ଆଇଡେଷ୍ଟିନିର ନୂଆ ଷ୍ଟୋର ଶୁଭାରମ୍ଭ

ଭୁବନେଶ୍ୱର,୩-୮(ବ୍ୟୁରୋ)
ଆପଲ୍‌ ପ୍ରଡକ୍ଟର ପ୍ରିମିୟମ ଷ୍ଟୋର ‘ଆଇଡେଷ୍ଟିନି’ ଭୁବନେଶ୍ୱରର ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ଠାରେ ଖୋଲିଛି। ନୂଆ ଷ୍ଟୋରକୁ ଓଡ଼ିଆ ସିନେ ଅଭିନେତ୍ରୀ ଏଲିନା ସାମନ୍ତରାଏ ଏବଂ ସି.ଏସ୍‌. ଟ୍ରେଡ ଲିଙ୍କ ପ୍ରାଇଭେଟ ଲିମିଟେଡର ଡାଇରେକ୍ଟର ବିଜୟ ଦୁଗର ଶୁଭାରମ୍ଭ କରିଛନ୍ତି। ଗ୍ରାହକଙ୍କୁ ଆପଲ୍‌ ପ୍ରଡକ୍ଟର ଶ୍ରେଷ୍ଠ ଅନୁଭୂତି ପ୍ରଦାନ ଲାଗି ଏଭଳି ଏକ ଷ୍ଟୋର ଓଡିଶାରେ ପ୍ରଥମ ଥର ଲାଗି ଖୋଲାଯାଇଥିବା ଦୁଗର୍‌ କହିଛନ୍ତି। ଏଠାରେ ଆପଲ୍‌ ଆଇଫୋନ ଏକ୍ସଏସ୍‌, ଆଇଫୋନ ଏକ୍ସଆର୍‌, ମ୍ୟାକ୍‌ବୁକ ଏୟାର, ମ୍ୟାକ୍‌ବୁକ୍‌ ପ୍ରୋ ଏବଂ ଆପଲ୍‌ ଓ୍ବାଚ୍‌ ସିରିଜ ରହିଛି। ଗ୍ରାହକଙ୍କୁ ସୁଲଭତା, ଭରଷା, ଉନ୍ନତ ସେବା, ଉପଲବ୍ଧତା ଦ୍ୱାରା ସ୍ବତନ୍ତ୍ର କ୍ରୟ ଅଭିଜ୍ଞତା ପ୍ରଦାନ ଲକ୍ଷ୍ୟ ରହିଥିବା ସେ ପ୍ରକାଶ କରିଛନ୍ତି। ମଲ୍‌ର ଅପର୍‌ ଗ୍ରାଉଣ୍ଡ ଫ୍ଲୋରରେ ଷ୍ଟୋରଟି ଅବସ୍ଥିତ। ଏଠାରେ ଏକ ତାଲିମ ପ୍ରାପ୍ତ ଟିମ୍‌ ରହିଛି।
ଏହା ବାଦ୍‌ ଷ୍ଟୋରରେ ହାଇଏଣ୍ଡ ମ୍ୟୁଜିକ ଉପକରଣ ଯଥା- ବୋସ ସ୍ପିକର, ହେଡ୍‌ ସେଟ, ଆଙ୍କର ସାଉଣ୍ଡ ସିଷ୍ଟମ, ବିଟ୍‌ ହେଡଫୋନ, ଆପଲ ଆସେସୋରିଜ, ଆଇଫୋନ କଭର ବ୍ୟତୀତ ଆଇଫୋନ ଉପରେ ୬ ମାସର ସ୍କ୍ରିନ ରିପ୍ଲେସମେଣ୍ଟ ମାଗଣାରେ ଉପଲବ୍ଧ। ଷ୍ଟୋରରେ ଇଏମ୍‌ଆଇ ସୁବିଧା ଏବଂ ବାଏବ୍ୟାକ୍‌ ସ୍କିମ ରହିଛି। ସହଜ କିସ୍ତିରେ ପ୍ରଡକ୍ଟ କିଣିବାକୁ ଗ୍ରାହକ ସକ୍ଷମ ହୋଇ ପାରିବେ। ୩ ମାସରୁ ୨ ବର୍ଷ ଅବଧିର ମାସିକ ସ୍କିମ ଗ୍ରାହକ ଚୟନ କରିପାରିବେ। ସେହିଭଳି ଛାତ୍ରୀଛାତ୍ର ଏବଂ ବ୍ୟବସାୟ ବର୍ଗର ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର ଅଫର ଗ୍ରାହକ ପାଇପାରିବେ ବୋଲି ଆଇଡେଷ୍ଟିନି ବିଜନେସ ହେଡ ରାଜଶ୍ରୀ ବାନାର୍ଜି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri