ଅର୍ଥନୀତି ଧିମା ପଡିଥିବା ଗଭର୍ନରଙ୍କ ସ୍ବୀକାର

ମୁମ୍ବାଇ,୨୦-୮: ବର୍ତ୍ତମାନ ଦେଶର ଅର୍ଥନୀତି ଧିମା ହୋଇଯାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସ୍ବୀକାର କରିଛନ୍ତି। ଏଥିଯୋଗୁ ଆଭ୍ୟନ୍ତରୀଣ ଓ ବାହ୍ୟ ଉଭୟ ସ୍ତରରେ ବଡ ଆହ୍ବାନ ରହିଛି। ତେବେ ଲୋକେ ନିରାଶାବାଦୀ ନ ହୋଇ ସୁଯୋଗ ଖୋଜିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।
ଉଦ୍ୟୋଗ ଜଗତ ଫିକି ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ ବ୍ୟାଙ୍କିଙ୍ଗ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ, ଖବର କାଗଜ ପଢ଼ି, ବିଜନେସ୍‌ ଚ୍ୟାନେଲ ଦେଖିବା ପରେ ଲୋକଙ୍କ ମନରେ ପର୍ଯ୍ୟାପ୍ତ ଆଗ୍ରହ ନ ଥିବା ସେ ମନେ କରୁଛନ୍ତି। ଲୋକଙ୍କୁ ବୁଝିବାକୁ ହେବ ଯେ, ଅର୍ଥନୀତିରେ ଅନେକ ଆହ୍ବାନ ରହିଛି। ସେ କହିଛନ୍ତି ଯେ, ଆଜି ଲୋକଙ୍କ ମୁଡ ଚିନ୍ତାରେ ଭରି ରହିଥିବା ବେଳେ ଅନେକ ସକାରାମତ୍କ ମୁଡ୍‌ରେ ରହିଛନ୍ତି। ତାଙ୍କ ମତରେ ମନୋଭାବର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ କହିଛନ୍ତି ଯେ, ଅର୍ଥନୀତିରେ ଅନେକ ଆହ୍ବାନ ରହିଛି। ତଥାପି ଏହାରି ଭିତରେ ଏକାଧିକ ସୁଯୋଗ ମଧ୍ୟ ରହିଛି। ଆମକୁ ତାହା ଖୋଜିବାକୁ ହେବ। ଅନ୍ୟପକ୍ଷରେ ଋଣ ଓ ଜମା ଉପରେ ଦିଆଯାଉଥିବା ସୁଧ ହାରକୁ ରେପୋ ରେଟ୍‌ ସହ ଯୋଡିବାକୁ ଶକ୍ତିକାନ୍ତ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏହା ସମ୍ଭବ ହେଲେ ମୁଦ୍ରାନୀତିର ଫାଇଦା ଗ୍ରାହକଙ୍କ ନିକଟରେ ସିଧାସଳଖ ପହଞ୍ଚତ୍ବା ତ୍ୱରାନ୍ବିତ ହୋଇପାରିବ ବୋଲି ସେ କହିଛନ୍ତି। ଜମା ଓ ଋଣକୁ ରେପୋ ରେଟ ସହ ଯୋଡାଗଲେ ବ୍ୟାଙ୍କଗୁଡ଼ିକ ବିଭିନ୍ନ ସମୟରେ ରେପୋ ରେଟ ପରିବର୍ତ୍ତନ ସହ ତାଳ ଦେଇ ସୁଧ ହାରକୁ ବଢ଼ାଇ ଅଥବା କମାଇ ପାରିବେ ବୋଲି ସେ କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ନିୟାମକ ଭାବେ ଆର୍‌ବିଆଇ ନିଜର ଭୂମିକା ନିର୍ବାହ କରିବ। କେନ୍ଦ୍ରୀୟ ବ୍ୟାଙ୍କ ବଜାର ପ୍ରତିକ୍ରିୟାକୁ ଅନୁଶୀଳନ କରିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରିବେ, ଯାହା ଦ୍ୱାରା ନୂଆ ଋଣକୁ ରେପୋ ଅଥବା ଅନ୍ୟ ବାହ୍ୟ ମାନଦଣ୍ଡ ସହ ଯୋଡିବାରେ ସହାୟତା ମିିଳିବ। ଦେଶର ଅର୍ଥନୀତି କିଭଳି ବୃଦ୍ଧି ହେବ, ତାହା ଦେଖିବା କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଛି। ପ୍ରତ୍ୟେକ ନୀତି ନିର୍ଦ୍ଧାରକ ଏହାକୁ ନେଇ ଚିନ୍ତିତ। ଧିମା ହୋଇଯାଉଥିବା ଅର୍ଥନୀତି ବିଶ୍ୱ ଆର୍ଥିକ ସ୍ଥିରତା ପାଇଁ ବିପଦ ବୋଲି ସେ ଉଲ୍ଲେଖ କରିଛନ୍ତି। ତେବେ ବ୍ୟାଙ୍କଗୁଡ଼ିକୁ ଏହି ଝଟକା ସହିବା ଲାଗି ଅଧିକ ନମନିୟମତା ଆପଣାଇବାକୁ ହେବ ବୋଲି ସେ କହିଛନ୍ତି। ଶକ୍ତିକାନ୍ତଙ୍କ ମତରେ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ସଂଶୋଧନ ହେବା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ବକେୟା ଋଣ ଫେରସ୍ତ ପାଇବାରେ ସହାୟକ ହେବ। ବ୍ୟାଙ୍କଗୁଡ଼ିକୁ ଏଭଳି ଭାବେ ପ୍ରସ୍ତୁତ କରାଯାଉଛି, ଯାହାଦ୍ୱାରା ସେମାନେ ସରକାରଙ୍କ ଉପରେ ନିର୍ଭରଶୀଳ ହେବା ପରିବର୍ତ୍ତେ ବଜାରରୁ ପୁଞ୍ଜି ଯୋଗାଡ କରିବାକୁ ସକ୍ଷମ ହେବେ। ବ୍ୟାଙ୍କ ଓ ଏନ୍‌ବିଏଫ୍‌ସିଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କ ଉପରେ ମଧ୍ୟ ଆର୍‌ବିଆଇ ନଜର ରଖିଛି ବୋଲି ଶକ୍ତିକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri