Posted inଖେଳ

ଆଇପିଏଲ୍‌ ମ୍ୟାଚ୍‌ ସଂଖ୍ୟା ହ୍ରାସ ହେବ

ମୁମ୍ବାଇ,୧୫।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ନେଇ ଶନିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ୮ଟି ଦଳ ତଥା ଫ୍ରାଞ୍ଚାଇଜ୍‌ ମାଲିକମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କରୋନା ଭାଇରସ ଆତଙ୍କ କାରଣରୁ ଆଇପିଏଲ୍‌କୁ ସ୍ଥଗିତ ରଖାଯାଇଛି। ଟୁର୍ନାମେଣ୍ଟ ଆୟୋଜନ ନେଇ ଏହି ବୈଠକରେ କିଛି ଅନ୍ତିମ ନିଷ୍ପତ୍ତି ନିଆଯାଇପାରି ନାହିଁ। ତେବେ ଏଥର ଆଇପିଏଲ୍‌ ମ୍ୟାଚ୍‌ ସଂଖ୍ୟ ହ୍ରାସ କରାଯିବା ନେଇ ବୈଠକରେ ଚର୍ଚ୍ଚା ହୋଇଥିଲା। ତେବେ ଟୁର୍ନାମେଣ୍ଟ କେବେ ଆରମ୍ଭ ହେବ ତାହା କେହି କହିପାରିବେ ନାହିଁ ବୋଲି କିଙ୍ଗ୍ସ ଏକାଦଶ ପଞ୍ଜାବ ମାଲିକ ନେସ୍‌ ଓ୍ବାଡିଆ କହିଛନ୍ତି।
ଆଇପିଏଲ ୨୯ ତାରିଖରୁ ଏପ୍ରିଲ ୧୫ ତାରିଖକୁ ଘୁଞ୍ଚାଇବା ପାଇଁ ଶୁକବ୍ରାର ବିସିସିଆଇ ନିଷ୍ପତ୍ତି ନେଇଥିଲା। ସରକାର ଜାରି କରିଥିବା ଟ୍ରାଭେଲ ରେଷ୍ଟ୍ରିକ୍‌ଶନ ଓ ୩ଟି ରାଜ୍ୟ ମ୍ୟାଚ ଆୟୋଜନ କରିବାକୁ ମନା କରିଦେବା ପରେ ବୋର୍ଡ ଏହି ନିଷ୍ପତ୍ତି ନେଇଥିଲା। ଆଇପିଏଲ ଆରମ୍ଭ କେବେ ହେବ ତାହା ଏବେ କହିବା ମୁସ୍କିଲ ବୋଲି ଓ୍ବାଡିଆ କହିଛନ୍ତି। ୨ରୁ ୩ ସପ୍ତାହ ପରେ ପରିସ୍ଥିତି ଅନୁଧ୍ୟାନ କରିବୁ। ସେତେବେଳକୁ ଅବଶ୍ୟ କିଛି ସମ୍ଭାବନା ସୃଷ୍ଟି ହୋଇଥିବ ବୋଲି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ ବୈଠକରେ ବସିବା ପରେ ଓ୍ବାଡିଆ ଏହି କଥା କହିଛନ୍ତି।
ଏହି ବୈଠକରେ ୬ରୁ ୭ଟି ବିକଳ୍ପ ନେଇ ଆଲୋଚନା ହୋଇଥିଲା। ଟୁର୍ନାମେଣ୍ଟରେ ମ୍ୟାଚ୍‌ ସଂଖ୍ୟା ହ୍ରାସ କରାଯିବା ମଧ୍ୟ ଏହି ବିକଳ୍ପରେ ସାମିଲ ଥିଲା। ବର୍ତ୍ତମାନ ପରିସ୍ଥିତିରେ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଭାରତରେ ଏବେ ୮୦ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ ହେଲେଣି।
୮ଟି ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇ ମ୍ୟାଚ୍‌ ଖେଳାଯିବା ଯିବା ସହ ଶ୍ରେଷ୍ଠ ୪ଟି ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିବା ନେଇ ଆଲୋଚନା ହୋଇଥିଲା। ପୁଣି ମ୍ୟାଚ୍‌ଗୁଡିକୁ ମାତ୍ର କେତୋଟି ଭେନ୍ୟୁରେ ସୀମିତ ରଖାଯିବ ଓ ଖେଳାଳି, ସପୋର୍ଟ ଷ୍ଟାଫ୍‌ ଓ ଟିଭି କ୍ରିୟୁଙ୍କ ଯିବାଆସିବା ଉପରେ କଟକଣା ଲଗାଯିବା ଉପରେ ମଧ୍ୟ ଆଲୋଚନ ହୋଇଥିଲା। ପୁଣି ରୁଦ୍ଧ ଦ୍ୱାରରେ ସବୁ ୬୦ଟି ମ୍ୟାଚ୍‌ ଖେଳାଯିବା ଉପରେ ମଧ୍ୟ କେତେକ ମତ ଦେଇଥିଲେ। ଏହା ଦ୍ୱାରା କେହି କ୍ଷତିଗ୍ରସ୍ତ ହେବେ ନାହିଁ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ବିଦେଶରେ ଆଇପିଏଲ୍‌ ଆୟୋଜନ ନେଇ ବୈଠକରେ କଥା ଉଠି ନ ଥିଲା।
ବିସିସିଆଇ, ଆଇପିଏଲ ଓ ଅଫିସିଆଲ ବ୍ରଡ କାଷ୍ଟର ଷ୍ଟାର ସ୍ପୋଟର୍‌ସ କେହି କ୍ଷତି ସହିବାକୁ ଚାହୁଁ ନ ଥିବା କଥା ଓ୍ବାଡିଆ କହିଛନ୍ତି। ମଣିଷ ଆଗ ଓ ଆର୍ଥିକ କ୍ଷତି ପଛ ବୋଲି ବୈଠକରେ ସମସ୍ତେ ସ୍ବୀକାର କରିଥିଲେ। ଏବେ ଓ୍ବେଟ୍‌ ଆଣ୍ଡ ଓ୍ବାଚ୍‌ ବା କାଳକ୍ଷେପଣ ନୀତି ଅବଲମ୍ବନ କରିବାକୁ ହେବ ବୋଲି ଓ୍ବାଡିଆ କହିଛନ୍ତି। ଏବେ କିଛି କହିବା ଅସମ୍ଭବ। ସମୟ ଅନୁସାରେ ପରିସ୍ଥିତିରେ ଉନ୍ନତି ଘଟିଲେ ଯାହା କିଛି ସମ୍ଭବ। ଏପ୍ରିଲ ୧୫ ପର୍ଯ୍ୟନ୍ତ ବିଦେଶୀ ଖେଳାଳିଙ୍କ ଅଂଶଗ୍ରହଣ ନେଇ କିଛି କହି ହେବ ନାହିଁ ବୋଲି ସେ କହିଛନ୍ତି। ସ୍ଥିତି ନିୟନ୍ତ୍ରଣକୁ ଆସିଲେ ବିଭିନ୍ନ ବିକଳ୍ପ ଉପରେ ପୁଣି ଆଲୋଚନା ହେବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ପାକିସ୍ତାନର ଇଣ୍ଡିଆ ପ୍ରେମ! ବିରାଟ କୋହଲିଙ୍କ ବ୍ରାଣ୍ଡର ଜୋତା ପିନ୍ଧି ଖେଳୁଛନ୍ତି ପାକିସ୍ତାନୀ କ୍ରିକେଟର; ଫଟୋ ଭାଇରାଲ

ନୂଆଦିଲ୍ଲୀ,୮।୯: ପାକିସ୍ତାନ ଦଳର କେତେଜଣ ଖେଳାଳି ବିରାଟ କୋହଲିଙ୍କ ବ୍ରାଣ୍ଡ, One8 ର ଜୋତା ପିନ୍ଧି ମହିଳା ଏସିଆ କପରେ ଖେଳୁଛନ୍ତି; ଏହାର ଫଟୋ ଏବେ ଭାଇରାଲ…

ପୁଣି ବଢ଼ିଗଲା BCCIର ରାଜକୋଷ; ୩୫ ମ୍ୟାଚ ଚୁକ୍ତିରୁ ମିଳିଲା ଏତିକି କୋଟି

ନୂଆଦିଲ୍ଲୀ,୮।୯: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ BCCI ଏକ ନୂତନ ଚୁକ୍ତି କରିଛି। ଟିମ ଇଣ୍ଡିଆ ଘରୋଇ ମାଟିରେ ଖେଳିବା ପାଇଁ ବୋର୍ଡ ଏବେ 3.71…

Shubman Gill Net Worth: ବିଳାସପୂର୍ଣ୍ଣ ଜୀବନଶୈଳୀ ବିତାଉଛନ୍ତି ଶୁବମନ ଗିଲ; ଜାଣନ୍ତୁ ୨୭ ବର୍ଷ ବୟସରେ କେତେ ଧନୀ ‘ଦି ପ୍ରିନ୍ସ’

ନୂଆଦିଲ୍ଲୀ,୮।୯: ୨୦୧୮ରେ ପୃଥ୍ବୀ ଶ’ଙ୍କ ଅଧିନାୟକତ୍ୱରେ ଭାରତ ୧୯ ବର୍ଷରୁ କମ ବିଶ୍ୱକପ ଜିତିଥିଲା। ସେତେବେଳେ ସମସ୍ତେ ବିଶ୍ୱାସ କରୁଥିଲେ ଯେ ଇଣ୍ଡିଆ ଶ’ଙ୍କ ପରି ପରବର୍ତ୍ତୀ…

‘ବୈଭବ ସୂର୍ଯ୍ୟବଂଶୀଙ୍କଠାରୁ ମୋର କୌଣସି ଆଶା ନାହିଁ’: ଟିମ ଇଣ୍ଡିଆକୁ ନେଇ ଏମିତି କହିଲେ ସୁନୀଲ ଗାଭାସ୍କର, ଉଠିଲାଣି ପ୍ରଶ୍ନ

ନୂଆଦିଲ୍ଲୀ,୮।୯: ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ପରେ, ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡାରେ ଅଂଶଗ୍ରହଣ କରିବ। ସେପ୍ଟେମ୍ବର ୧୯ରେ ଜାପାନର ଆଇଚି-ନାଗୋୟାରେ ଆରମ୍ଭ…

Watch: ଜନ୍ମଦିନର ପୂର୍ବ ରାତିରେ ସଭିଙ୍କୁ ଚକିତ କଲେ ଶୁବମନ ଗିଲ, ଜାଣନ୍ତୁ…

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁବମନ ଗିଲ ମଙ୍ଗଳବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୭ ବର୍ଷ ପୂର୍ବେ ଆଜିର ଦିନରେ –…

‘ଇଶାନ କିଶନଙ୍କଠାରୁ କିଛି ଶିଖ…’ବୈଭବଙ୍କୁ ପୂର୍ବତନ କ୍ରିକେଟରଙ୍କ ବଡ଼ ଚେତାବନୀ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦୁଲୀପ ଟ୍ରଫି ଫାଇନାଲରେ ଇଶାନ କିଶନଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ଜବରଦସ୍ତ ଇନିଂସ। ଇଶାନ ୩୩୪ ବଲରୁ ୨୭୦ ରନ୍‌ର ମାରାଥନ ପାରି ଖେଳିଛନ୍ତି। ତାଙ୍କ…

ଭାରତ ବିପକ୍ଷ ଐତିହାସିକ ଟି-୨୦ ମ୍ୟାଚ ଖେଲିବାକୁ ଦଳ ଘୋଷଣା କଲା ଜାପାନ: ଜାଣନ୍ତୁ କିଏ ହେଲେ ଅଧିନାୟକ

ଟୋକିଓ,୮।୯: ଜାପାନ କ୍ରିକେଟ ଆସୋସିଏସନ ସୋମବାର ଭାରତ ବିପକ୍ଷରେ ଐତିହାସିକ ଏକମାତ୍ର ଟି-୨୦ ମ୍ୟାଚ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଏହା ଭାରତ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri