କରାଯାଇଥିଲା। ଏହାର ମୁଖ୍ୟ କାର୍ଯ୍ୟାଳୟ ନେଦରଲ୍ୟାଣ୍ଡ୍‌ସର ହେଗ୍‌ଠାରେ ରହିଛି। ଆଇସିଜେରେ ୧୫ ଜଣିଆ ବିଚାରପତି କମିଟି ରହିଛି। ସେମାନେ ଜାତିସଂଘ ସାଧାରଣ ପରିଷଦ ଏବଂ ସୁରକ୍ଷା ପରିଷଦ ଦ୍ୱାରା ୯ ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି।

ଆଇନଜୀବୀ ଭାବେ ସନ୍ତୁଷ୍ଟ: ହରିଶ୍‌ ସାଲ୍‌ଭେ

କୁଳଭୂଷଣ ଯାଦବ ମାମଲାରେ ଭରତ ପକ୍ଷରୁ ଆଇସିଜେରେ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ହରିଶ୍‌ ସାଲ୍‌ଭେ ରାୟ ଆସିବା ପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଲଣ୍ଡନସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ସାଲ୍‌ଭେ କହିଛନ୍ତି, ଭିଏନା ଚୁକ୍ତି ଉଲ୍ଲଂଘନ କରିଥିବାରୁ କୁଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ନେଇ ରାୟର ପୁନର୍ବିଚାର କରିବାକୁ ପାକିସ୍ତାନକୁ ଆଇସିଜେ ନିର୍ଦ୍ଦେଶ ଦେବା ଗୁରୁତ୍ୱପୂର୍ଣ୍ଣ। ଜଣେ ଆଇନଜୀବୀ ଭାବେ ଏହି ରାୟ ସହ ଆଶ୍ୱସ୍ତି ଲାଭ କରୁଛି। ଫାଶୀ ଦିଆଯିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ଅଦାଲତ କହିଥିବାରୁ ଖୁସି ଅନୁଭବ କରୁଛି। ପ୍ରକାଶ ଯେ, ଏହି ସମ୍ବେଦନଶୀଳ ହାଇପ୍ରୋଫାଇଲ୍‌ ମାମଲା ଲଢ଼ିବା ପାଇଁ ଫି ବାବଦରେ ସାଲ୍‌ଭେ ମାତ୍ର ୧ଟଙ୍କା ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ସ୍ବଦେଶୀ ଟିଟାନସ୍‌, ଡିପ୍‌ଥେରିଆ ଟିକାର ହେଲା ଶୁଭାରମ୍ଭ, ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଲେ ନଡ୍ଡା

ନୂଆଦିଲ୍ଲୀ,୨୧ା୨: ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଟିଟାନସ୍‌ ଏବଂ ବୟସ୍କଙ୍କ ପାଇଁ ଡିପ୍‌ଥେରିଆ ଟିକାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଶନିବାର ହିମାଚଳପ୍ରଦେଶର କସୌଲିସ୍ଥିତ ସେଣ୍ଟ୍ରାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ପୁଣି ପ୍ରେମରେ ଉବୁଟୁବୁ ମଲାଇକା? ରୋମ୍‌ରୁ ଭାଇରାଲ ହେଲା ଡାଇମଣ୍ଡ ମର୍ଚ୍ଚାଣ୍ଟଙ୍କ ସହ ରୋମାଣ୍ଟିକ୍‌ ଫଟୋ

ମୁମ୍ବାଇ: ବଲିଉଡର ଫିଟନେସ୍‌ କୁଇନ୍‌ ତଥା ଖ୍ୟାତନାମା ଆଇଟମ୍‌ ଗର୍ଲ ମଲାଇକା ଅରୋରା ପୁଣିଥରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଅଭିନେତା ଅର୍ଜୁନ କପୁରଙ୍କ ସହ…

ଦେଖନ୍ତୁ ଛତିଥରା ଭିଡିଓ, ରାସ୍ତାରେ ଲୁଚିଥିଲା ମୃତ୍ୟୁ! କେହିକିଛି ବୁଝିବା ପୂର୍ବରୁ…

ସାଣ୍ଟିଆଗୋ,୨୧।୨: ଚିଲିର ରାଜଧାନୀ ସାଣ୍ଟିଆଗୋରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଉଛି ଯେ…

‘AI ଆସିଲେବି ମଣିଷର ସ୍ଥାନ ନେଇପାରିବନି ମେଶିନ’, ସିସ୍କୋ ଅଧିକାରୀ କହିଲେ କେମିତି ପରିବର୍ତ୍ତନ ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୧।୨: କର୍ପୋରେଟ ଜଗତ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବର୍ଦ୍ଧିତ ବ୍ୟବହାର ମଧ୍ୟରେ, ମେଶିନଗୁଡ଼ିକ ମଣିଷକୁ ବଦଳାଇବେ ବୋଲି ବଢୁଥିବା ଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri