Posted inଜାତୀୟ

ଅଯୋଧ୍ୟା ରାୟକୁ ଚ୍ୟାଲେଞ୍ଜ ନିଷ୍ପତ୍ତି

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୮ା୧୧(ପି.ଟି./ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟ ପରେ ମଧ୍ୟ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦର ସମାଧାନ ହୋଇପାରି ନାହିଁ। ଏହି ଐତିହାସିକ ରାୟକୁ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ୍‌ ବୋର୍ଡ ସ୍ବାଗତ କରିଥିବାବେଳେ ଦୁଇଟି ମୁସ୍‌ଲିମ ସଙ୍ଗଠନ ଏକତରଫା ଓ ଭିତ୍ତିହୀନ ଦର୍ଶାଇ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିବାକୁ ଯାଉଛନ୍ତି। ଜମାଇତ୍‌-ଉଲେମା-ହିନ୍ଦ୍‌ ଏବଂ ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ରାୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ସର୍ବୋଚ୍ଚ ଅଦାଲତରେ ରିଭ୍ୟୁ ପିଟିଶନ ଦାଏର କରିବାକୁ ରବିବାର ନିଷ୍ପତ୍ତି ନେଇଛନ୍ତି।
ସୁପ୍ରିମକୋର୍ଟ ଗତ ୯ ତାରିଖରେ ଅଯୋଧ୍ୟାର ଶତାବ୍ଦୀ ପୁରୁଣା ଜମି ବିବାଦ ମାମଲାର ରାୟ ଶୁଣାଇଥିଲେ। ଅଯୋଧ୍ୟାସ୍ଥିତ ୨.୭୭ ଏକର ବିବାଦୀୟ ଜମି ଅନ୍ୟତମ ହିନ୍ଦୁ ପକ୍ଷ ରାମ ଲାଲାଙ୍କୁ ମନ୍ଦିର ନିର୍ମାଣ ନିମନ୍ତେ ଦିଆଯିବ ଏବଂ ମସ୍‌ଜିଦ ପାଇଁ ସୁନ୍ନି ସେଣ୍ଟ୍ରାଲ ଓ୍ବାକଫ୍‌ ବୋର୍ଡକୁ ବିକଳ୍ପ ୫ ଏକର ଜମି ପ୍ରଦାନ କରାଯିବ ବୋଲି ୫ ଜଣିଆ ସାମ୍ବିଧାନିକ ପୀଠ ଘୋଷଣା କରିଥିଲେ। ଏହାକୁ ଓ୍ବାକଫ୍‌ ବୋର୍ଡ ସ୍ବାଗତ କରିଛି। ରାୟ ବିରୋଧରେ ରିଭ୍ୟୁ ପିଟିଶନ ଦାଏର କରାଯିବ ନାହିଁ ବୋଲି ଓ୍ବାକଫ୍‌ ବୋର୍ଡ ଅଧ୍ୟକ୍ଷ ଜଫର୍‌ ଫାରୁକି ସ୍ପଷ୍ଟ କରିସାରିଛନ୍ତି। ହେଲେ ଶୀର୍ଷ ଅଦାଲତ ନିଷ୍ପତ୍ତି ଶୁଣାଇବାର ସପ୍ତାହେ ପରେ ଜମାଇତ୍‌ ଆପତ୍ତି ଉଠାଇଛି। ଜମାଇତ୍‌ ମୁଖ୍ୟ ମୌଲାନା ଅର୍ଷଦ ମଦାନି ଏକ ବିବୃତିରେ କହିଛନ୍ତି, ଅଯୋଧ୍ୟା ରାୟ ପ୍ରମାଣ ଓ ଯୁକ୍ତି ଆଧାରିତ ନୁହେଁ। କାରଣ ସୁପ୍ରିମକୋର୍ଟ ସମସ୍ତ ମୁସ୍‌ଲିମ ପକ୍ଷଙ୍କ ଯୁକ୍ତି ଓ ପ୍ରମାଣକୁ ଗ୍ରହଣ କରିବା ସତ୍ତ୍ୱେ ହିନ୍ଦୁ ପକ୍ଷଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। ଆମକୁ ସମ୍ପୂର୍ଣ୍ଣ ନ୍ୟାୟ ମିଳି ନ ଥିବାରୁ ମୁସ୍‌ଲିମମାନେ ମସ୍‌ଜିଦକୁ ଅନ୍ୟତ୍ର ସ୍ଥାନାନ୍ତର କରିପାରିବେ ନାହିଁ।
ଜମାଇତ୍‌ର (ଉତ୍ତରପ୍ରଦେଶ) ପୂର୍ବତନ ସାଧାରଣ ସମ୍ପାଦକ ଏମ୍‌. ସିଦ୍ଦିକି ଏହି ମାମଲାର ଅନ୍ୟତମ ମୂଳ ଆବେଦନକାରୀ ଥିଲେ। ବର୍ତ୍ତମାନ ତାଙ୍କ ପଦରେ ଥିବା ଅଶାଦ୍‌ ରାଶ୍‌ଦି ପରବର୍ତ୍ତୀ ସମୟରେ ମାମଲାର ଆବେଦନକାରୀ ହୋଇଥିଲେ ବୋଲି ଜମାଇତ୍‌ ସମ୍ପାଦକ ଫଜ୍‌ଲୁର ରହମନ କହିଛନ୍ତି। ଜମାଇତ୍‌ର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ କାର୍ଯ୍ୟକାରୀ କମିଟିର ସମ୍ମତି ପରେ ରାୟକୁ ଚ୍ୟାଲେଞ୍ଜ କରିବା ପାଇଁ ସ୍ଥିର କରାଯାଇଛି। ଏ ସଂକ୍ରାନ୍ତରେ ବିଶେଷଜ୍ଞ ଓ ଆଇନଜୀବୀମାନଙ୍କ ପରାମର୍ଶ ନିଆଯାଇଛି। ରାୟ ବିରୋଧରେ ପୁନର୍ବିଚାର ଆବେଦନ କରାଯିବ। ରିଭ୍ୟୁ ପିଟିଶନ ଦାଏର କରିବା ପାଇଁ ଭାରତର ସମ୍ବିଧାନରେ ବିକଳ୍ପ ବ୍ୟବସ୍ଥା ଥିବାରୁ ଏହା ଚୂଡ଼ାନ୍ତ ରାୟ ନୁହେଁ ବୋଲି ସେ କହିଛନ୍ତି।
ରାୟକୁ ନେଇ ଏଆଇଏମ୍‌ପିଏଲ୍‌ବି ମଧ୍ୟ ଅନୁରୂପ ଭାବେ ଅସନ୍ତୋଷ ବ୍ୟକ୍ତ କରିବା ସହ ମସ୍‌ଜିଦ ନିର୍ମାଣ ପାଇଁ ବିକଳ୍ପ ୫ ଏକର ଜମି ଗ୍ରହଣ କରିବାକୁ ମନା କରିଦେଇଛି। ଏହି ସଙ୍ଗଠନର ବରିଷ୍ଠ ସଦସ୍ୟ ତଥା ଅଲ୍‌ ଇଣ୍ଡିଆ ବାବ୍ରୀ ମସ୍‌ଜିଦ୍‌ ଆକ୍ସନ କମିଟି (ଏଆଇବିଏମ୍‌ଏସି) ଆବାହକ ଜଫରୟାବ୍‌ ଜିଲାନି କହିଛନ୍ତି, ମସ୍‌ଜିଦ ଜମି ଆଲ୍ଲାଙ୍କର ଓ ଶାରିଆ ଅଧୀନ। ତେଣୁ ଏହାକୁ କାହାକୁ ଦିଆଯାଇ ପାରିବ ନାହିଁ। ମସ୍‌ଜିଦ ନିର୍ମାଣ ପାଇଁ ଅନ୍ୟ କୌଣସି ସ୍ଥାନରେ ଜମି ଗ୍ରହଣ କରିବୁ ନାହିଁ। ୧୯୪୯ ଡିସେମ୍ବର ୨୩ ରାତିରେ ବାବ୍ରୀ ମସ୍‌ଜିଦ ଭିତରେ ଭଗବାନ ରାମଙ୍କ ମୂର୍ତ୍ତି ସ୍ଥାପନା କରିବା ଅସାମ୍ବିଧାନିକ ଥିଲା। ତେଣୁ ସୁପ୍ରିମକୋର୍ଟ ରାମମୂର୍ତ୍ତିଙ୍କୁ ‘ଆରାଧ୍ୟ’ ବୋଲି କିପରି ବିବେଚନା କଲେ। ୫ ଏକର ଜମି ପ୍ରଦାନ କରାଯିବା ଦ୍ୱାରା ସନ୍ତୁଳନ ରକ୍ଷା କରାଯାଇ ପାରିବ ନାହିଁ କି କ୍ଷତି ପୂରଣ ହୋଇ ପାରିବ ନାହିଁ। ପୂର୍ବରୁ ମୁସ୍‌ଲମାନମାନଙ୍କ ପକ୍ଷରୁ ଏହି ମାମଲା ଦାଏର କରାଯାଇଥିଲା। ବୋର୍ଡ ଏହି ସମ୍ପ୍ରଦାୟର ଭାବବେଗର ପ୍ରତିନିଧିତ୍ୱ କରୁଥିଲା। ତେଣୁ ସେମାନଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବା ପାଇଁ ରାୟ ପ୍ରକାଶ ପାଇବାର ୩୦ ଦିନ ମଧ୍ୟରେ ରିଭ୍ୟୁ ପିଟିଶନ ଦାଏର କରାଯିବ। ଏବେ ସୁନ୍ନି ଓ୍ବାକଫ୍‌ ବୋର୍ଡ ମୁସଲମାନ ସମ୍ପ୍ରଦାୟର ଏହି ମତକୁ ସମ୍ମାନ ଦେବା ଉଚିତ ବୋଲି ଏଆଇଏମ୍‌ପିଏଲ୍‌ବି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 ରେ ପ୍ରଥମ ବିଜୟ ପରେ ମଧ୍ୟ କାହିଁକି ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଲେ ଋତୁରାଜ ଗାୟକୱାଡ? ଜାଣନ୍ତୁ କିଏ ଲଗାଇଲା ଜରିମାନା

ନୂଆଦିଲ୍ଲୀ,୧୨।୪: ଶନିବାର ଅନୁଷ୍ଠିତ ଏକ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନରେ ପରାସ୍ତ କରିଛି। ଏହା ଆଇପିଏଲ ୨୦୨୬ରେ ସିଏସକେର ପ୍ରଥମ ବିଜୟ;…

ଧନୀ-ଦରିଦ୍ର ରାଷ୍ଟ୍ର ମଧ୍ୟରେ ବଢୁଛି ବ୍ୟବଧାନ: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ଜାତିସଂଘ,୧୨ା୪:ଧନୀ ଓ ଦରିଦ୍ର ଦେଶଗୁଡ଼ିକ ମଧ୍ୟରେ ବ୍ୟବଧାନ ଅଧିକ ପ୍ରଶସ୍ତ ହେଉଥିବା ଜାତିସଂଘ ରିପୋର୍ଟରୁ ଜଣାପଡ଼ିଛି। ବ୍ୟବଧାନ କମାଇବା ଦିଗରେ କାର୍ଯ୍ୟ କରିବା ପାଇଁ ବୃହତ୍‌ ବୈଶ୍ୱିକ…

ଆରମ୍ଭ ହେଲା ପାକିସ୍ତାନର ଖରାପ ସମୟ, ଇସଲାମାବାଦରେ ମାଡ଼ ହେବ ମିଶାଇଲ!

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ଆଲୋଚନା ଭାଙ୍ଗିବା କେବଳ ପଶ୍ଚିମ ଏସିଆରେ କ୍ଷେପଣାସ୍ତ୍ର ଏବଂ ବୋମା ଆକ୍ରମଣ ପୁନରାବୃତ୍ତିର…

‘ପାକିସ୍ତାନ ହିଁ ଏମିତି କରିପାରେ’; ଇସଲାମାବାଦରେ ଆମେରିକା-ଇରାନ ବାର୍ତ୍ତାକୁ ନେଇ…

ନୂଆଦିଲ୍ଲୀ,୧୨।୪: ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ…

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

ଚାଇନାକୁ ଧମକ ଦେଲେ ଟ୍ରମ୍ପ, ଏମିତି କଲେ ଭୋଗିବ ପରିଣାମ: ସାରା ବିଶ୍ୱ ହଲଚଲ

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ଉଭୟ ଦେଶର ପ୍ରତିନିଧି ଦଳ ପାକିସ୍ତାନରେ ମୁହାଁମୁହିଁ ଆଲୋଚନା କରିଥିଲେ।…

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri