ଅସହ୍ୟ ହୋଇପଡ଼ିଛି ପୁଅର ଯନ୍ତ୍ରଣା: ବିଷ ପିଇ ଜୀବନ ହାରିବାକୁ ମା’ଙ୍କ ଚେତାବନୀ

ବନ୍ତ,୭।୯ (ଡି.ଏନ.ଏ.) – ବାରମ୍ବାର ଟୁଇଟ୍‌ ପରେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ପକ୍ଷାଘାତରେ ପୀଡ଼ିତ ହୋଇ ରୋଗଶଯ୍ୟାରେ ଛଟପଟ ହେଉଥିବା ପୁଅର ଯନ୍ତ୍ରଣା ସହି ନ ପାରି ବିଷ ପିଇ ନିଜେ ଜୀବନ ହାରିବା ସହ ପୁଅକୁ ବିଷ ପିଆଇ ମାରି ଦେବେ ବୋଲି ଚେତାବନୀ ଦେଇଛନ୍ତି ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ନିମାପଡ଼ା ଗ୍ରାମର ଗୀତାରାଣୀ ପଣ୍ଡା। ଅର୍ଥାଭାବ ଯୋଗୁ ପୁଅର ଚିକିତ୍ସା କରାଇପାରୁ ନ ଥିବାବେଳେ ପ୍ରଶାସନର ନୀରବତା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି।
ଏହି ଗ୍ରାମର ନାରାୟଣ ଚନ୍ଦ୍ର ପଣ୍ଡାଙ୍କ ଏକମାତ୍ର ପୁଅ ମାନସ(୨୪)। ଗତ ଫେବୃୟାରୀ ୨୧ ତାରିଖରେ କଟକ ଯାଉଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ। ଦୁର୍ଘଟଣାରେ ମାନସଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗି ବ୍ରେନ୍‌ ହାମ୍‌ରେଜ ହୋଇଥିଲା। ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଇଥିଲେ। ପୁଅର ଚିକିତ୍ସା ପାଇଁ ପରିବାର ଲୋକେ ଜମିବାଡି ବିକ୍ରି କରିବା ସହ ଧାରକରଜ କରି ୮ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ଚିକିତ୍ସାରେ ଅଧିକ ଅର୍ଥ ଆବଶ୍ୟକ ପଡ଼ିବାରୁ ସେମାନେ ପୁଅକୁ ଘରକୁ ନେଇ ଆସିଥିଲେ। ପରେ ସରକାରୀ ସହାୟତା ପାଇଁ ପରିବାର ପକ୍ଷରୁ ଜିଲାପାଳଙ୍କୁ ଆବେଦନ କରାଯାଇଥିଲା। ଜିଲାପାଳଙ୍କ ଅନୁମୋଦନ କ୍ରମେ ଗତ ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଦାନ କରାଯିବା ସହ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସ ହସ୍‌ପିଟାଲକୁ ନିଆଯିବାର ବ୍ୟବସ୍ଥା କରାଯାଇଥିଲା। ମାତ୍ର ସେଠାରେ ବେଡ୍‌ ସୁବିଧା ନ ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ପଠାଯାଇଥିଲା। ସେଠାରେ ମଧ୍ୟ ବେଡ୍‌ ସୁବିଧା ନ ମିଳିବାରୁ କିଛିଦିନ ବାରଣ୍ଡାରେ ଚିକିତ୍ସିତ ହେବା ପରେ ଅସୁବିଧା ଯୋଗୁ ପରିବାର ଲୋକେ ମାନସଙ୍କୁ ଘରକୁ ନେଇ ଆସିଥିଲେ। ଏବେ ମାନସ ରୋଗଶଯ୍ୟାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। କେବଳ ତରଳ ପାନୀୟ ପିଇ ସେ ବଞ୍ଚି ରହିଛନ୍ତି। ତାଙ୍କ ପାଟି କଳରେ ଘା’ ହୋଇଗଲାଣି। ମାନସଙ୍କୁ ସରକାରୀ ସହାୟତା ପ୍ରଦାନ ସହ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ ଭଦ୍ରକ ବରପଦା ଗ୍ରାମର ସାମାଜିକ କର୍ମୀ ପଦ୍ମଲୋଚନ ବେହେରା ଦୀର୍ଘମାସ ହେବ ଟୁଇଟ୍‌ ମାଧ୍ୟମରେ ଜିଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏ ସମ୍ପର୍କରେ ଜଣାଇ ଆସୁଛନ୍ତି। ପୁଅର ଯନ୍ତ୍ରଣା ସହି ନ ପାରି ମା’ ଗୀତାରଣୀ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସାମାଜିକ କର୍ମୀ ପଦ୍ମଲୋଚନଙ୍କୁ ଫୋନ୍‌ ଯୋଗେ କହିଛନ୍ତି। ଏହାର ଅଡିଓ କ୍ଲିପ୍‌କୁ ମଧ୍ୟ ଟୁଇଟ୍‌ ମାଧ୍ୟମରେ ପ୍ରଶାସନ ନିକଟକୁ ପଠାଯାଇଥିବା ସାମାଜିକ କର୍ମୀ ପଦ୍ମଲୋଚନ ପ୍ରକାଶ କରିଛନ୍ତି। ହେଲେ ପ୍ରଶାସନ ବର୍ତ୍ତମାନ ସୁଦ୍ଧା ମାନସଙ୍କ ଅଧିକ ଚିକିତ୍ସା ପାଇଁ ତତ୍ପରତା ପ୍ରକାଶ କରିନାହିଁ। ଏ ସମ୍ପର୍କରେ ଜିଲାପାଳ ଜ୍ଞାନରଞ୍ଜନ ଦାଶଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ମୋକିମ, କହିଲେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ…

ଭୁବନେଶ୍ୱର,୧୦।୧୨: କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ। ମୋକିମ କହିଛନ୍ତି, କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

୧୨ ଯାଏ ଥରିବ ଓଡ଼ିଶା: ୭ ଜିଲାକୁ କୋଲ୍ଡ ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)- ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଶୀତର ଲହରୀ ଜାରି ରହିଥିବାବେଳେ ଆହୁରି ୩ଦିନ ଯାଏଁ ଶୀତ କଲବଲ କରିବ।...

କଂଗ୍ରେସ ଛାଡିବେ କି ମୋକିମ? ଭକ୍ତଙ୍କୁ କଲେ ଖୋଲା ଚ୍ୟାଲେଞ୍ଜ, ସୋନିଆଙ୍କୁ ଚିଠି ଲେଖି କହିଲେ…

ଭୁବନେଶ୍ୱର,୧୦।୧୨: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା ମୋକିମ। ସୋନିଆଙ୍କୁ ଚିଠି ଲେଖି ଅସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri