ଅସୁରକ୍ଷିତ ବାହାବଳପୁର ଜେଟି

ରୂପ୍‌ସା, ୨୯।୧୧-ଶତାଧିକ ମତ୍ସ୍ୟଜୀବୀଙ୍କୁ ଦାନାପାଣି ଯୋଗାଉଥିବା ବାହାବଳପୁର ମାଛଧରା ଜେଟି ଦିନକୁ ଦିନ ସ୍ଥିତି ହରାଇବାକୁ ବସିଛି। ଜଳକା ନଦୀର ଶାଖା ନାଳ ସଂଲଗ୍ନ ମୁହାଣରେ ଥିବା ଜେଟିଠାରୁ ସମୁଦ୍ରର ଦୂରତା ପ୍ରାୟ ୨ କି.ମି. ହେବ। ଏହା ନିକଟରେ ରହିଛି ଏକ ମତ୍ସ୍ୟ ଅବତରଣ କେନ୍ଦ୍ର। ଏକଦା ଏହି ମୁହାଣ ପଥ ଦେଇ ସାଧବପୁଅମାନେ ନୌବାଣିଜ୍ୟ କାରବାର କରୁଥିଲେ। ସେଦିନର ସ୍ମୃତି ଆଜି ହଜିଯାଇଥିଲେ ବି ୧୯୯୨ ମସିହାରେ ଏଠାରେ ଜେଟି ନିର୍ମାଣ ହେବା ପରେ ଦୈନିକ ୧୬ହଜାରରୁ ଅଧିକ ମତ୍ସ୍ୟଜୀବୀ ଭୁଟୁଭୁଟି, ଲଞ୍ଚ, ଟ୍ରଲର ଓ ବୋଟ୍‌ ନେଇ ସମୁଦ୍ରକୁ ମାଛ ଧରିବାକୁ ଯାଉଥାନ୍ତି। ଏହି ମୁହାଣ ଜଳପଥ କ୍ରମଶଃ ପୋତିହୋଇପଡିବାରୁ ଏହାର ଗଭୀରତା ହ୍ରାସ ପାଇଛି। ଅନ୍ୟପକ୍ଷେ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏହି ମାଛଧରା ଜେଟି ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଜେଟିର କଂକ୍ରିଟ ଅଂଶରେ ଫାଟ ସୃଷ୍ଟି ହୋଇଥିବାରୁ ଏହା ଯେକୌଣସି ମୁହୂର୍ତ୍ତରେ ଭୁଶୁଡି ପଡିବା ଆଶଙ୍କା ରହିଛି। ମତ୍ସ୍ୟଜୀବୀ ଓ ବ୍ୟବସାୟୀ ସଂଘ ପକ୍ଷରୁ ବାରମ୍ବାର ଦାବି କରାଯିବା ସତ୍ତ୍ୱେ ଏହାର ମରାମତି ତଥା ପୁନରୁଦ୍ଧାର କରାଯାଉନାହିଁ।
ବାଲେଶ୍ୱର ଜିଲା ବଙ୍ଗୋପସାଗର ଉପକୂଳରେ ଥିବା ବିଭିନ୍ନ ଜେଟି ମଧ୍ୟରୁ ବାହାବଳପୁର ମତ୍ସ୍ୟ ଉତ୍ପାଦନ ଓ ବ୍ୟବସାୟ କ୍ଷେତ୍ରରେ ଆଗୁଆ ରହି ଜିଲାର ଅର୍ଥନୀତିକୁ ଦୃଢ କରିଆସିଛି। ପ୍ରତିଦିନ ଏହି ଜେଟିରେ ଶତାଧିକ ଲଞ୍ଚ, ବୋଟ୍‌ ଆସି ଲାଗିବା ପରେ ବ୍ୟବସାୟୀମାନେ ମାଛ କିଣି ଏଠାରୁ ମାଡ୍ରାସ, କେରଳ, କଲିକତା, ବମ୍ବେ, ଦିଲ୍ଲୀ ଓ ଗୋଆ ଆଦି ସ୍ଥାନକୁ ରତ୍ପାନି କରିଥାନ୍ତି। ବାହାର ଅଞ୍ଚଳରୁ ଅନେକ ବ୍ୟବସାୟୀ ମଧ୍ୟ ଆସିଥାନ୍ତି। ବୋଟ୍‌ ମାଲିକମାନେ ପ୍ରାୟ ୮୦ ପ୍ରତିଶତ ମାଛ ବାହାରକୁ ରପ୍ତାନି କରିଥାନ୍ତି। ଜେଟି ଓ ଏହା ସଂଲଗ୍ନ ମୁହାଣ ପୋତି ହୋଇଯାଉଥିବାରୁ ସମୁଦ୍ର ଭିତରକୁ ଜଳଯାନ ଯାତାୟାତ କରିବା ବନ୍ଦ ହେବା ଭଳି ପରିସ୍ଥିତି ଦେଖାଦେଇଛି। ସାମୁଦ୍ରିକ ମତ୍ସ୍ୟ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ବାହାବଳପୁର ମୁହାଣ ଜେଟି ସଂଲଗ୍ନ ଅଞ୍ଚଳରେ ୩୫୨ଟି ଭୁଟୁଭୁଟି, ୧୮୫ ଟ୍ରଲର, ୧୩୫ ଗୀଲନେଟର (ବଡ଼ଲଞ୍ଚ), ୧୨୯ଟି ଦେଶୀଡଙ୍ଗା ମିଶି ମୋଟ ୮୦୧ଟି ଜଳଯାନ ରହିଛି। ଏସବୁ ଜଳଯାନ ପଞ୍ଜୀକୃତ ଓ ଲାଇସେନ୍ସପ୍ରାପ୍ତ। ଏଠାରେ ଦଳିତ, ଅନୁସୂଚିତ ଜାତି ଓ ଉପଜାତି ସମେତ ଅନ୍ୟାନ୍ୟ ବର୍ଗର ମହିଳା, ପୁରୁଷ ମତ୍ସ୍ୟଜୀବୀଙ୍କ ସଂଖ୍ୟା ପ୍ରାୟ ୧୬ହଜାର। ପୂର୍ବରୁ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ରାଜ୍ୟ କୃଷି, ମତ୍ସ୍ୟ, ପ୍ରାଣୀସମ୍ପଦ ମନ୍ତ୍ରୀ ଡା. ଦାମୋଦର ରାଉତ ଓ ପ୍ରଦୀପ ମହାରଥୀ ପ୍ରମୁଖ ଏଠାକୁ ଗସ୍ତରେ ଆସିଥିବା ବେଳେ ମତ୍ସ୍ୟଜୀବୀମାନେ ଜେଟିର ପୁନରୁଦ୍ଧାର ସହ ଏକ ମାଛଧରା ବନ୍ଦର ପ୍ରତିଷ୍ଠା ପାଇଁ ଦାବି କରିଥିଲେ। ସେସବୁ ଦାବି ଏବଂ ନେତା ଓ ପ୍ରଶାସନଠାରୁ ମିଳିଥିବା ପ୍ରତିଶ୍ରୁତି ଆଜି ସ୍ବପ୍ନ ହୋଇରହିଥିବା ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି।
ଏମାନେ କୁହନ୍ତି,
ବୋଟ୍‌ ମାଲିକ ପ୍ରବୀର ସାହୁ କହନ୍ତି, ଅଧିକ ଜଳଯାନ ରଖିବା ପାଇଁ ମୁହାଣରେ ବ୍ୟବସ୍ଥା ନାହିଁ। ନାଳି ପୋତି ହୋଇଯାଉଥିବାରୁ ଜୁଆର କମିଗଲେ ଲଞ୍ଚ ଓ ବୋଟ୍‌ କୂଳକୁ ଆସିପାରୁନାହିଁ। ଏଭଳି ସ୍ଥିତିରେ କେତେକ ସମୁଦ୍ରରେ ଅସ୍ଥାୟୀ ନଙ୍ଗର ପକାଇ ରହୁଛନ୍ତି। ମତ୍ସ୍ୟଜୀବୀ ଓ ମତ୍ସ୍ୟ ବ୍ୟବସାୟୀ ସଂଘ ସଭାପତି ବିକାଶ ଦାସ ଓ ସମ୍ପାଦକ ଗୋରାଚାନ୍ଦ ଜେନା କହନ୍ତି, ଏହି ମାଛଧରା କେନ୍ଦ୍ରର ସାମଗ୍ରିକ ବିକାଶ ପାଇଁ ୧୫ବର୍ଷ ହେବ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଦୃଷ୍ଟିଆକର୍ଷଣ କରାଯାଇଆସୁଛି। ହେଲେ ଜେଟିର ଭାଗ୍ୟ ବଦଳୁନାହିଁ। ଭାଜପା ଜିଲା ସାଧାରଣ ସମ୍ପାଦକ ଦେବାଶିଷ ମହାପାତ୍ର ଅନୁରୂପ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ମତ୍ସ୍ୟଜୀବୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ହଳଦୀପଦା-ବାହାବଳପୁର ରାସ୍ତାର ସ୍ଥାୟୀ ନିର୍ମାଣ ଆବଶ୍ୟକ। ସମୁଦ୍ର ସଂଲଗ୍ନ ନଦୀ ମୁହଁରେ ସ୍ଲୁଇସ ଗେଟ୍‌ ନ ଥିବାରୁ ସାର୍ଥା, କଷାଫଳ, ଛାନୁଆ, ବାହାବଳପୁର ଆଦି ପଞ୍ଚାୟତର ଚାଷଜମିରେ ଜୁଆର ଲୁଣାଜଳ ମାଡ଼ି ଫସଲ ନଷ୍ଟ ହେଉଛି। ଫିଶ୍‌ଫେଡ୍‌ ଇନଚାର୍ଜ କାଳୀପ୍ରସାଦ ବିଶ୍ୱାଳ କହନ୍ତି, ଫିଶେରୀ ଇଞ୍ଜିନିୟର ଡିଭିଜନ ଦ୍ୱାରା ୨୦୧୮-୧୯ ବର୍ଷରେ ଜେଟିର କିଛି ଅଂଶ ମରାମତି କରାଯାଇଥିଲା। ସେବେଠାରୁ ଏହାର ପୁନରୁଦ୍ଧାର ଓ ସମ୍ପ୍ରସାରଣ କାର୍ଯ୍ୟ ଯୋଜନାରେ ଅଟକି ରହିଛି। ସହକାରୀ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ନଳିନୀକାନ୍ତ ଦାସ କହିଛନ୍ତି, ରକ୍ଷଣାବେକ୍ଷଣ ଅଭାବରୁ ୧୨୦ମିଟର ଲମ୍ବ ବିଶିଷ୍ଟ ଜେଟି ଭୁଶୁଡ଼ିବା ଅବସ୍ଥାରେ ଅଛି। ୪୫୦ମିଟର ନୂତନ ଜେଟି ନିର୍ମାଣ ପାଇଁ ୨୦୦୯-୧୦ରେ କେରଳରୁ ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କୋଷ୍ଟାଲ ଫିଶେରୀ ଇଞ୍ଜିନିୟରିଂ ଫେଡେରେଶନ ତରଫରୁ ସର୍ଭେ ସରିଛି। ପ୍ଲାନ ଏଷ୍ଟିମେଟ ସହ ରିପୋର୍ଟ ଦାଖଲ ହୋଇଛି। ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ମିଳିଲେ ଯାହା ପଦକ୍ଷେପ ନିଆଯିବ।

(ବାଞ୍ଛାନିଧି ଦେ)


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri