ଅଳିଆ ଦେବେ, ଟଙ୍କା ଗଣିବେ ରାଜଧାନୀବାସୀ

ଭୁବନେଶ୍ୱର, ୬।୧(ବନ୍ଦନା ସେଠୀ) : ନୂଆବର୍ଷରେ ସହରବାସୀଙ୍କ ଉପରେ ୟୁଜର୍‌ ଫି’ ବୋଝ ଲଦିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଏଣିକି ଅଳିଆ ଦେବେ, ଟଙ୍କା ଗଣିବେ ରାଜଧାନୀବାସୀ। ଆବାସିକ ଘର, ଦୋକାନ, ହୋଟେଲ, ଗେଷ୍ଟହାଉସ୍‌, ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଶପିଂ ମଲ୍‌, ହାଟ, ହେଲ୍‌ଥ କେୟାର ୟୁନିଟ୍‌, ବିୟୁଟି ପାର୍ଲର, ସ୍ପା, ବିବାହ ମଣ୍ଡପ, କଲ୍ୟାଣ ମଣ୍ଡପ, ଭେଣ୍ଡିଂଜୋନ୍‌ ବ୍ୟବସାୟୀ, ଢାବା, ମଦ ଦୋକାନ, ମିଠା ଦୋକାନ, କଫି ଶପ୍‌, ପ୍ରିଣ୍ଟିଂ ପ୍ରେସ୍‌, ଇଣ୍ଡଷ୍ଟ୍ରିଜ୍‌, ପେଟ୍ରୋଲ ପମ୍ପ୍‌ ଆଦିରୁ ଅଳିଆ ଉଠାଇବାକୁ ମାସିକ ୟୁଜର୍ସ ଫି’ ଆଦାୟ କରିବ ବିଏମ୍‌ସି। ସବୁ ବର୍ଗ ପାଇଁ ଅଲଗା ଫି’ ଦର ଧାର୍ଯ୍ୟ ହୋଇଛି। ଫି’ ତାଲିକା ପ୍ରକାଶ କରାଯିବା ସହ ୨୦୧୮ ବାଇ ଲ’ ଅନୁଯାୟୀ ଫି’ ଆଦାୟ ଆରମ୍ଭ ହୋଇଛି। ଏନେଇ ‘ସଫା’ ଆପ୍‌ ଏବଂ ହ୍ବାଟ୍‌ସଆପ୍‌ ନଂ. ୭୬୫୩୦୧୧୮୩୨ ମାଧ୍ୟମରେ ଲୋକମାନେ ଅଧିକ ସୂଚନା ପାଇପାରିବେ ବୋଲି ସୋମବାର ବିଏମ୍‌ସି ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। ଏଥିସହ ସ୍ବଚ୍ଛ ସର୍ବେକ୍ଷଣ ୨୦୨୫-୨୬ ଏବଂ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଉପଭୋକ୍ତା ଦେୟ (ୟୁଜର ଫି) ଦେବାକୁ ସେ ଅନୁରୋଧ କରିଛନ୍ତି। ଅଳିଆ ସଂଗ୍ରହ ପାଇଁ ବିଏମ୍‌ସିର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତେଣୁ ଏଥିରେ ସହରବାସୀଙ୍କ ସହଯୋଗ ଲୋଡିଛନ୍ତି ମେୟର।
ବିଏମ୍‌ସି ପକ୍ଷରୁ ଧାର୍ଯ୍ୟ ହୋଇଥିବା ଫି’ ଅନୁଯାୟୀ, ଇଡବ୍ଲ୍ୟୁଏସ୍‌/ଏଲ୍‌ଆଇଜି ବର୍ଗ (୮୦୦ବର୍ଗ ମି. କ୍ଷେତ୍ର) ପାଇଁ ମାସକୁ ୫୦ ଟଙ୍କା ଧାର୍ଯ୍ୟ ହୋଇଛି। ସେହିଭଳି ଏମ୍‌ଆଇଜି ବର୍ଗ (୮୦୦ ବର୍ଗ ମି.ରୁ ୧୨୦୦ବର୍ଗ ମି.) ପାଇଁ ୭୫ ଟଙ୍କା ଏବଂ ଏଚ୍‌ଆଇଜି ବର୍ଗ ପାଇଁ ୧୨୫ଟଙ୍କା ୟୁଜର ଫି’ ରଖାଯାଇଛି। ଆର୍‌ଏଓ୍ବାଇ ଓ ପିଏମ୍‌ଏଓ୍ବାଇ ଯୋଜନାରେ ମିଳିଥିବା ଘର ପାଇଁ ୨୦ଟଙ୍କା ଏବଂ ଅନ୍ୟାନ୍ୟ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କଠାରୁ ବର୍ଗଫୁଟକୁ ୫୦ ପଇସା ପର୍ଯ୍ୟନ୍ତ ଦେବାକୁ ପଡିବ। ସେହିପରି ଘରୋଇ ଶିକ୍ଷାନୁଷ୍ଠାନ ୧୦୦ ଛାତ୍ରୀଛାତ୍ର ପର୍ଯ୍ୟନ୍ତ ୧୦୦୦ଟଙ୍କା, ୧୦୧ରୁ ୫୦୦ ଛାତ୍ରୀଛାତ୍ର ଥିଲେ ୩୦୦୦ଟଙ୍କା ଏବଂ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଥିଲେ ପ୍ରାୟ ୪୦୦୦ ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି। ମହାନଗର ନିଗମ ଅଧୀନରେ ଥିବା ବିଭିନ୍ନ ହାଟରୁ ମଧ୍ୟ ୟୁଜର ଫି’ ଆଦାୟ ହେବ। ରାସ୍ତାକଡ଼ ଦୋକାନୀ ତଥା ଭେଣ୍ଡିଂ ଜୋନ୍‌ ବ୍ୟବସାୟୀଙ୍କ ପାଇଁ ୫୦ଟଙ୍କା ଅଥବା ଦୈନିକ ୨ଟଙ୍କା, ହାଟରେ ଥିବା ଦୋକାନ (୨ଶହ ବର୍ଗଫୁଟ ପର୍ଯ୍ୟନ୍ତ) ପାଇଁ ୧୦୦ ଟଙ୍କା, ୨୦୧ରୁ ୫୦୦ ବର୍ଗଫୁଟ ବିଶିଷ୍ଟ ଦୋକାନ ପାଇଁ ୨୫୦ଟଙ୍କା ଏବଂ ୫୦୦ ବର୍ଗଫୁଟରୁ ଅଧିକ ଦୋକାନ ଘର ପାଇଁ ୫୦୦ଟଙ୍କା ୟୁଜର୍ସ ଫି’ ଧାର୍ଯ୍ୟ କରାଯାଇଛି। ସେହିଭଳି ଏଥର ସ୍ବଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ସହର ଭାବେ ଗଢ଼ିତୋଳିବା ପାଇଁ ମେୟର ବିଏମ୍‌ସି ପକ୍ଷରୁ ଲୋକଙ୍କ ସହଯୋଗ କାମନା କରିଛନ୍ତି। ସ୍ବଚ୍ଛ ପରିବେଶ ସହ ସ୍ବଚ୍ଛ ବାୟୁ ଆମ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡିଛି। ସେଥିପାଇଁ ବିଏମ୍‌ସି ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନ୍‌ସିଏପି)ର ନିୟମ ଅନୁଯାୟୀ ବିଭିନ୍ନ ପଦକ୍ଷେପ ନେଉଛି। ଏହିକ୍ରମରେ ସ୍ବଚ୍ଛସାଥୀମାନେ ନିଜ ୱାର୍ଡରୁ ୨୦୧୮ ମସିହାରେ ବିଏମ୍‌ସି ଦ୍ୱାରା ଧାର୍ଯ୍ୟ ୟୁଜର ଫି’ ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାନୁଆରୀ ୧ରୁ ସହରବାସୀଙ୍କଠାରୁ ୟୁଜର ଫି’ ଆଦାୟ ଆରମ୍ଭ ହୋଇଥିବାବେଳେ ଏବେଠାରୁ ଫୁଲ୍‌ ଫେଜ୍‌ରେ ଆଦାୟ କରାଯିବ ବୋଲି ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ସମ୍ମିଳନୀରେ ଅତିରିକ୍ତ କମିଶନର ରତ୍ନାକର ସାହୁ, ରାଜସ୍ବ ଡେପୁଟି କମିଶନର ଅଜୟ ମହାନ୍ତି ଏବଂ ପରିମଳ ଡେପୁଟି କମିଶନର ଏନ. ଗଣେଶ ବାବୁ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

ରାୟଗଡ଼ାରେ ବନ୍ଦ ପ୍ରଭାବ ଶୂନ: ନେତାଙ୍କ ଦେଖା ମିଳିଲାନି, ଖୋଲା ରହିଲା…

ରାୟଗଡା,୨୮।୧(ଆଶିଷ ରଞ୍ଜନ ପଣ୍ଡା)- ନବ ନିର୍ମାଣ କୃଷକ ସଂଗଠନ ଦ୍ବାରା ଡକାଯାଇଥିବା ଓଡିଶା ବନ୍ଦ ଡାକରା ରାୟଗଡା ଜିଲାରେ  ପ୍ରଭାବହୀନ ହୋଇଥିବା ଦେଖିବାକୁ ମିଳିଛି । ରାୟଗଡା…

ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗ ରହୁ, ସରକାରଙ୍କୁ OHRCଙ୍କ ସୁପାରିସ୍‌

ଭୁବନେଶ୍ୱର,୨୮ା୧: ସରକାରୀ ଚାକିରି ଆବେଦନରେ ତୃତୀୟ ଲିଙ୍ଗୀଙ୍କ ବିକଳ୍ପ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କଲେ OHRC(ଓଡ଼ିଶା ମାନବ ଅଧିକାର ଆୟୋଗ) । ତୃତୀୟ ଲିଙ୍ଗ ବା…

ଅରିଜିତଙ୍କ ଅବସର ପରେ ଏମିତି କହିଲେ ଶ୍ରେୟା ଘୋଷାଲ, ସବୁଠି ଚର୍ଚ୍ଚା

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ ସିଂହ ପ୍ଲେବ୍ୟାକ୍ ସିଙ୍ଗିଙ୍ଗରୁ ଅବସର ଘୋଷଣା କରିଛନ୍ତି। ଏହି ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ସହକର୍ମୀମାନେ…

ରାୟଗଡା ସହରରେ ଜଣ୍ଡିସ ଆଶଙ୍କା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ରାୟଗଡା,୨୮ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଇନ୍ଦିରା ନଗର ଷଷ୍ଠ ଲେନ, କସ୍ତୁରୀ ନଗର ପ୍ରମଥ ଲେନ ଏବଂ କତୁରୁ ବସ୍ତିରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri