ଅମ୍ଫନ୍‌ ଉଜାଡ଼ିଲା ପାନ ବରଜ

ଏରସମା,୨୧ା୫(ସ୍ବ.ପ୍ର.): କରୋନା ଯୋଗୁ ଚାଷୀମାନେ ନାନା ଅସୁବିଧା ଭୋଗ କରୁଥିବା ବେଳେ ଏବେ ବାତ୍ୟା ଅମ୍ଫନ୍‌ ସେମାନଙ୍କୁ ଅଧିକ ଅସୁବିଧାରେ ପକାଇଛି। ବିଶେଷକରି ପାନ ଚାଷୀମାନେ ଜୀବିକା ହରାଇଛନ୍ତି। ବାତ୍ୟା ଯୋଗୁ ପାନ ବରଜ ମାଟିରେ ମିଶିଯାଇଛି। ଜଗତ୍‌ସିଂହପୁର ଜିଲା ଅଧୀନ ଏରସମା ବ୍ଲକ ଅଞ୍ଚଳରେ ଥିବା ହଜାର ହଜାର ପାନ ବରଜ ପବନ ମାଡ଼ରେ ଭାଙ୍ଗିପଡିଛି। ଏରସମା ଏକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ବାଲିଆ ମାଟିରେ ଚାଷୀ ପାନ ବରଜ କରିଥାନ୍ତି। ପାନ ବିକ୍ରି କରି ସେମାନେ ପରିବାର ପ୍ରତିପୋଷଣ କରନ୍ତି। ବ୍ଲକ ଅନ୍ତର୍ଗତ ପଦ୍ମପୁର, ଆମ୍ବିକି, ଗଡ଼ହରିଶପୁର, ଜପା, ଗଡ଼କୁଜଙ୍ଗ, ଢିଙ୍କିଆ, ଗୋବିନ୍ଦପୁର ଓ ନୂଆଗାଁ ପଞ୍ଚାୟତରେ ସର୍ବାଧିକ ଚାଷୀ ପାନ ଚାଷ ଉପରେ ନିର୍ଭର କରିଥାନ୍ତି। ବିଶେଷକରି ନୂଆଗଁା ପଞ୍ଚାୟତରେ ହଜାର ହଜାର ପାନ ବରଜ ଦେଖିବାକୁ ମିଳେ। ପାନ ବରଜ ପାଇଁ ବାଉଁଶ ଓ କାଠ ତିଆରି ଖୁଣ୍ଟ, ବାଉଁଶ ଝାଟି, ବେଣା, ନଡା ସହିତ ବାଲି ମାଟି ଆବଶ୍ୟକ କରିଥାଏ। ଏଥି ସହିତ ଗୋଟିଏ ପାନ ବରଜରେ ଅତି କମ୍‌ରେ ଏକ କୁଇଣ୍ଟାଲ ଜିଆଇ ତାର ଆବଶ୍ୟକ ହୋଇଥାଏ। ସେହି ଜିଆଇ ତାରର ଦାମ୍‌ କିଗ୍ରା ପିଛା ୮୦ଟଙ୍କାରେ ଚାଷୀ କିଣୁଥିବା ବେଳେ କରୋନା ମହାମାରୀ ଯୋଗୁ କିଗ୍ରା ପିଛା ୧୨୦ଟଙ୍କାରେ କିଣିବାକୁ ପଡିଛି। ଗୋଟିଏ ପାନ ବରଜ ପ୍ରସ୍ତୁତ କରିବାକୁ ହେଲେ ୫୦ରୁ ୬୦ଟି ମଜୁରି ଆବଶ୍ୟକ କରିଥାଏ। ମୋଟାମୋଟି ଭାବେ ୨୦ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ଗୋଟିଏ ପାନ ବରଜ ପାଇଁ। କିନ୍ତୁ ପରିତାପର ବିଷୟ ପାନ ବରଜକୁ ଅମ୍ଫନ୍‌ ମାଟିରେ ମିଶାଇ ଦେଇଛି। ତାକୁ ପୁନରୁଦ୍ଧାର କରିବା ଚାଷୀଙ୍କ ପକ୍ଷରେ କଷ୍ଟ ସାଧ୍ୟ ହୋଇପଡିଛି। ବିଭାଗୀୟ ଅଧିକାରୀ ଏହାର ଉପଯୁକ୍ତ କ୍ଷତି ଆକଳନ କରି ସହାୟତା ପ୍ରଦାନ କରିବା ପାଇଁ ନୂଆଗଁା ସରପଞ୍ଚ ବିଦ୍ୟାଧର ମଲ୍ଲିକଙ୍କ ସହିତ ବୃନ୍ଦାବନ ସ୍ବାଇଁ, ମହେନ୍ଦ୍ର ରାଉତ, ଜଗନ୍ନାଥ ଦାସ, ଅଭିନ୍ନ ନାୟକ ଓ ସିନ୍ଧୁ ସ୍ବାଇଁ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ତହସିଲଦାର ଚିତ୍ତରଞ୍ଜନ ମହାନ୍ତ କହିଛନ୍ତି, ଚାଷୀ ଲିଖିତ ଅଭିଯୋଗ କଲେ କ୍ଷୟକ୍ଷତି ଆକଳନ ପାଇଁ ଜିଲାପାଳଙ୍କୁ ଜଣାଇବୁ। କ୍ଷତି ଆକଳନ ପରେ ସହାୟତା ସମ୍ପର୍କରେ ବିଚାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ

ଜଗତସିଂହପୁର, ୧୧।୩: ୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ। ମାର୍ଚ୍ଚ ମାସରେ ଦରମା ବନ୍ଦ କଲେ ଜଗତସିଂହପୁର ଜିଲାପାଳ। ନୋଡାଲ ଅଫିସର ଧାନ…

ଆଦାନୀ ହାତକୁ ଯିବ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ

ପାରାଦୀପ,୧୧ା୩(ଶରତ ରାଉତ):ରାଜ୍ୟରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବ୍ୟାପକ ପ୍ରଚାର ପ୍ରସାର ହେଉଛି। କିନ୍ତୁ ଓଡ଼ିଆଙ୍କ ପ୍ରାଚୀନ ସଂସ୍କୃତି ସହ ଜଡ଼ିତ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଏବେ…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଓଡ଼ିଶାକୁ ନେଇ ଏମିତି କହିଦେଲେ ଅମିତ ଶାହା: ଦେଖୁଦେଖୁ…

ପାରାଦୀପ,୭।୩ (ଶରତ ରାଉତ):୨୦୦୫ରେ ପାରାଦୀପର ଏକ ଘରୋଇ କମ୍ପାନୀଠାରୁ ଇଫ୍‌କୋ ଯେତେବେଳେ ସାର କାରଖାନାକୁ ୨୫୦୦ କୋଟି ଟଙ୍କାରେ କିଣିଥିଲା, ସେତେବେଳେ ବାର୍ଷିକ ଉତ୍ପାଦନ ଥିଲା ମାତ୍ର…

ଗୁଜରାଟ ଭଳି ଓଡ଼ିଶାରେ ବିକାଶ ହେବ

ପାରାଦୀପ,୬।୩: ପାରାଦୀପ ଗସ୍ତରେ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା। ସେଠାରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ ଉଦ୍‌ବୋଧନ ଦେଇ କହିଛନ୍ତି, ଭାଜପା ସରକାର ସଠିକ୍‌ ଦିଗରେ…

ବଳାତ୍କାର ଲୁଚାଇବାକୁ ଛାତରୁ ଠେଲିଦେଇଥିଲେ ଝାଡ଼ଖଣ୍ଡ ଯୁବକ

ପାରାଦୀପ,୨୮।୨ (ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡ଼ା ଅଞ୍ଚଳର ବହୁଚର୍ଚ୍ଚିତ ବଳାତ୍କାର ଓ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଥିବାବେଳେ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri