ଅସୁରକ୍ଷିତ ଅଭୟାରଣ୍ୟ

ଢେଙ୍କାନାଳ ଅଫିସ, ୧୬।୨ – ପ୍ରକୃତିର ବରଦାନ କପିଳାସ। ଶାନ୍ତ ସବୁଜିମା ଭରା ପରିବେଶ, ଜୈବ ବିବିଧତା ସାଙ୍ଗକୁ ବନ୍ୟଜନ୍ତୁଙ୍କ ସମ୍ଭାର ଏହାର ପରିଚୟ। ହେଲେ ଅଭୟାରଣ୍ୟ ମାନ୍ୟତା ମିଳିବାର ଦୀର୍ଘ ୯ବର୍ଷ ପରେ ବି ଏହାର ବିକାଶ ପାଇଁ ହୋଇନି ସ୍ବତନ୍ତ୍ର ଯୋଜନା। ପଠାଯାଇଥିବା ପ୍ରସ୍ତାବ ବର୍ଷ ବର୍ଷ ଧରି ନାଲିଫିତା ତଳୁ ମୁଣ୍ଡ ଟେକି ପାରୁନି। ସର୍ବୋପରି ଏତେବଡ଼ ଅଭୟାରଣ୍ୟର ଦେଖାରଖା କରିବାକୁ ଆସୁଥିବା ଅନୁଦାନ ସମୁଦ୍ରକୁ ଶଙ୍ଖେ। ଏସବୁ ଭିତରେ ଅସୁରକ୍ଷିତ ହୋଇପଡ଼ିଛି କପିଳାସ ଅଭୟାରଣ୍ୟ ଏବଂ ଏଠାକାର ବନ୍ୟଜୀବନ।
୨୦୧୧ ଏପ୍ରିଲରେ କପିଳାସକୁ ମିଳିଥିଲା ଅଭୟାରଣ୍ୟ ମାନ୍ୟତା। ଢେଙ୍କାନାଳ ଜିଲାର କୃଷ୍ଣକୁମାରପୁରଠାରୁ ଆରମ୍ଭ କରି କଟକ ଜିଲାର ଟାଙ୍ଗୀ ଓ ଖୁଣ୍ଟୁଣୀ ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ। ୧୨୫.୨୫ ବର୍ଗ କିମି ଅଞ୍ଚଳରେ ବ୍ୟାପିଛି ଏହାର ପରିସୀମା। ଶାଗୁଆନ, ଶାଳ, ବଡ଼ ଚାକୁଣ୍ଡା, ମୂଲ୍ୟବାନ ଔଷଧୀୟ ଗଛ ସହ ହାତୀ, ଭାଲୁ, ହରିଣ, ସମ୍ବର, କୁଟୁରା, ବାର୍‌ହା, ଠେକୁଆ, ମୟୂର, ଝିଙ୍କ, ଗୁରାଣ୍ଡି, ଅଜଗର, ଅହିରାଜ ଭଳି ସରୀସୃପରେ ପରିପୃଷ୍ଟ ଏହାର ବନ୍ୟଜୀବନ। ଜାତି ଜାତିକା ପକ୍ଷୀଙ୍କ କାକଳି ପର୍ଯ୍ୟଟକଙ୍କୁ ବାନ୍ଧି ରଖିବାରେ ସକ୍ଷମ। ହେଲେ ଏହାର ବିକାଶ ପାଇଁ ସରକାର ସତେ ଯେମିତି ଆଖି ବୁଜି ଦେଇଛନ୍ତି। ଅଭୟାରଣ୍ୟ ମାନ୍ୟତା ପାଇବାର ୯ବର୍ଷ ପରେ ବି ଏହାର ସୁରକ୍ଷା ଲାଗି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ।
ଅଭୟାରଣ୍ୟ ଘୋଷିତ ହେବା ପରେ କେତେକ ନିୟମ ପାଳନ କରିବା ଅପରିହାର୍ଯ୍ୟ। ଯେମିତିକି, ଅଭୟାରଣ୍ୟ ସୀମା ଆରମ୍ଭ ହୋଇଥିବା କୃଷ୍ଣକୁମାରପୁରରେ ଏକ ମୁଖଶାଳା ତଥା ଫାଟକ ରହିବ। ସେଠାରେ ବଡ଼ ବଡ଼ ଅକ୍ଷରରେ ସୂଚନା ଫଳକ ଲଗାଯାଇ ଅଭୟାରଣ୍ୟ ମଧ୍ୟ ଦେଇ ଯାଉଥିବା ଯାନବାହନ ଏବଂ ଜନସାଧାରଣଙ୍କୁ ସଚେତନ ପାଇଁ ନିୟମାବଳୀ ଉଲ୍ଲେଖ କରାଯିବ। ସେହିପରି ପାଟ୍ରୋଲିଂରେ ନିୟୋଜିତ କର୍ମଚାରୀ ଉକ୍ତ ସ୍ଥାନରେ ଗାଡ଼ି ଯାଞ୍ଚ କରିବେ। ବନ ବିଭାଗ ପକ୍ଷରୁ ଏ ସମ୍ପର୍କିତ ପ୍ରସ୍ତାବ ୨୦୧୫ରୁ ଯାଇଛି। ହେଲେ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ସେସବୁ ନାଲିଫିତା ତଳେ ବନ୍ଦ ପଡ଼ିଛି। ଅପରପକ୍ଷେ ବର୍ଷତମାମ ଅଭୟାରଣ୍ୟ ଦେଇ କପିଳାସ ଶୈବପୀଠକୁ ଶ୍ରଦ୍ଧାଳୁମାନେ ଯାତାୟାତ କରିଥାନ୍ତି। ସେମାନଙ୍କ ଦ୍ୱାରା କରାଯାଉଥିବା ପ୍ରଦୂଷଣର ପ୍ରତିକୂଳ ପ୍ରଭାବ ଅଭୟାରଣ୍ୟ ପରିବେଶ ଏବଂ ବନ୍ୟଜନ୍ତୁଙ୍କ ଉପରେ ପଡୁଛି। ଏହାକୁ ରୋକିବାକୁ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ହେଲେ ଦୁଇ ତିନୋଟି ସ୍ଥାନରେ ଛୋଟ ଛୋଟ ସୂଚନା ଫଳକ ଲଗାଇ ବନ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଏହାକୁ ନେଇ ପରିବେଶବିତ୍‌ କ୍ଷୋଭ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri