ଆଇଆଇଏମ୍‌ସି ପ୍ରତିଷ୍ଠା ଦିବସ: ଜାତୀୟତାବାଦ ସୃଷ୍ଟିରେ ଖବରକାଗଜ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ, ୧୮।୮:  ପରାଧୀନ ଭାରତର ଜନତାଙ୍କ ମଧ୍ୟରେ ଜାତୀୟତାବାଦ ସୃଷ୍ଟି କରିବାରେ ଆଞ୍ଚଳିକ ଭାଷାଭାଷୀ ଖବରକାଗଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ସେତେବେଳେ ଖବରକାଗଜଗୁଡ଼ିକ ବ୍ରିଟିଶ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରୁଥିଲେ। ଇଂଲିଶ ସମେତ ଆଞ୍ଚଳିକ ଭାଷାରେ ଜାତୀୟତାବାଦ ଚିନ୍ତାଧାରାଭିତ୍ତିକ ଖବର ସବୁ ବର୍ଗ ମଧ୍ୟରେ ପ୍ରଭାବ ପକାଉଥିଲା ବୋଲି କହିଛନ୍ତି ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଶନିବାର ଅନୁଷ୍ଠାନ ପରିସରରେ ଆୟୋଜିତ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି।
ଶିକ୍ଷାବିତ୍‌ ସୁବୀର ଘୋଷ କହିଲେ, ସ୍ବାଧୀନ ଭାରତରେ ଉନ୍ନୟନ ପ୍ରକ୍ରିୟା ଏବଂ ଜନତାଙ୍କ ମଧ୍ୟରେ ବିରାଟ ବ୍ୟବଧାନ ସୃଷ୍ଟି ହୋଇଥିଲା। ଶାସକ, ପ୍ରଶାସକ, ଜନତାଙ୍କ ମଧ୍ୟରେ ସେତୁ ବଢ଼ିବାରେ ଗଣମାଧ୍ୟମର ଯୋଗଦାନ ଅନସ୍ବୀକାର୍ଯ୍ୟ। ଏପରି ମହତ୍‌ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାକୁ ୧୯୬୫ରେ ନୂଆଦିଲ୍ଲୀଠାରେ ଆଇଆଇଏମ୍‌ସି ପ୍ରତିଷ୍ଠା ହୋଇଥିଲା। ଏହାର ଉଦ୍ଦେଶ୍ୟ କେବଳ ସାମ୍ବାଦିକମାନଙ୍କୁ ତାଲିମ ଦେବା ମଧ୍ୟରେ ସୀମିତ ନ ଥିଲା। ଅଧିକନ୍ତୁ ଉନ୍ନୟନ ପ୍ରକ୍ରିୟା ସହ ଲୋକଙ୍କୁ ଯୋଡ଼ିବା ଦିଗରେ ଏହି ଅନୁଷ୍ଠାନ ଉଲ୍ଲେଖନୀୟ କାର୍ଯ୍ୟ କରିପାରିଥିଲା। ଏହାପରେ ୧୯୯୩ରେ ଏହାର ପ୍ରଥମ ଶାଖା ଢେଙ୍କାନାଳରେ ଖୋଲିଥିବା ସେ ସୂଚନା ଦେଇଥିଲେ। ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟ୍ଟାର୍ଜୀ କହିଲେ, ଅନୁଷ୍ଠାନର ଛାତ୍ରୀଛାତ୍ରମାନେ ନିଜର ପ୍ରତିଭାର ପ୍ରତିଫଳନ କରି ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଧାରା ଆଗକୁ ବଢ଼ାଇବାକୁ ସେ ଆହ୍ବାନ ଦେଇଥିଲେ।
ଏହି ଉପଲକ୍ଷେ ଅନୁଷ୍ଠିତ ଇଂଲିଶ ପ୍ରବନ୍ଧ ପ୍ରତିଯୋଗିତାରେ ଛାତ୍ରୀ ରୁପା କୁମାରୀ, କଲ୍ୟାଣ ଚକ୍ରବର୍ତ୍ତୀ, କୋମଲ ଯୋଷୀ ଏବଂ ଓଡ଼ିଆ ପ୍ରବନ୍ଧରେ ବିନୋଦ କୁମାର ବେହେରା, ଦେବଶ୍ରୀ ଦେବସ୍ମିତା, ପ୍ରଜ୍ଞା ନିବେଦିତା ନାୟକ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସେହିପରି ଇଂଲିଶ ତର୍କରେ ଯତିନ ଗ୍ରୋଭର, ପ୍ରୀତମ କଶ୍ୟପ, କୋମଲ ଯୋଶୀ ଯଥାକ୍ରମେ ଶ୍ରେଷ୍ଠ ୩ ସ୍ଥାନ ହାସଲ କରିଛନ୍ତି। ଓଡ଼ିଆ ତର୍କରେ ରଜତ ପଣ୍ଡା ପ୍ରଥମ, ସୋନାଲି ଓଝା ଦ୍ୱିତୀୟ, ନୀଳାଦ୍ରି ନିବାସିନୀ ଦାସ ଓ ସୌମ୍ୟ ସ୍ବରୂପା ଦାସ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସହାୟକ ପ୍ରଫେସର ଡ. ଜ୍ୟୋତିପ୍ରକାଶ ମହାପାତ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri