Posted inଖେଳ

ଆଇପିଏଲ୍‌: ପଞ୍ଜାବ ୧୨ ରନରେ ବିଜୟୀ

ମୋହାଲି,୧୭।୪(ପି.ଟି.)- ଘରୋଇ ପରିବେଶରୁ ଫାଇଦା ଉଠାଇ କିଙ୍ଗ୍ସ ଇଭେଭେନ ପଞ୍ଜାବ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୨ତମ ମ୍ୟାଚ୍‌ରେ  ରାଜସ୍ଥାନ ରୟାଲ୍ସକୁ ୧୨ ରନରେ ପରାସ୍ତ କରିଛି। ଏଥିସହିତ ପଞ୍ଜାବ ୯ଟି ମ୍ୟାଚ୍‌ ଖେଳି ୫ ବିଜୟ ଓ ୪ ପରାଜୟ ସହ ୧୦ ପଏଣ୍ଟ ହାସଲ କରି ତାଲିକାର ଚତୁର୍ଥ ସ୍ଥାନକୁ ଉଠିଛି। ଅନ୍ୟପଟେ ରାଜସ୍ଥାନ ୮ଟି ମ୍ୟାଚ୍‌ ଖେଳି ୨ ବିଜୟ ଓ ୬ ପରାଜୟ ସହ ୪ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି। ସ୍ଥାନୀୟ ମୋହଲି ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ ୬ ଉଇକେଟ ହରାଇ ୧୮୨ ରନ ସଂଗ୍ରହ କରିଥିଲା। ଜବାବରେ ରାଜସ୍ଥାନ ୭ ଉଇକେଟ ହରାଇ ୧୭୦ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ଦ୍ରୁତ ଅପରାଜିତ ୧୭ ରନ କରିବା ସହ ମୁଲ୍ୟବାନ ୨ ଉଇକେଟ ଅକ୍ତିଆର କରିଥିବା ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

୧୮୩ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ରାଜସ୍ଥାନ ଦ୍ରୁତ ଗତିରେ ରନ୍‌ ସଗ୍ରଂହ କରିବାକୁ ପ୍ରୟାସ କରିଥିଲା। ଦୁଇ ଓପନର ରାହୁଲ ତ୍ରିପାଠୀ ଓ ଜୋସ ବଟଲର ପ୍ରଥମ ଉଇକେଟ ଯୋଡିରେ ୨୫ ବଲରୁ ୩୮ ରନ ସଂଗ୍ରହ କରିଥିଲେ। ବଟଲର ୧୭ ବଲରୁ ୧ ଚୌକା ଓ ୨ ଛକା ସହ ୨୩ ରନ କରି ପ୍ରଥମେ ଆଉଟ ହୋଇଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ୨୧ ବଲରୁ ୨ ଚୌକା ସହ ୨୭ ରନ କରି ପ୍ୟାଭିଲିୟନ ଫେରିଥିଲେ। ତ୍ରିପାଠୀ ୫୦ ରନ (୪୫ ବଲ, ୪ ଚୌକା) ରନର ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଦ୍ୱିତୀୟ ଉଇକେଟ ଯୋଡିରେ ତ୍ରିପାଠୀ ଓ ସାମସନ ୪୫ ବଲରୁ ୫୯ ରନ ସଂଗ୍ରହ କରିଥିଲେ। ଆଷ୍ଟନ ଟର୍ନର ଖାତା ଖୋଲିବା ପୂର୍ବରୁ ଆଉଟ ହେବା ପରେ ଜୋଫ୍ରା ଅର୍ଚର ୧ ରନ କରିଥିବା ବେଳେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅଧିନାୟକ ଅଜିଙ୍କ୍ୟ ରାହାନେ ୨୧ ବଲରୁ ୧ ଚୌକା ସହ ୨୬ ରନ ଓ ଶେଷରେ ଶ୍ରେୟାସ ଗୋପାଲ ବିନା ସ୍କୋରରେ  ଆଉଟ ହୋଇଥିଲେ। ସ୍ବଳ୍ପ ରନ ମଧ୍ୟରେ ୪ଟି ଉଇକେଟ ପଡିବା ଫଳରେ ରାଜସ୍ଥାନ ଆବଶ୍ୟକ ହାରରେ ରନ ସଂଗ୍ରହ କରିପାରି ନ ଥିଲା। ଷ୍ଟୁଆର୍ଟ ବିନ୍ନୀ ମାତ୍ର ୧୧ ବଲରୁ ୧ ଚୌକା ଓ ୩ ଛକା ସହ ଦ୍ରୁତ ଅପରାଜିତ ୩୩ ରନ କରିଥିଲେ ମଧ୍ୟ ବିଜୟ ପାଇଁ ଏହା ଯଥେଷ୍ଟ ହୋଇ ନ ଥିଲା। ବୋଲିଂରେ ପଞ୍ଜାବ ତରଫରୁ ଅର୍ଶଦୀପ ସିଂ, ରବିଚନ୍ଦ୍ରନ ଅଶ୍ୱିନ ଓ ମହମ୍ମଦ ସାମି ୨ଟି ଲେଖାଏ, ମୁରୁଗାନ ଅଶ୍ୱିନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିବା ପଞ୍ଜାବ ତରଫରୁ ଓପନର ଲୋକେଶ ରାହୁଲ, କ୍ରିସ୍‌ ଗେଲ୍‌, ଡେଭିଡ ମିଲର ଓ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଫଳରେ ଦଳ ୧୮୨ ରନର ସମ୍ମାନଜନକ ସ୍କୋର ହାସଲ କରିଥିଲା। ଅଭିଜ୍ଞ ଗେଲ୍‌ ୨୨ ବଲରୁ ୨ ଚୌକା ଓ ୩ ଛକା ସହ ୩୦ ରନ କରି ପ୍ରଥମେ ଆଉଟ ହୋଇଥିଲେ। ମୟଙ୍କ ଅଗ୍ରଓ୍ବାଲ ମାତ୍ର ୧୨ଟି ବଲରୁ ୧ ଚୌକା ଓ ୨ ଛକା ସହ ଦ୍ରୁତ ୨୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ରାହୁଲ ଦଳ ତରଫରୁ ସର୍ବାଧିକ ୫୨ ରନ (୪୭ ବଲ, ୩ ଚୌକା, ୨ ଛକା)ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ଏହାପରେ ଉଇକେଟକିପର ବ୍ୟାଟ୍ସମ୍ୟାନ ନିକୋଲାସ ପୁରାନ ମାତ୍ର ୫ ରନ କରି ଆଉଟ ହୋଇଥିବା ବେଳେ ମନଦୀପ ସିଂ ଖାତା ଖୋଲିପାରି ନ ଥିଲେ। ଶେଷରେ ଅଶ୍ୱିନ ୪ଟି ବଲର ସମ୍ମୁଖୀନ ହୋଇ ୧ ଚୌକା ଓ ୨ ଛକା ସହ ଦ୍ରୁତ ୧୭ ରନ କରି ଦଳର ସ୍କୋରକୁ ୧୮୦ରନ ପାର କରାଇଥିଲେ। ମୁଜିବ ଉର ରହମାନ ବିନା ସ୍କୋରରେ ଅପରାଜିତ ରହିଥିଲେ। ମିଲର ୨୭ଟି ବଲ୍‌ ଖେଳି ୨ ଚୌକା ଓ ୨ ଛକା ସହ ଦ୍ରୁତ ୪୦ ରନ ସଂଗ୍ରହ କରିଥିଲେ। ତୃତୀୟ ଉଇକେଟ ଯୋଡିରେ ମିଲର ଓ ରାହୁଲ ୫୨ ବଲରୁ ୮୫ ରନ ସଂଗ୍ରହ କରିଥିଲେ। ବୋଲିଂରେ ରାଜସ୍ଥାନ ତରଫରୁ ଜୋଫ୍ରା ଆର୍ଚର ସର୍ବାଧିକ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧାବଲ କୁଲକର୍ଣ୍ଣୀ, ଜୟଦେବ ଉନାଡ଼କଟ ଓ ଇଶ୍‌ ସୋଧୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

ସଂକ୍ଷିପ୍ତ ସ୍କୋର:

କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୮୨/୬

(ରାହୁଲ- ୫୨, ମିଲର- ୪୦, ଗେଲ୍‌- ୩୦, ମୟଙ୍କ- ୨୬, ଅଶ୍ୱିନ- ୧୭*, ଆର୍ଚର- ୩/୧୫, କୁଲକର୍ଣ୍ଣୀ- ୧/୩୭, ଉନାଡ଼କଟ-୧/ ୪୮, ସୋଧୀ- ୧/୪୧)।

ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୭୦/୭

(ତ୍ରିପାଠୀ- ୫୦, ବିନ୍ନୀ- ୩୩*, ସାମସନ- ୨୭, ରାହାନେ- ୨୬, ବଟଲର- ୨୩, ଅର୍ଶଦୀପ- ୨/୪୩, ଅଶ୍ୱିନ- ୨/୨୪, ସାମି- ୨/୪୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?