ଅସ୍ବାଭାବିକ ମୁଣ୍ଡ ସହ ବଞ୍ଚୁଛନ୍ତି ଶିବଶଙ୍କର: ଚିକିତ୍ସା ପାଇଁ ଦିଲ୍ଲୀ ଏମ୍‌ସ ପଠାଯିବ

ଜୟପୁର,୧୨ା୬(ଡି.ଏନ୍‌.ଏ.): ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତ ବୈରାଗୀମଠ ଗ୍ରାମର ଦିନ ମଜୁରିଆ ଟୁନା ପରଜାଙ୍କ ପୁଅ ଶିବଶଙ୍କର (୧୪)ଙ୍କ ପିଲାଟି ଦିନରୁ ମୁଣ୍ଡ ଅସ୍ବାଭାବିକ ଭାବେ ବୃଦ୍ଧି ପାଉଛି । ଜୟପୁର ଓ କୋରାପୁଟରେ ତାଙ୍କର ଚିକିତ୍ସା ସତ୍ତ୍ୱେ କୌଣସି ସୁଫଳ ମିଳି ନଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ଶିବଶଙ୍କରଙ୍କୁ ବୁଧବାର ଉଦ୍ଧାର କରି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ନେଇଥିଲା। ସେଠାରୁ ତାଙ୍କୁ କଟକ ଶିଶୁ ଭବନ ଓ ପରେ ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ମେଡିକାଲ ସାଇନ୍ସ (ଏମ୍‌ସ)କୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ତାଙ୍କର ଅସ୍ତ୍ରୋପଚାର ଓ ଅନ୍ୟ ଖର୍ଚ୍ଚ ରାଷ୍ଟ୍ରୀୟ ବାଲ ସୁରକ୍ଷା କଲ୍ୟାଣ (ଆରବିକେଏସ) ଦ୍ୱାରା କରାଯିବା ପାଇଁ କୋରାପୁଟ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ଅସୁସ୍ଥ ଶିବଶଙ୍କରଙ୍କ ସହ ତାଙ୍କ ବାପା, ମା ଏବଂ ରାବଣାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଚୌଧୁରୀ ଚିତ୍ତରଞ୍ଜନ ବୁଧବାର ସନ୍ଧ୍ୟାରେ ଆମ୍ବୁଲାନ୍ସ ଯୋଗେ କଟକ ଶିଶୁଭବନ ଯାତ୍ରା କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଶିବଶଙ୍କରଙ୍କ ମୁଣ୍ଡ ଅସ୍ବାଭାବିକ ଭାବେ ବଢୁଥିବା ନେଇ କେହି ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରିବା ପରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିବଙ୍କ ଚିକିତ୍ସା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଆସିଥିଲା। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନଜାତିଙ୍କ ନିଆରା ପରମ୍ପରା: ରଥାରୂଢ଼ ହେଲେ ତିନି ଠାକୁର, ଏମ୍‌ପିଙ୍କ ଛେରାପହଁରା ପରେ ଗଡ଼ିଲା ରଥ

ଦାରିଙ୍ଗବାଡ଼ି,୧୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ଦୁର୍ଗମ ଗବାଟବାଡ଼ି ଗ୍ରାମରେ ଗୁରୁବାର ରଥଯାତ୍ରା ବହୁ ଆଡ଼ମ୍ବର ତଥା ଜନଜାତିଙ୍କ ସଂସ୍କୃତି ପରମ୍ପରାରେ ପାଳିତ…

ହିନ୍ଦୁ ଛାତ୍ରଙ୍କୁ କଲମା ପଢ଼ାଇଲେ ଶିକ୍ଷକ, ଅଭିଭାବକ ସ୍କୁଲରେ ପଶି କଲେ….

ହାଇଦ୍ରାବାଦ,୧୬ା୭: ହାଇଦ୍ରାବାଦର ସଇଦାବାଦ ଅଞ୍ଚଳର ଏକ ଘରୋଇ ସ୍କୁଲରେ ବିବାଦ ଦେଖାଦେଇଛି । ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ହିନ୍ଦୁ ଛାତ୍ରଙ୍କ ଅଭିଭାବକ ଅଭିଯୋଗ କରିଛନ୍ତି ଯେ…

ତାଜମହଲ ସାମ୍ନାରେ ଖୋଲିଗଲା ବିଦେଶୀ ମହିଳାଙ୍କ ଶାଢ଼ି, ଏମିତି କାମ କଲେ ମହିଳା କନଷ୍ଟେବଳ, ଭିଡିଓ ଦେଖିଲେ…

ତାଜମହଲ ବିଶ୍ୱର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ। ପ୍ରତିବର୍ଷ କେବଳ ଭାରତ ନୁହେଁ ବରଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷଲକ୍ଷ ପର୍ଯ୍ୟଟକ ପରିଦର୍ଶନ କରିବାକୁ ଆସିଥାନ୍ତି।…

ବିନାଶ କରିଦେବୁ…ଟ୍ରମ୍ପଙ୍କୁ ସିଧା ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ,୧୬।୭: ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ଉତ୍ତେଜନା ମଧ୍ୟରେ ତେହରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଦୃଢ଼ ମନୋଭାବ ଗ୍ରହଣ କରିଛି। ଇରାନର…

ପ୍ରବଳ ବର୍ଷା ସତ୍ତ୍ୱେ କେଏସୟୁବି କଲେଜରେ ଚାରାରୋପଣ: ସହଯୋଗ କଲେ…

ଭଞ୍ଜନଗର,୧୬।୭(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଗୁରୁବାର ପ୍ରବଳ ବର୍ଷା ସତ୍ତ୍ୱେ ଚାରାରୋପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ. ଗଗନ ବିହାରୀ…

ନିଜ ଦରମାରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦେଲେ ସମିତି ସଭ୍ୟ ଧ୍ରୁବ, ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା

ଗଞ୍ଜାମ,୧୬।୭ (ବିଦ୍ୟାଧର ସାହୁ ): ଝିଅ ବିବାହ ଏବଂ ମୃତ ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା କରି ଚର୍ଚ୍ଚାରେ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ। ଗଞ୍ଜାମ…

ଜାରି ରହିଛି ଲଗାଣ ବର୍ଷା: କୁଲାଡ ରଥଯାତ୍ରା ବର୍ଷା ପାଇଁ ନାହିଁ ଶ୍ରଦ୍ଧାଳୁଙ୍କ ଭିଡ଼

ଭଞ୍ଜନଗର,୧୬।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବୁଧବାର ରାତିରୁ ଗୁରୁବାର ଖବର ଲେଖା ହେବା ପର୍ଯ୍ୟନ୍ତ ଲଗାଣ ବର୍ଷା ଲାଗି ରହିଛି। ଏହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ…

ବିଦ୍ୟୁତ ବୋର୍ଡ ମରାମତି କରୁଥିବା ବେଳେ ମାରିଲା କରେଣ୍ଟ, ତାପରେ….

ପାଟଣା,୧୬ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ବଡ଼ବିଲ ପଞ୍ଚାୟତ ଅନ୍ତର୍ଗତ ବାର ତୁଣିଆ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri