Posted inଖେଳ

ଆଇ- ଲିଗ୍‌: ଚର୍ଚ୍ଚିଲର ସଂଘର୍ଷପୂର୍ଣ୍ଣ ବିଜୟ

ମାରଗାଓ,୧୬।୨(ପି.ଟି.)- ଚଳିତ ଆଇ- ଲିଗ୍‌ରେ ଶୁକ୍ରବାର ଖେଳାଯାଇଥିବା ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଚର୍ଚ୍ଚିଲ ବ୍ରଦର୍ସ ୨-୧ ଗୋଲରେ ଆଇଜଲ ଏଫ୍‌ସିକୁ ପରାସ୍ତ କରିଛି। ଚର୍ଚ୍ଚିଲର ଓ୍ବିଲିସ୍‌ ପ୍ଲାଜା ଷ୍ଟପେଜ ଟାଇମ ଅର୍ଥାତ୍‌ ମ୍ୟାଚ୍‌ର ଅନ୍ତିମ ମୁହୂର୍ତ୍ତରେ ନିର୍ଣ୍ଣାୟକ ଗୋଲ ଦେଇ ଦଳକୁ ଜିତାଇଥିଲେ। ଏହି ବିଜୟ ସହ ଚର୍ଚ୍ଚିଲ ୩ ପଏଣ୍ଟ ହାସଲ କରିଛି। ପ୍ରଥମାର୍ଦ୍ଧରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା ଓ କୌଣସି ଗୋଲ ସ୍କୋର ହୋଇପାରି ନ ଥିଲା। ତେବେ ଦ୍ୱିତୀୟାର୍ଦ୍ଧର ୭୪ତମ ମିନିଟ୍‌ରେ ଚର୍ଚ୍ଚିଲର ଡଓ୍ବାଡ ସିସେ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ନିର୍ଦ୍ଧାରିତ ସମୟର ଶେଷ ମିନିଟ୍‌ରେ ଆଇଜଲର ପଲ ରାମପାନଙ୍ଗଜାଉଭା ଗୋଲ ଦେଇ ମ୍ୟାଚ୍‌ ୧-୧ ସମାନ ସ୍ଥିତିକୁ ଆଣିଥିଲେ। ଶେଷରେ ପ୍ଲାଜା ନିର୍ଣ୍ଣାୟକ ଗୋଲ ଦେଇ ଆଇଜଲକୁ ନିରାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ରେ କମାଲ କଲେ ବାବର ଆଜମ: ଭାଙ୍ଗିଲେ କୋହଲିଙ୍କ ସର୍ବକାଳୀନ ରେକର୍ଡ

ଲାହୋର,୩।୨: ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସେ ଭାରତୀୟ କିମ୍ବଦନ୍ତୀ…

ଭାରତକୁ ନେଇ ଏମିତି କଥା କହୁଥିଲେ ପାକିସ୍ତାନୀ ଖବରଦାତା, ମୁହଁ ବନ୍ଦ କଲେ ଏହି ଖେଳାଳି

ନୂଆଦିଲ୍ଲୀ,୩।୨: ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶଙ୍କୁ ପାକିସ୍ତାନର ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ ମ୍ୟାଚ ବର୍ଜନ ଏବଂ ବାଂଲାଦେଶର ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ସମ୍ପର୍କରେ ପ୍ରଶ୍ନର ସମ୍ମୁଖୀନ…

ଭାରତ-ପାକିସ୍ତାନ ମ୍ୟାଚ୍‌ ନ ହେଲେ ଏତିକି କୋଟି ଟଙ୍କା କ୍ଷତି ହେବ, ଜାଣନ୍ତୁ

ନୂଆଦିଲ୍ଲୀ,୩ା୨- ଆଇସିସି ଇଭେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରୁ ଆନୁମାନିକ ୨୫୦ ମିଲିଅନ ଆମେରିକୀୟ ଡଲାର ବା ୨୨୦୦ କୋଟି ଟଙ୍କାର ରାଜସ୍ୱ ସୃଷ୍ଟି…

ହକି ବିଶ୍ୱକପ୍‌ ଖେଳିବା ପରେ ଏବେ ଟି-୨୦ ବିଶ୍ୱକପ୍‌ରେ ଦଳର ନେତୃତ୍ୱ ନେବେ ଏହି ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୩।୨: ଟି୨୦ ବିଶ୍ୱକପ ୨୦୨୬କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥର ୨୦ଟି ଦଳ ଅଂଶଗ୍ରହଣ କରିବେ। ଟି୨୦ ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ଏତେ…

କ୍ରିକେଟ ଜଗତରେ ଶୋକ, ପୂର୍ବତନ କ୍ରିକେଟରଙ୍କ ୬୭ବର୍ଷରେ ଦେହାନ୍ତ

ନୂଆଦିଲ୍ଲୀ,୩।୨: ଇଂଲଣ୍ଡରୁ ଏକ ବଡ଼ ଖବର ଆସିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଟୋନି ପିଗଟଙ୍କର ୬୭ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ଦେହାନ୍ତ ପରେ…

ଭାରତ ବିପକ୍ଷରେ ଖେଳିବାକୁ ଏମିତି ସର୍ତ୍ତ ରଖିଲା ପାକିସ୍ତାନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ୍‌,୩।୨: ପାକିସ୍ତାନ କ୍ରିକେଟ ବୋର୍ଡର ନାଟକ ଶେଷ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ। ପାକିସ୍ତାନ ପ୍ରଥମେ ଟି୨୦ ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷରେ ଖେଳିବାକୁ ମନା କରିଥିଲା…

ଟି-୨୦ ବିଶ୍ୱକପ ଖେଳିବେନି ପ୍ୟାଟ୍ କମିନ୍ସ, କାରଣ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩।୨: ଅଷ୍ଟ୍ରେଲିଆର ଟେଷ୍ଟ ଏବଂ ODI  ଅଧିନାୟକ ପ୍ୟାଟ୍ କମିନ୍ସ ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ଲମ୍ବା କ୍ୟାରିଅର ଏବଂ ୨୦୨୭ର…

ଖେଳିବ ପାକିସ୍ତାନ, ବଦଳିବ ନ ଖେଳିବାର ନିଷ୍ପତ୍ତି? ଆସନ୍ତା ୨୪ ଘଣ୍ଟା ବେଶ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ,୩।୨: ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚ ନେଇ ଅନିଶ୍ଚିତତା ଜାରି ରହିଛି। ପାକିସ୍ତାନ କ୍ରିକେଟ ବୋର୍ଡ (PCB) ବର୍ତ୍ତମାନ ଭାରତ ବିପକ୍ଷରେ ମ୍ୟାଚ ଖେଳିବାକୁ ମନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri