Posted inଖେଳ

ଅଷ୍ଟ୍ରେଲିଆ ଦଳକୁ ସ୍ମିଥ୍‌ଙ୍କ ପ୍ରତ୍ୟାବର୍ତ୍ତନ

ମାଞ୍ଚେଷ୍ଟର, ୩।୯ (ଏପି)- ଘରୋଇ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଆଶେସ ସିରିଜର ୪ର୍ଥ ମ୍ୟାଚ୍‌ ଆରମ୍ଭ ହେବ। ଏଥିଲାଗି ମଙ୍ଗଳବାର ୧୨ ଜଣିଆ ଅଷ୍ଟ୍ରେଲିଆ ଦଳ ଘୋଷଣା କରାଯାଇଛି। ବରିଷ୍ଠ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଟପ୍‌ ଅର୍ଡର ଉସମାନ ଖ୍ବାଜା ଓ ଦ୍ରୁତ ବୋଲର ଜେମ୍ସ ପାଟିନସନ ଏହି ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଲଡର୍‌ସରେ ଅନୁଷ୍ଠିତ ସିରିଜର ୨ୟ ଟେଷ୍ଟରେ ଜୋଫ୍ରା ଆର୍ଚରଙ୍କ ଏକ ମାରାତ୍ମକ ବାଉନ୍ସର ସ୍ମିଥ୍‌ଙ୍କ ବେକରେ ବାଜିଥିଲା। ଗୁରୁତର ଆଘାତ ପାଇଥିବା ସ୍ମିଥ୍‌ ଏହାପରେ ଲିଡ୍ସରେ ଅନୁଷ୍ଠିତ ୩ୟ ଟେଷ୍ଟରୁ ବାଦ୍‌ ପଡ଼ିଥିଲେ। ଅପରପକ୍ଷରେ ସିରିଜରେ ବର୍ତ୍ତମାନ ସୁଦ୍ଧା ୨୦.୩୩ ଆଭରେଜରେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଥିବା ଖ୍ବାଜାଙ୍କୁ ଏହି ମ୍ୟାଚ୍‌ରୁ ବାହାରେ ବସିବାକୁ ପଡ଼ିଛି। ମାର୍ନସ ଲାବୁଶ୍ଚାନେ ତାଙ୍କ ସ୍ଥାନରେ ୩ୟ ନମ୍ବରରେ ବ୍ୟାଟିଂ କରିବାର ସମ୍ଭାବନା ରହିଛି। ସେହିଭଳି ସ୍ମିଥ୍‌ ୪ ନମ୍ବର ସ୍ଥାନରେ ପୂର୍ବଭଳି ବ୍ୟାଟିଂ କରିବାକୁ ଆସିବେ। ଉଲ୍ଲେଖନୀୟ ଘଟଣାକ୍ରମେ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ ଦଳରେ ସାମିଲ କରାଯାଇଛି। ଫଳରେ ସେ ସିରିଜରେ ପ୍ରଥମଥର ଲାଗି ଖେଳିବାର ସମ୍ଭାବନା ରହିଛି। ମ୍ୟାଚ୍‌ ଆରମ୍ଭର କିଛି ସମୟ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ଘୋଷଣା କରାଯିବ ବୋଲି ଅଷ୍ଟ୍ରେଲିଆର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ସିରିଜର ପ୍ରଥମ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୨୫୧ ରନରେ ଜିତିଥିଲା। ସେହିଭଳି ଦ୍ୱିତୀୟ ମ୍ୟାଚ୍‌ ଡ୍ର ରହିଥିବାବେଳେ ୩ୟ ମ୍ୟାଚ୍‌କୁ ଅବିଶ୍ୱସନୀୟ ଭାବେ ଗୋଟିଏ ଉଇକେଟ୍‌ରେ ଜିତି ଇଂଲଣ୍ଡ ସିରିଜକୁ ୧-୧ର ସମାନସ୍ତରକୁ ଆଣିବାରେ ସଫଳ ହୋଇଥିଲା।
ଅଷ୍ଟ୍ରେଲିଆ ଦଳ: ଡେଭିଡ୍‌ ଓ୍ବାର୍ନର, ମାର୍କସ ହାରିସ, ମାର୍ନସ ଲାବୁଶ୍ଚାନେ, ଷ୍ଟିଭ ସ୍ମିଥ୍‌, ଟ୍ରାଭିସ ହେଡ୍‌, ମାଟ୍ଟ ଓ୍ବାଡେ, ଟିମ୍‌ ପାଇନ୍‌ (ଅଧିନାୟକ), ପ୍ୟାଟ୍‌ କୁମିନ୍ସ, ପିଟର୍‌ ସିଡ୍‌ଲେ, ମିଚେଲ ଷ୍ଟାର୍କ, ନାଥନ ଲିୟନ ଓ ଜୋଶ୍‌ ହାଜେଲଉଡ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri