ଅର୍ଥାଭାବରୁ ହୋଇପାରୁନିି ଚିକିତ୍ସା, ଜୀବନ ଯନ୍ତ୍ରଣାରେ ସୁରେଖା

ଗଣ୍ଡତୁରୁମ, ୩୧।୧୨(ଡି.ଏନ.ଏ.)
ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣତୁରୁମ ଗ୍ରାମର ସୁରେଖା ମେହେର (୪୫) । ସେ ଆଜକୁ ଦୁଇବର୍ଷ ହେବ ଦଉଡ଼ି ଖଟରେ ପଡ଼ିରହି ଛଟପଟ ହେଉଛନ୍ତି। ଅର୍ଥାଭାବରୁ ମେରୁଦଣ୍ଡ ଜନିତ ସମସ୍ୟାର ଉପଚାର କରି ନ ପାରି ସେ ଏପରି ଦୁର୍ଦ୍ଦଶା ଭୋଗୁଛନ୍ତି ।
ସ୍ବାମୀ ସରଜୁ ମେହେର, ୨ ଝିଅ ଓ ଗୋଟିଏ ପୁଅକୁ ନେଇ ସୁରେଖାଙ୍କ ପରିବାର। ଗତ ୨୦୧୭ ଜୁନ୍‌ ୨୮ ତାରିଖରେ ସୁରେଖା ନିଜ ଘର ଛାତ ଉପରକୁ ଧାନ ଶୁଖାଇବା ପାଇଁ ମାଟି ପାହାଚ ଚଢୁଥବାବେଳେ ଗୋଡ଼ ଖସିଗଲା। ଅଚେତ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନା ନେଇଗଲେ। ସେଠାରେ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇଯିବାକୁ କହିଲେ। ସୁରେଖାଙ୍କ ଜୀବନ ବଞ୍ଚାଇବା ଲକ୍ଷ୍ୟରେ ପରିବାର ଲୋକେ ଘରର ଆସବାବ ସହିତ ଜମି ବନ୍ଧକ ରଖି ଟଙ୍କା ଯୋଗାଡ଼ କଲେ। ଶୀଘ୍ର ଚିକିତ୍ସା ହେବ ଭାବି କଟକର ଏକ ଘରୋଇ ନର୍ସିଂହୋମ୍‌ରେ ତାଙ୍କୁ ଭର୍ତ୍ତି କରାଗଲା। ତେବେ ଅତ୍ୟଧିକ ଖର୍ଚ୍ଚ ତୁଲାଇ ନ ପାରି ପରିବାର ଲୋକେ ସୁରେଖାଙ୍କୁ ପୁଣି ସରକାରୀ ଡାକ୍ତରଖାନାକୁ ଫେରାଇ ଆଣିଲେ । ସେଠାରେ ମଧ୍ୟ ଡାକ୍ତର ଆହୁରି ଉଚ୍ଚତର ଚିକିତ୍ସା ପାଇଁ ପରାମର୍ଶ ଦେଲେ । ସରଜୁ ଖର୍ଚ୍ଚ ତୁଲାଇ ନ ପାରି ତାଙ୍କୁ ଘରକୁ ନେଇ ଆସିଲେ। ସେହଦିନଠାରୁ ସୁରେଖା ଉଠିବସି ନ ପାରି ଘର କୋଣରେ ଦଉଡ଼ିଆ ଖଟରେ ପଡ଼ିରହିଛନ୍ତି। ପରିବାର ସଦସ୍ୟଙ୍କ ସେବା ଶୁଶ୍ରୁଷା ପାଇ ଏତେଦିନ ଭାଗ୍ୟକୁ ଆଦରି ବଞ୍ଚତ୍ରହି ବୋଝ ପାଲଟିଛନ୍ତି। ଏମିତି ଦହଗଞ୍ଜ ଜୀବନ ଅପେକ୍ଷା ମରିଯିବା ଭଲ ବୋଲି ଛଳଛଳ ଆଖିରେ କହିଛନ୍ତି ସୁରେଖା। କୌଣସି ସହୃଦୟ ବ୍ୟକ୍ତି କିମ୍ବା ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତାଙ୍କୁ ସହାୟତା ମିଳିଲେ ତାଙ୍କର ଚିକିତ୍ସା ହୋଇପାରନ୍ତା ବୋଲି ଗ୍ରାମବାସୀ ଅନୁରୋଧ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri