Posted inଖେଳ

ଆଇପିଏଲ ମ୍ୟାଚ୍‌ ପୂର୍ବରୁ ହୋଇପାରେ ଜାତୀୟ ସଙ୍ଗୀତ ଗାନ

ନୂଆଦିଲ୍ଲୀ,୭।୧୧(ପି.ଟି.)- ପ୍ରତିଟି ଆଇପିଏଲ ମ୍ୟାଚ୍‌ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯିବା ଲାଗି କିଙ୍ଗ୍ସ ଏକାଦଶ ପଞ୍ଜାବ ସହ ମାଲିକ ନେସ ଓ୍ବାଡିଆ ଲିଖିତ ଭାବେ ବିସିସିଆଇକୁ ପ୍ରସ୍ତାବ ଦେଇଛନ୍ତି। ସାଧାରଣତଃ ଜାତୀୟ ସଙ୍ଗୀତ ଅନ୍ତର୍ଜାତୀୟ ମ୍ୟାଚ୍‌ ପୂର୍ବରୁ ଗାନ କରାଯାଏ। ବିଶ୍ୱର ନମ୍ବର ଓ୍ବାନ କ୍ରିକେଟ ଲିଗ୍‌ରେ ଏହି ବ୍ୟବସ୍ଥା କରାଯିବା ଦରକାର ବୋଲି ଓ୍ବାଡିଆ ଯୁକ୍ତି ବାଢ଼ିଛନ୍ତି। ଏଥିସହ ବିସିସିଆଇ ବ୍ୟୟବହୁଳ ଆଇପିଏଲ ଉଦ୍‌ଘାଟନୀ ଉତ୍ସବକୁ ବନ୍ଦ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଆଇପିଏଲର ଉଦ୍‌ଘାଟନୀ ଉତ୍ସବ ଆୟୋଜନ ନ କରାଯିବା ଏକ ଭଲ ପଦକ୍ଷେପ। ଆବଶ୍ୟକତା ନ ଥାଇ ମଧ୍ୟ ଏଥିରେ ଅତ୍ୟଧିକ ଖର୍ଚ୍ଚ କରାଯାଉଛି। ଏ ସମ୍ପର୍କରେ ମୁଁ ପୂର୍ବରୁ ମଧ୍ୟ ବିସିସିଆଇକୁ ପତ୍ର ଲେଖିଥିଲି। ଏବେ ମୁଁ ବିସିସିଆଇର ନୂଆ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଲେଖିଛି ବୋଲି ଓ୍ବାଡିଆ କହିଛନ୍ତି। ଜାତୀୟ ସଙ୍ଗୀତ ଇଣ୍ଡିଆନ ସୁପର ଲିଗ୍‌ ଓ ପ୍ରୋ କବାଡି ଲିଗ୍‌ରେ ମଧ୍ୟ ଗାନ କରାଯାଉଛି। ଚଳିତ ସପ୍ତାହରେ ଆଇପିଏଲ ଗଭର୍ନିଂ କରିଷଦ ବୈଠକରେ ବହୁ ଫ୍ରାଞ୍ଚାଇଜ ବିଦେଶରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ଲାଗି ଇଚ୍ଛା ପ୍ରକଟ କରିଥିଲେ। ତେବେ ଏଥିନେଇ ଆଇସିସିର ଭବିଷ୍ୟତ କାର୍ଯ୍ୟସୂଚୀ (ଏଫ୍‌ଟିପି)କୁ ବିସ୍ତୃତ ଭାବେ ପରଖିବାକୁ ପଡ଼ିବ। ଏ ବିଷୟରେ ଓ୍ବାଡିଆ କହିଛନ୍ତି, ଆଇପିଏଲ ବିଶ୍ୱର ସବୁଠୁ ଲୋକପ୍ରିୟ ଲିଗ୍‌। ଏହାର କଳେବର ବୃଦ୍ଧି ଦ୍ୱାରା ଆଇପିଏଲର ସମସ୍ତ ଅଂଶୀଦାରଙ୍କ ଲାଭାଂଶ ପରିମାଣ ବୃଦ୍ଧି ପାଇବ। ଦେଖିବାକୁ ଗଲେ, ବିଶ୍ୱର ବିଭିନ୍ନ ଫୁଟବଲ ଲିଗ୍‌ ସିଜନ ଆରମ୍ଭ ହେବା ପୂର୍ବରୁ ବିଦେଶରେ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିଥାନ୍ତି। ଏହା ଆଇପିଏଲର ଲୋକପ୍ରିୟତା ଓ ମର୍ଯ୍ୟାଦା ବୃଦ୍ଧି କରିବ। ବିସିସିଆଇ ଏହାକୁ ଗୁରୁତ୍ୱ ଦେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri