ଅର୍ଥନୀତି ଧିମା ପଡିଥିବା ଗଭର୍ନରଙ୍କ ସ୍ବୀକାର

ମୁମ୍ବାଇ,୨୦-୮: ବର୍ତ୍ତମାନ ଦେଶର ଅର୍ଥନୀତି ଧିମା ହୋଇଯାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସ୍ବୀକାର କରିଛନ୍ତି। ଏଥିଯୋଗୁ ଆଭ୍ୟନ୍ତରୀଣ ଓ ବାହ୍ୟ ଉଭୟ ସ୍ତରରେ ବଡ ଆହ୍ବାନ ରହିଛି। ତେବେ ଲୋକେ ନିରାଶାବାଦୀ ନ ହୋଇ ସୁଯୋଗ ଖୋଜିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।
ଉଦ୍ୟୋଗ ଜଗତ ଫିକି ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ ବ୍ୟାଙ୍କିଙ୍ଗ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ, ଖବର କାଗଜ ପଢ଼ି, ବିଜନେସ୍‌ ଚ୍ୟାନେଲ ଦେଖିବା ପରେ ଲୋକଙ୍କ ମନରେ ପର୍ଯ୍ୟାପ୍ତ ଆଗ୍ରହ ନ ଥିବା ସେ ମନେ କରୁଛନ୍ତି। ଲୋକଙ୍କୁ ବୁଝିବାକୁ ହେବ ଯେ, ଅର୍ଥନୀତିରେ ଅନେକ ଆହ୍ବାନ ରହିଛି। ସେ କହିଛନ୍ତି ଯେ, ଆଜି ଲୋକଙ୍କ ମୁଡ ଚିନ୍ତାରେ ଭରି ରହିଥିବା ବେଳେ ଅନେକ ସକାରାମତ୍କ ମୁଡ୍‌ରେ ରହିଛନ୍ତି। ତାଙ୍କ ମତରେ ମନୋଭାବର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ କହିଛନ୍ତି ଯେ, ଅର୍ଥନୀତିରେ ଅନେକ ଆହ୍ବାନ ରହିଛି। ତଥାପି ଏହାରି ଭିତରେ ଏକାଧିକ ସୁଯୋଗ ମଧ୍ୟ ରହିଛି। ଆମକୁ ତାହା ଖୋଜିବାକୁ ହେବ। ଅନ୍ୟପକ୍ଷରେ ଋଣ ଓ ଜମା ଉପରେ ଦିଆଯାଉଥିବା ସୁଧ ହାରକୁ ରେପୋ ରେଟ୍‌ ସହ ଯୋଡିବାକୁ ଶକ୍ତିକାନ୍ତ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏହା ସମ୍ଭବ ହେଲେ ମୁଦ୍ରାନୀତିର ଫାଇଦା ଗ୍ରାହକଙ୍କ ନିକଟରେ ସିଧାସଳଖ ପହଞ୍ଚତ୍ବା ତ୍ୱରାନ୍ବିତ ହୋଇପାରିବ ବୋଲି ସେ କହିଛନ୍ତି। ଜମା ଓ ଋଣକୁ ରେପୋ ରେଟ ସହ ଯୋଡାଗଲେ ବ୍ୟାଙ୍କଗୁଡ଼ିକ ବିଭିନ୍ନ ସମୟରେ ରେପୋ ରେଟ ପରିବର୍ତ୍ତନ ସହ ତାଳ ଦେଇ ସୁଧ ହାରକୁ ବଢ଼ାଇ ଅଥବା କମାଇ ପାରିବେ ବୋଲି ସେ କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ନିୟାମକ ଭାବେ ଆର୍‌ବିଆଇ ନିଜର ଭୂମିକା ନିର୍ବାହ କରିବ। କେନ୍ଦ୍ରୀୟ ବ୍ୟାଙ୍କ ବଜାର ପ୍ରତିକ୍ରିୟାକୁ ଅନୁଶୀଳନ କରିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରିବେ, ଯାହା ଦ୍ୱାରା ନୂଆ ଋଣକୁ ରେପୋ ଅଥବା ଅନ୍ୟ ବାହ୍ୟ ମାନଦଣ୍ଡ ସହ ଯୋଡିବାରେ ସହାୟତା ମିିଳିବ। ଦେଶର ଅର୍ଥନୀତି କିଭଳି ବୃଦ୍ଧି ହେବ, ତାହା ଦେଖିବା କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି। ପ୍ରତ୍ୟେକ ନୀତି ନିର୍ଦ୍ଧାରକ ଏହାକୁ ନେଇ ଚିନ୍ତିତ। ଧିମା ହୋଇଯାଉଥିବା ଅର୍ଥନୀତି ବିଶ୍ୱ ଆର୍ଥିକ ସ୍ଥିରତା ପାଇଁ ବିପଦ ବୋଲି ସେ ଉଲ୍ଲେଖ କରିଛନ୍ତି। ତେବେ ବ୍ୟାଙ୍କଗୁଡ଼ିକୁ ଏହି ଝଟକା ସହିବା ଲାଗି ଅଧିକ ନମନିୟମତା ଆପଣାଇବାକୁ ହେବ ବୋଲି ସେ କହିଛନ୍ତି। ଶକ୍ତିକାନ୍ତଙ୍କ ମତରେ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ସଂଶୋଧନ ହେବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ବକେୟା ଋଣ ଫେରସ୍ତ ପାଇବାରେ ସହାୟକ ହେବ। ବ୍ୟାଙ୍କଗୁଡ଼ିକୁ ଏଭଳି ଭାବେ ପ୍ରସ୍ତୁତ କରାଯାଉଛି, ଯାହାଦ୍ୱାରା ସେମାନେ ସରକାରଙ୍କ ଉପରେ ନିର୍ଭରଶୀଳ ହେବା ପରିବର୍ତ୍ତେ ବଜାରରୁ ପୁଞ୍ଜି ଯୋଗାଡ କରିବାକୁ ସକ୍ଷମ ହେବେ। ବ୍ୟାଙ୍କ ଓ ଏନ୍‌ବିଏଫ୍‌ସିଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କ ଉପରେ ମଧ୍ୟ ଆର୍‌ବିଆଇ ନଜର ରଖିଛି ବୋଲି ଶକ୍ତିକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri