Posted inଖେଳ

ଅଷ୍ଟ୍ରେଲିଆ ସିରିଜ ବିଜୟୀ

ଆଡିଲେଡ, ୩।୧୨- ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ (ଦିବାରାତ୍ର) କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ଏକ ଇନିଂସ ୪୮ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏଥିସହ ଅଷ୍ଟ୍ରେଲିଆ ୨ ମ୍ୟାଚ ବିଶିଷ୍ଟ ସିରିଜକୁ କ୍ଲିନ୍‌ ସୁଇପ୍‌ କରିଛି। ଅର୍ଦ୍ଧଶତକ ହାସଲକାରୀ ଶାନ ମାସୁଦ ଓ ଅସଦ ସଫିକଙ୍କ ସମେତ ମୋଟ ୫ ଉଇକେଟ ହାସଲ କରି ତାରକା ସ୍ପିନର ନାଥାନ ଲିୟନ ଅଷ୍ଟ୍ରେଲିଆକୁ ଇନିଂସ ବିଜୟୀ କରାଇଛନ୍ତି। ତ୍ରିଶତକ ହାସଲକାରୀ ଅଷ୍ଟ୍ରେଲିଆର ଡେଭିଡ ଓ୍ବାର୍ନର ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ବିବେଚିତ ହୋଇଛନ୍ତି। ଏହି ମ୍ୟାଚରୁ ୬୦ ପଏଣ୍ଟ ସହିତ ଆଇସିସି ବିଶ୍ୱ ଟେଷ୍ଟ ସିରିଜ ଟେବୁଲରେ ଅଷ୍ଟ୍ରେଲିଆର ପଏଣ୍ଟ ସଂଖ୍ୟା ୧୭୬ରେ ପହଞ୍ଚତ୍ଛି। ପ୍ରଥମ ଟେଷ୍ଟକୁ ଅଷ୍ଟ୍ରେଲିଆ ଏକ ଇନିଂସ ୫ ରନରେ ଜିତିଥିଲା। ପିଙ୍କ୍‌ବଲ୍‌ ଟେଷ୍ଟରେ ଅଷ୍ଟ୍ରେଲିଆର ଏହା କ୍ରମାଗତ ୬ଷ୍ଠ (କେବଳ ଆଡିଲେଡରେ ୪ଟି) ବିଜୟ। ୨୦୧୫ରୁ ଦିବାରାତ୍ର ଟେଷ୍ଟ ଆରମ୍ଭ ହେବା ପରଠାରୁ ପ୍ରତି ମ୍ୟାଚରୁ ଫଳାଫଳ ମିଳିଛି।
ପ୍ରଥମ ଇନିଂସରେ ୩୦୨ ରନ କରି ପାକିସ୍ତାନ ଫଲୋଅନ ହୋଇଥିଲା। ତୃତୀୟ ଦିବସ ଶେଷସୁଦ୍ଧା ଦ୍ୱିତୀୟ ଇନିଂସରେ ୩ ଉଇକେଟ ହରାଇ ୩୯ ରନ କରିଥିଲା। ଶାନ ମାସୁଦ ଓ ଅସଦ ସାଫିକ କିଛି ସମୟ ଅଷ୍ଟ୍ରେଲୀୟ ବୋଲରଙ୍କୁ ସଫଳ ମୁକାବିଲା କରି ୪ର୍ଥ ଉଇକେଟ ଭାଗୀଦାରିରେ ୧୦୩ ରନ ଯୋଗ କରିଥିଲେ। ଲିୟନ ଏହି ଯୋଡ଼ି ଭାଙ୍ଗିବାପରେ ଇଫତିକାର ଅହମଦ ଓ ମହମ୍ମଦ ରିଜଓ୍ବାନ କିଛି ସମୟ ଲଢ଼େଇ କରିଥିଲେ। ମାତ୍ର ପାକିସ୍ତାନକୁ ଇନିଂସ ପରାଜୟରୁ ରକ୍ଷା କରିବା ପାଇଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ୮୨ ଓଭରରେ ପାକିସ୍ତାନ ଦ୍ୱିତୀୟ ଇନିଂସ ୨୩୯ ରନରେ ସୀମିତ ହୋଇ ଯାଇଥିଲା। ଦଳ ପକ୍ଷରୁ ଓପନର ମାସୁଦ ସର୍ବାଧିକ ୬୮, ସଫିକ ୫୭, ରିଜଓ୍ବାନ ୪୫ ଓ ଇଫତିକାର ୨୭ ରନ କରିଥିଲେ। ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ ଲିୟନ ୫ଟି, ଜୋଶ୍‌ ହାଜେଲଉଡ ୩ଟି ଏବଂ ମିଚେଲ ଷ୍ଟାର୍କ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri