Posted inଖେଳ

ଅଷ୍ଟ୍ରେଲିଆରେ ପୂର୍ଣ୍ଣ ସିରିଜ ଖେଳିବ ଭାରତ

ମେଲବୋର୍ନ, ୨୯।୫(ପି.ଟି.)-କଳ୍ପନା ଜଳ୍ପନାର ଅବସାନ ଘଟାଇ କ୍ରିକେଟ ଅଷ୍ଟ୍ରେଲିଆ ଗୁରୁବାର ଭାରତ ବିପକ୍ଷ ସିରିଜର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଫଳରେ ଏହି ଗସ୍ତରେ ଭାରତ ଏକ ପୂର୍ଣ୍ଣ ସିରିଜ ଖେଳିବା ସ୍ପଷ୍ଟ ହୋଇଯାଇଛି। ଟି୨୦ରୁ ଭାରତର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ। ୩ଟି ଟି୨୦ ପରେ ଭାରତ ୪ଟି ଟେଷ୍ଟ ଏବଂ ୩ଟି ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଅକ୍ଟୋବର ୧୧ରେ ବ୍ରିସବେନ୍‌ଠାରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି୨୦ ଅନୁଷ୍ଠିତ ହେବ। ଏହାପରେ ୧୪ରେ କାନ୍‌ବେରା ଏବଂ ୧୭ରେ ଆଡିଲେଡଠାରେ ମ୍ୟାଚ ଖେଳିବ। କରୋନା ଭାଇରସ ସଂକ୍ରମଣ ଜନିତ ପ୍ରଭାବରୁ ଟି୨୦ ବିଶ୍ୱକପ ଆୟୋଜନ ସମ୍ଭାବନା କ୍ଷୀଣ ଥିଲେ ହେଁ ଏଥିପାଇଁ ସମୟ ରଖା ଯାଇଛି। ଯଦି ବିଶ୍ୱକପ ସମ୍ଭବ ହୁଏ ତେବେ ଭାରତ ଏଥିରେ ଖେଳିବାପରେ ଟେଷ୍ଟ ସିରିଜ ଖେଳିବାକୁ ପୁଣି ପ୍ରତ୍ୟାବର୍ତ୍ତନ କରିବ। ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବ୍ରିସବେନଠାରେ ଡିସେମ୍ବର ୩ରୁ ଆରମ୍ଭ ହେବ। ଏହାପରେ ଏହି ମାସ ୧୧ରୁ ୧୫ ପର୍ଯ୍ୟନ୍ତ ଆଡିଲେଡଠାରେ ଦ୍ୱିତୀୟ ଟେଷ୍ଟ ଦିବାରାତ୍ର ବିଶିଷ୍ଟ ହେବ। ଡିସେମ୍ବର ୨୬ରୁ ୩୦ ତୃତୀୟ ଟେଷ୍ଟ ମେଲବୋର୍ନ ଏବଂ ୨୦୨୧ ଜାନୁୟାରୀ ୩ରୁ ୭ ପର୍ଯ୍ୟନ୍ତ ୪ର୍ଥ ଟେଷ୍ଟ ସିଡ୍‌ନୀଠାରେ ଖେଳାଯିବ। ଏହାପରେ ଜାନୁୟାରୀ ୧୨ରେ ପର୍ଥ, ୧୫ରେ ମେଲବୋର୍ନ ଏବଂ ୧୭ରେ ସିଡ୍‌ନୀଠାରେ ୩ଟି ଦିନିକିଆ ଅନୁଷ୍ଠିତ ହେବ। ରିପୋର୍ଟ ଅନୁସାରେ କ୍ରିକେଟ ଅଷ୍ଟ୍ରେଲିଆ ଏହି ସିରିଜରୁ ପାଖାପାଖି ୩୦୦ ମିଲିଅନ ଅଷ୍ଟ୍ରେଲୀୟ ଡଲାର ଆୟ କରିବ।
”ଏହି ସିରିଜ ପାଇଁ ଆମେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସହିତ ସମ୍ପର୍କରେ ରହିଛୁ। ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଅଷ୍ଟ୍ରେଲିଆ ଗସ୍ତରେ ଆସିବେ। ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ମହିଳା ଓ ପୁରୁଷ କ୍ରିକେଟ ସିରିଜକୁ ମଧ୍ୟ ଆମେ ଗୁରୁତ୍ୱର ସହ ଅପେକ୍ଷା କରିଛୁ“ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ କେଭିନ ରବଟର୍‌ସ ପ୍ରକାଶ କରିଛନ୍ତି। ଭାରତୀୟ ମହିଳା ଦଳ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ। ମ୍ୟାଚ ଗୁଡ଼ିକ ଜାନୁୟାରୀ ୨୨ କାନ୍‌ବେରା, ୨୫ ସେଣ୍ଟ କିଲ୍‌ଡା ଏବଂ ୧୭ ତାରିଖରେ ହୋବାର୍ଟରେ ଅନୁଷ୍ଠିତ ହେବ।
ଅଷ୍ଟ୍ରେଲିଆ ଦଳ ନ୍ୟୁଜିଲାଣ୍ଡ ମହିଳା ଓ ପୁରୁଷ, ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ଏବଂ ଆଫଗାନିସ୍ତାନ ବିପକ୍ଷରେ ନଭେମ୍ବର ୨୧ରୁ ୨୫ ପର୍ଯ୍ୟନ୍ତ ଗୋଟିଏ ଟେଷ୍ଟ ଖେଳିବା କାର୍ଯ୍ୟକ୍ରମ ରହିଛି। ତେବେ ଆବଶ୍ୟକସ୍ଥଳେ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇପାରେ ବୋଲି ରବର୍ଟ ସୂଚନା ଦେଇଛନ୍ତି। ତେବେ ଆଗାମୀ ଗ୍ରୀଷ୍ମଋତୁରେ ଯଥା ସମ୍ଭବ ଅଧିକରୁ ଅଧିକ ଅନ୍ତର୍ଜାତୀୟ କ୍ରିକେଟ ଆୟୋଜନ ପାଇଁ ଇଚ୍ଛୁକ। ସିରିଜ ସମୟରେ ସରକାରଙ୍କ ଗାଇଡଲାଇନ୍‌ ଅନୁସାରେ ଖେଳାଳିଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତାକୁ ଧ୍ୟାନରେ ରଖାଯିବ ବୋଲି ରବର୍ଟ କହିଛନ୍ତି। ସୂଚନା ଅନୁସାରେ ଅଗଷ୍ଟ ୯ରୁ ଜିମ୍ବାଓ୍ବେ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଘରୋଇ ଦିନିକିଆ ସିରିଜରୁ କ୍ରିକେଟ ଅଷ୍ଟ୍ରେଲିଆର ଗ୍ରୀଷ୍ମଋତୁ ସିଜନ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri