Posted inଖେଳ

ଅଲିମ୍ପିକ ହକି ଟେଷ୍ଟ ଇଭେଣ୍ଟ : ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଡ୍ର ରଖିଲେ ଭାରତୀୟ ମହିଳା

ଟୋକିଓ,୧୮।୮(ପି.ଟି.): ଏଠାରେ ଆରମ୍ଭ ହୋଇଥିବା ଅଲିମ୍ପିକ୍‌ ହକି ଟେଷ୍ଟ ଇଭେଣ୍ଟର ଏକ ରାଉଣ୍ଡ- ରବିନ ଲିଗ୍‌ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଦମ୍‌ଦାର ଖେଳ ପ୍ରଦର୍ଶନ କରି ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ୨-୨ ଗୋଲରେ ମ୍ୟାଚ୍‌ ଡ୍ର’ ରଖିଛି। ରବିବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତ ପଛରେ ଥିଲେ ମଧ୍ୟ ପ୍ରତ୍ୟାବର୍ତ୍ତନ କରି ଦୁଇଟି ଗୋଲ ଦେଇ ମ୍ୟାଚ୍‌ ଡ୍ର ରଖିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ଭାରତ ଶନିବାର ଆୟୋଜକ ଜାପାନକୁ ୨-୧ ଗୋଲରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା।
ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ଅଷ୍ଟ୍ରେଲିଆ ତରଫରୁ କେଟଲିନ୍‌ ନୋବ୍ସ ପ୍ରଥମ ଗୋଲ ଦେଇଥିଲେ। ଏହାପରେ ଭାରତୀୟ ଖେଳାଳିମାନେ ପ୍ରତ୍ୟାବର୍ତ୍ତନ କରିଥିଲେ। ଭାରତ ପକ୍ଷରୁ ବନ୍ଦନା କାଟାରିୟା ୩୬ତମ ମିନିଟ୍‌ରେ ଗୋଲ ଦେଇ ମ୍ୟାଚ୍‌କୁ ସମାନ ସ୍ଥିତିକୁ ଆଣିଥିଲେ। ଗ୍ରେସ ଷ୍ଟିଓ୍ବାର୍ଟ ୪୩ତମ ମିନିଟ୍‌ରେ ଅଷ୍ଟ୍ରେଲିଆ ତରଫରୁ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ଓ ଅଷ୍ଟ୍ରେଲିଆକୁ ୨-୧ରେ ଅଗ୍ରଣୀ କରାଇଥିଲେ। ତେବେ ଗୁରଜିତ କୌର ୫୯ତମ ମିନିଟ୍‌ରେ ଗୁରଜିତ କୌର ଗୋଲ ଦେଇ ମ୍ୟାଚ୍‌କୁ ୨-୨ ଗୋଲ ସମାନ ସ୍ତରକୁ ଆଣିଥିଲେ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଦଶମ ସ୍ଥାନରେ ଥିବା ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ପ୍ରଥମେ ଉଭୟ ଦଳ ପେନାଲ୍ଟି କର୍ନର ପାଇଥିଲେ ଏହାର ଫାଇଦା ଉଠାଇପାରି ନ ଥିଲେ। ଏହାପରେ ୧୪ତମ ମିନିଟ୍‌ରେ ମିଳିଥିବା ଏକ ପେନାଲ୍ଟି କର୍ନରକୁ ଗୋଲରେ ପରଣିତ କରିଥିଲେ ନୋବ୍ସ। ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ ଦ୍ୱିତୀୟ କ୍ୱାର୍ଟରରେ ପ୍ରଭାବ ବିସ୍ତାର କରି ଖେଳିଥିଲା। ଏକାଧିକ ପେନାଲ୍ଟି ସୁଯୋଗ ପାଇଥିଲେ ମଧ୍ୟ ଭାରତୀୟ ଡିଫେନ୍ସକୁ ଭେଦ କରି ନ ପାରି ଗୋଲ ଦେବାର ସଫଳ ହୋଇ ନ ଥିଲା। ତୃତୀୟ କ୍ୱାର୍ଟରରେ ମଧ୍ୟ ଅଷ୍ଟ୍ରେଲିଆ ଆଧିପତ୍ୟ ଜାହିର କରିଥିଲା। ଭାରତୀୟ ଗୋଲ କିପର ସବିତା ମଧ୍ୟ ଅଷ୍ଟ୍ରେଲିଆର କେତୋଟି ଆକ୍ରମଣକୁ ପ୍ରତିହତ କରିଥିଲେ। ୩୬ତମ ମିନିଟ୍‌ରେ ବନ୍ଦନା ଏକ ସୁନ୍ଦର ଗୋଲ ଦେଇ ମ୍ୟାଚ୍‌କୁ ୧-୧ ଗୋଲ ସମାନସ୍ତରକୁ ଆଣିଥିଲେ। ତେବେ ଏହା ବେଶି ସମୟ ତିଷ୍ଠି ନ ଥିଲା। ଶେଷରେ ଷ୍ଟିଓ୍ବାର୍ଟ ୪୩ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ୨-୧ରେ ଅଗ୍ରଣୀ କରାଇଥିଲେ। ଏହାପରେ ପ୍ରତ୍ୟାବର୍ତ୍ତନ କରିବା ସେତେଟା ସହଜ ନ ଥିଲେ ମଧ୍ୟ ଭାରତୀୟ ଖେଳାଳିମାନେ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ ଶେଷ ହେବାକୁ ଆଉ ମାତ୍ର ୨ ମିନିଟ ବାକିଥିବା ବେଳେ ମଳିଥିବା ପେନାଲ୍ଟି କର୍ନରକୁ ଡ୍ରାଗ୍‌ ଫ୍ଲିକର ଗୁରଜିତ କୌର ଗୋଲରେ ପରିଣତ କରି ମ୍ୟାଚ୍‌କୁ ସମାନ ସ୍ଥିତିକୁ ଆଣିଥିଲେ। ଭାରତ ତା’ର ତୃତୀୟ ତଥା ଶେଷ ରାଉଣ୍ଡ- ରବିନ ମ୍ୟାଚ୍‌ରେ ଚାଇନାକୁ ମଙ୍ଗଳବାର ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

‘ଭୋଟ ଚୋରି’ ବିରୋଧରେ କଂଗ୍ରେସର ପ୍ରଦର୍ଶନ, ରାମଲିଳା ମଇଦାନରେ ଏକାଠି ହେବେ ବହୁ ବରିଷ୍ଠ

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସ କଥିତ ନିର୍ବାଚନୀ ଜାଲିଆତି ଏବଂ ‘ଭୋଟ ଚୋରି’ ବିରୋଧରେ ଅଭିଯାନକୁ ତୀବ୍ରତର କରୁଛି। ଡିସେମ୍ବର ୧୪, ୨୦୨୫ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ...

ଜଙ୍ଗଲରେ ହଜିବାରେ ଲାଗିଛି  ଉଇ ହୁଙ୍କା ସଂଖ୍ୟା : ଭୂତଳ ଜଳର ଉତ୍ସ ଚିହ୍ନଟ କରିବାରେ …

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ସୃଷ୍ଟି ଓ ପ୍ରକୃତି ସହ ଜଡିତ ଉଇ ହୁଙ୍କାର ସମ୍ପର୍କ। ହେଲେ ମାତ୍ର ଧୀରେଧୀରେ ଜଙ୍ଗଲରେ ଉଇ ହୁଙ୍କାର ସଂଖ୍ୟା କମିବାରେ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri