ଆଇବୁଢ଼ୀର ହାତେ ନାତି ନାତେନର ଭବିଷତ୍‌

ଭବାନୀପାଟଣା, ୧୬।୨ (ଡି.ଏନ୍‌.ଏ.)- ମୁଡ଼ ଗୁଁଜ୍‌ବାକେ ଘର ନାଇଁ କି ଭୋକ୍‌ ମେଟାବାକେ ଖାଏଦ୍‌ ନାଇଁ। ଇଆଡ଼େ କମେଇ ଖାଏବାକେ ଦିହିରେ ବଲ୍‌ବପୁ ନାଇଁ। ଉପରେ ନାତି ନାତେନର ବୋଝ୍‌ ଆଇବୁଢ଼ୀକେ ବୁଧିବନା କରିଦେଉଛେ। ଏନ୍‌ତା ଗୁଟେ ଦୁଖଦ୍‌ ଘଟନା ଦେଖବାକେ ମିଲିଛେ କଳାହାଣ୍ଡି ଜିଲା କଲମପୁର ବ୍ଲକ ଦେପୁର ପଁଚେତ୍‌ ଅଧୀନ ଘର୍ଲା ଗଁାରେ।
ସୂଚନା ଅନ୍‌ସାରେ ଘର୍ଲା ଗଁାର ବିଧବା ବୁରୁଧ୍‌ ରୁପାଙ୍ଗ ମାଝି(୭୦)। ପରିବାର କହେଲେ ଗୁଟେ ବଲି ପୁଓ ସୀତାରାମ(୩୪), ନାତେନ ତେଜସ୍ବିନୀ(୧୦) ଆର ନାତି ପୂର୍ଣ୍ଣଚନ୍ଦ୍ର(୭)କୁଁ ନେଇ ସଁସାର। ଆପ୍‌ନେ ନୀଲା ମାଝି ୧୦ ବଛର ତଲେ ଆରପାରକେ ଚାଲିଯାଇଛନ୍‌। ସେନ୍‌ତା ବଛର କେତେ ତଲେ ବହ ବି ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ପୁଓ ସୀତାରାମ ଝି’ପୁଓକେ ବୁଢ଼ୀ ମା’ ରୁପାଙ୍ଗକଁର ପାସେ ଛାଡ଼ି ବାହାର ରାଏଜ୍‌କେ ଦାଦନ ଖଟି ଯାଇଛନ୍‌। ସେ ୬ ମାସେ ଘାଏ ଘରକେ ଆସୁଛନ୍‌। ପିଲାଛୁଆକର ଅଭାବ ଅସବିଧା ଦେଖି ପଏସେ ଦୁଇପଏସା ଦେଇ ଫେନ୍‌ ଦାଦନ ଖଟବାକେ ପଲଉଛନ୍‌। ଉପେ ଶୂଇନ୍‌ ବୁରୁଧ୍‌ ରୁପାଙ୍ଗ ନାତି ନାତେନର ପେଟ୍‌ ପାଲବାର ଲାଗି ପରହର କାମ୍‌ବୁତା କରୁଛନ୍‌। ଇଆଡ଼େ ଆଦିବାସୀ ସମାଜର ଇ ପରିବାରଟା ନିହାତି ଗରିବ୍‌। ଜମିବାଡ଼ି, ଘରଡିହ, ସଁପତି ବଲି କିଛି ନାଇଁ। ଏନ୍‌ତାଥି ରୁପାଙ୍ଗ ନାତି ନାତେନକେ ଧରି ଗଁାରେ ଥିବାର ଦୁଇ ଝନ୍‌ ଲାଗେଲେସର ଅରକ୍ଷୀତ ମାଝି ଆର ଶୁକ୍ରୁ ମାଝିକଁର ଆଶ୍‌ରେଥି ଗୁଟେ ନଡ଼ାଛପର କୁରିଆରେ ମୁଡ଼ ଗୁଁଜିଛନ୍‌। ଇଆଡ଼େ ସରକାର ସାମାଜିକ ସୁରକ୍ଷା ଯୋଜନାରେ ସମାଜରେ ଅବହେଲିତ ଦୁଖି ଗରିବ୍‌କର ସୁରକ୍ଷା ଲାଗି ଅନେକ୍‌ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଦୁଖର କଥା ରୁପାଙ୍ଗ ସରକାରକଁର ସବୁପରକାର ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଇ ଦୁଖି ପରିବାର ଉପରେ ଜିଲା ଆର ଥାନୀଅ ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ରୁପାଙ୍ଗକୁଁ ଭତା, ଅନ୍ତ୍ୟୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ଚାଉଲ, ବସୁନ୍ଧରା ଯୋଜନାରେ ଘର ଡିହ ଆର ଆବାସ ଯୋଜନାରେ ଘର ଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

କ୍ରୀଡ଼ାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ବିଭିନ୍ନ ବର୍ଗରେ ମିଳିଲା ପଦକ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭୁବନେଶ୍ୱରରେ ଅନୁଷ୍ଟିତ ରିଜିଓନାଲ ଡାଇରେକ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୨୬-୨୦୨୭ରେ ସଫଳତା ହାସଲ କରିଛନ୍ତି। ଆୟୁଷ୍ମାନ ନାୟକ ଅଣ୍ଡର…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri