Posted inଖେଳ

ଆଇପିଏଲ୍‌: ପଞ୍ଜାବ ୧୨ ରନରେ ବିଜୟୀ

ମୋହାଲି,୧୭।୪(ପି.ଟି.)- ଘରୋଇ ପରିବେଶରୁ ଫାଇଦା ଉଠାଇ କିଙ୍ଗ୍ସ ଇଭେଭେନ ପଞ୍ଜାବ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୨ତମ ମ୍ୟାଚ୍‌ରେ  ରାଜସ୍ଥାନ ରୟାଲ୍ସକୁ ୧୨ ରନରେ ପରାସ୍ତ କରିଛି। ଏଥିସହିତ ପଞ୍ଜାବ ୯ଟି ମ୍ୟାଚ୍‌ ଖେଳି ୫ ବିଜୟ ଓ ୪ ପରାଜୟ ସହ ୧୦ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନକୁ ଉଠିଛି। ଅନ୍ୟପଟେ ରାଜସ୍ଥାନ ୮ଟି ମ୍ୟାଚ୍‌ ଖେଳି ୨ ବିଜୟ ଓ ୬ ପରାଜୟ ସହ ୪ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି। ସ୍ଥାନୀୟ ମୋହଲି ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ ୬ ଉଇକେଟ ହରାଇ ୧୮୨ ରନ ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ୭ ଉଇକେଟ ହରାଇ ୧୭୦ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ଦ୍ରୁତ ଅପରାଜିତ ୧୭ ରନ କରିବା ସହ ମୁଲ୍ୟବାନ ୨ ଉଇକେଟ ଅକ୍ତିଆର କରିଥିବା ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

୧୮୩ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ରାଜସ୍ଥାନ ଦ୍ରୁତ ଗତିରେ ରନ୍‌ ସଗ୍ରଂହ କରିବାକୁ ପ୍ରୟାସ କରିଥିଲା। ଦୁଇ ଓପନର ରାହୁଲ ତ୍ରିପାଠୀ ଓ ଜୋସ ବଟଲର ପ୍ରଥମ ଉଇକେଟ ଯୋଡିରେ ୨୫ ବଲରୁ ୩୮ ରନ ସଂଗ୍ରହ କରିଥିଲେ। ବଟଲର ୧୭ ବଲରୁ ୧ ଚୌକା ଓ ୨ ଛକା ସହ ୨୩ ରନ କରି ପ୍ରଥମେ ଆଉଟ ହୋଇଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ୨୧ ବଲରୁ ୨ ଚୌକା ସହ ୨୭ ରନ କରି ପ୍ୟାଭିଲିୟନ ଫେରିଥିଲେ। ତ୍ରିପାଠୀ ୫୦ ରନ (୪୫ ବଲ, ୪ ଚୌକା) ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଦ୍ୱିତୀୟ ଉଇକେଟ ଯୋଡିରେ ତ୍ରିପାଠୀ ଓ ସାମସନ ୪୫ ବଲରୁ ୫୯ ରନ ସଂଗ୍ରହ କରିଥିଲେ। ଆଷ୍ଟନ ଟର୍ନର ଖାତା ଖୋଲିବା ପୂର୍ବରୁ ଆଉଟ ହେବା ପରେ ଜୋଫ୍ରା ଅର୍ଚର ୧ ରନ କରିଥିବା ବେଳେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅଧିନାୟକ ଅଜିଙ୍କ୍ୟ ରାହାନେ ୨୧ ବଲରୁ ୧ ଚୌକା ସହ ୨୬ ରନ ଓ ଶେଷରେ ଶ୍ରେୟାସ ଗୋପାଲ ବିନା ସ୍କୋରରେ  ଆଉଟ ହୋଇଥିଲେ। ସ୍ବଳ୍ପ ରନ ମଧ୍ୟରେ ୪ଟି ଉଇକେଟ ପଡିବା ଫଳରେ ରାଜସ୍ଥାନ ଆବଶ୍ୟକ ହାରରେ ରନ ସଂଗ୍ରହ କରିପାରି ନ ଥିଲା। ଷ୍ଟୁଆର୍ଟ ବିନ୍ନୀ ମାତ୍ର ୧୧ ବଲରୁ ୧ ଚୌକା ଓ ୩ ଛକା ସହ ଦ୍ରୁତ ଅପରାଜିତ ୩୩ ରନ କରିଥିଲେ ମଧ୍ୟ ବିଜୟ ପାଇଁ ଏହା ଯଥେଷ୍ଟ ହୋଇ ନ ଥିଲା। ବୋଲିଂରେ ପଞ୍ଜାବ ତରଫରୁ ଅର୍ଶଦୀପ ସିଂ, ରବିଚନ୍ଦ୍ରନ ଅଶ୍ୱିନ ଓ ମହମ୍ମଦ ସାମି ୨ଟି ଲେଖାଏ, ମୁରୁଗାନ ଅଶ୍ୱିନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିବା ପଞ୍ଜାବ ତରଫରୁ ଓପନର ଲୋକେଶ ରାହୁଲ, କ୍ରିସ୍‌ ଗେଲ୍‌, ଡେଭିଡ ମିଲର ଓ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଫଳରେ ଦଳ ୧୮୨ ରନର ସମ୍ମାନଜନକ ସ୍କୋର ହାସଲ କରିଥିଲା। ଅଭିଜ୍ଞ ଗେଲ୍‌ ୨୨ ବଲରୁ ୨ ଚୌକା ଓ ୩ ଛକା ସହ ୩୦ ରନ କରି ପ୍ରଥମେ ଆଉଟ ହୋଇଥିଲେ। ମୟଙ୍କ ଅଗ୍ରଓ୍ବାଲ ମାତ୍ର ୧୨ଟି ବଲରୁ ୧ ଚୌକା ଓ ୨ ଛକା ସହ ଦ୍ରୁତ ୨୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ରାହୁଲ ଦଳ ତରଫରୁ ସର୍ବାଧିକ ୫୨ ରନ (୪୭ ବଲ, ୩ ଚୌକା, ୨ ଛକା)ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହାପରେ ଉଇକେଟକିପର ବ୍ୟାଟ୍ସମ୍ୟାନ ନିକୋଲାସ ପୁରାନ ମାତ୍ର ୫ ରନ କରି ଆଉଟ ହୋଇଥିବା ବେଳେ ମନଦୀପ ସିଂ ଖାତା ଖୋଲିପାରି ନ ଥିଲେ। ଶେଷରେ ଅଶ୍ୱିନ ୪ଟି ବଲର ସମ୍ମୁଖୀନ ହୋଇ ୧ ଚୌକା ଓ ୨ ଛକା ସହ ଦ୍ରୁତ ୧୭ ରନ କରି ଦଳର ସ୍କୋରକୁ ୧୮୦ରନ ପାର କରାଇଥିଲେ। ମୁଜିବ ଉର ରହମାନ ବିନା ସ୍କୋରରେ ଅପରାଜିତ ରହିଥିଲେ। ମିଲର ୨୭ଟି ବଲ୍‌ ଖେଳି ୨ ଚୌକା ଓ ୨ ଛକା ସହ ଦ୍ରୁତ ୪୦ ରନ ସଂଗ୍ରହ କରିଥିଲେ। ତୃତୀୟ ଉଇକେଟ ଯୋଡିରେ ମିଲର ଓ ରାହୁଲ ୫୨ ବଲରୁ ୮୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ରାଜସ୍ଥାନ ତରଫରୁ ଜୋଫ୍ରା ଆର୍ଚର ସର୍ବାଧିକ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧାବଲ କୁଲକର୍ଣ୍ଣୀ, ଜୟଦେବ ଉନାଡ଼କଟ ଓ ଇଶ୍‌ ସୋଧୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର:

କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୮୨/୬

(ରାହୁଲ- ୫୨, ମିଲର- ୪୦, ଗେଲ୍‌- ୩୦, ମୟଙ୍କ- ୨୬, ଅଶ୍ୱିନ- ୧୭*, ଆର୍ଚର- ୩/୧୫, କୁଲକର୍ଣ୍ଣୀ- ୧/୩୭, ଉନାଡ଼କଟ-୧/ ୪୮, ସୋଧୀ- ୧/୪୧)।

ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୭୦/୭

(ତ୍ରିପାଠୀ- ୫୦, ବିନ୍ନୀ- ୩୩*, ସାମସନ- ୨୭, ରାହାନେ- ୨୬, ବଟଲର- ୨୩, ଅର୍ଶଦୀପ- ୨/୪୩, ଅଶ୍ୱିନ- ୨/୨୪, ସାମି- ୨/୪୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri