ଆଇଆଇଏଫ୍‌ଏଲ୍‌ ସଂସ୍ଥାରେ ଡକାୟତି ଉଦ୍ୟମ, ୩ କର୍ମଚାରୀଙ୍କୁ ଆକ୍ରମଣ

ବ୍ରହ୍ମପୁର ଅଫିସ,୧ା୮-ବ୍ରହ୍ମପୁର ମହାନଗରରେ ଏବେ ଆପରାଧୀକ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିବାରେ ଲାଗିଛି। ବୁଧବାର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଡି ପଲ ସ୍କୁଲ ନିକଟରେ ଥିବା ଆଇଆଇଏଫଏଲ ଗୋଲଡ଼ ଲୋନ ସଂସ୍ଥାରେ ଦୁର୍ବୃତ୍ତମାନେ ସଶସ୍ତ୍ର ଡକାୟତି ଉଦ୍ୟମ କରିଛନ୍ତି। ୪/୫ ଜଣ ମୁଖାପିନ୍ଧା ବନ୍ଧୁକଧାରି ଉକ୍ତ ସଂସ୍ଥାରୁ ସୁନା ଗହଣା ଓ ଟଙ୍କା ଲୁଟରେ ବିଫଳ ହେବା ପରେ ୩ ଜଣ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତ କର୍ମଚାରୀଙ୍କୁ ନଗର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସାଇଣ୍ଟିିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଫିଙ୍ଗରପ୍ରିଣ୍ଟ ସଂଗ୍ରହ କରିଛି। ଡକାୟତଙ୍କୁ ଧରିବା ପାଇଁ ପୋଲିସ ସହରର ସମସ୍ତ ଥାନା ଇଲାକାରେ ନାକାବନ୍ଦୀ କରିଛି। ସଂସ୍ଥା ଭିତରେ ଖଞ୍ଜାଯାଇଥିବା ସିସି ଟିଭିରୁ ଫୁଟେଜ ସଂଗ୍ରହ କରିଛି। ଏଥିରେ ୪ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ରହିଥିବା ବୈଦ୍ୟନାଥପୁର ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି।
ପ୍ରକାଶ ଯେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ ଟାରେ ଉକ୍ତ ସଂସ୍ଥା ଖୋଲିଥିଲା। ୪ ଜଣ ଦୁର୍ବୃତ୍ତ ଭିତରେ ପଶିଥିଲେ। ଅନ୍ୟ ଜଣେ ହେଲମେଟ ପିନ୍ଧି ବାହାରେ ଗାଡି ଉପରେ ବସିଥିଲେ। ଭିତରେ ଥିବା ଦୁର୍ବୃତ୍ତମାନେ ୩ ଜଣ କର୍ମଚାରୀଙ୍କୁ ଲକର ଚାବି ମାଗିବା ସହ ସୁନାଗହଣା ଓ ଟଙ୍କା ଦେବାକୁ କହିଥିଲେ। ଏପରିକି ବନ୍ଧୁକ ବାହାର କରି ଦୁର୍ବୃତ୍ତମାନେ କର୍ମଚାରୀଙ୍କୁ ଭୟଭୀତ କରିଥିଲେ। କ୍ୟାଶିୟର ମିହିର ପ୍ରଧାନ ଅପରାଧୀମାନଙ୍କୁ କହିଥିଲେ, ଏହି ସଂସ୍ଥାଟି ଏକ ଶାଖା ସଂସ୍ଥା। ଏହାର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇରେ ଅଛି। ସେଠାରୁ ୱାନ୍‌ ଟାଇମ୍‌ ପାସ୍‌ୱାର୍ଡ (ଓଟିପି) ନମ୍ବର ମିଳିଲେ ହିଁ ଏଠାରେ ଥିବା ଲକର ଆପେଆପେ ଖୋଲିବ। ଆମ ପାଖରେ ଲକର ଖୋଲିବା ପାଇଁ କୌଣସି ଚାବି ନାହିଁ। ଏକଥା ଶୁଣିବା ପରେ ଡକାୟତମାନେ ସଂସ୍ଥାରେ କାମ କରୁଥିବା ମିହିର ପ୍ରଧାନ, ଡ଼ି. ଶ୍ରୀଧର ଆଚାରୀ ଓ ମୃତ୍ୟୁଞ୍ଜୟ ନାହାକଙ୍କୁ ବନ୍ଧୁକ ମୁନରେ ଆକ୍ରମଣ କରିଥିଲେ। ପରେ ସେମାନଙ୍କୁ ଏକ ଜିଆଇ ତାରରେ ବାନ୍ଧି ବାଥରୁମ୍‌ ଭିତରେ ପୁରାଇ ବାହାର ପଟୁ ଗେଡା ଦେଇ ଚମ୍ପଟ ମାରିଥିଲେ। ସଂସ୍ଥା ବାହାରେ କାମ କରୁଥିବା ମହିଳା ସୁଇପରଙ୍କୁ ମଧ୍ୟ ଡକାୟତମାନେ ଯିବା ପୂର୍ବରୁ ଧମକ ଦେଇ ଚମ୍ପଟ ମାରିଥିଲେ। ଡ଼କାୟତମାନେ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ ବୋଲି ସୁଇପର ଜଣଙ୍କ ପୋଲିସକୁ କହିଛନ୍ତି। ଏପରିକି ମଙ୍ଗଳବାର ଜଣେ ଯୁବକ ଟଙ୍କା ଋଣ ନେବା ପାଇଁ ଆସିଥିଲେ। ସେ ଦେଖାଇଥିବା କାଗଜପତ୍ର ବାହାର ରାଜ୍ୟର ହୋଇଥିବାରୁ ତାଙ୍କୁ ଋଣ ଦିଆଯାଇପାରିବ ନାହିଁ ବୋଲି କୁହାଯାଇଥିଲା ବୋଲି ମିହିର ପୋଲିସକୁ କହିଛନ୍ତି। ପୋଲିସ ଏବେ ଘଟଣାର ସମସ୍ତ ଦିଗକୁ ନେଇ ତନାଘନା ଚଳାଇଥିବା କହିଛି। ସଂସ୍ଥା ଶାଖା ପ୍ରବନ୍ଧକ ୧ ମାସ ହେଲା ଛୁଟିରେ ଥିବା ବେଳେ ସେଠାରେ ସୁରକ୍ଷାକର୍ମୀ ନିୟୋଜିତ ହୋଇ ନ ଥିବା ପୋଲିସ ସୂଚନା ଦେଇଛି। ଖବର ପାଇ ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ, ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ଓ ଲାଞ୍ଜିପଲ୍ଲୀ ଫାଣ୍ଡି ଅଧିକାରୀ ନାରାୟଣ ସ୍ବାଇଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ବିନାୟକ ଦାସ: ଟ୍ରାଫିକ-ଆଇନ ଶୃଙ୍ଖଳାକୁ ପ୍ରାଥମିକତା

ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ…

ଭାଲିଡେସନ ଆକ୍ଟକୁ ନେଇ ପେନସନଭୋଗୀଙ୍କ ମନରେ ଭୟ: ବିରୋଧ କଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଦିଗପହଣ୍ଡି ଅବସରପ୍ରାପ୍ତ କର୍ମଚାରୀ…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଫୁଲବାଣୀରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ କରୁଥିଲେ ଭାଇ-ଭଉଣୀ, ଅଚାନକ ପହଞ୍ଚିଗଲା ପୋଲିସ, ତା’ପରେ…

ଛତ୍ରପୁର, ୧୦।୪(ଦିଲ୍ଲୀପ ସାମଲ): ବେଆଇନ ଭାବେ ଫୁଲବାଣୀରୁ ବେଙ୍ଗାଲୁରୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ଥାନା । ଗୁରୁବାର ଅପରାହ୍ନରେ ଏକ…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri