Posted inଖେଳ

ଅମୀରଙ୍କ ଅବସର ନିଷ୍ପତ୍ତିକୁ ପୂର୍ବତନ କ୍ରିକେଟରଙ୍କ ସମାଲୋଚନା

କରାଚୀ,୨୮।୭(ପି.ଟି.)- ପାକିସ୍ତାନ ତାରକା ଦ୍ରୁତ ବୋଲର ମହମ୍ମଦ ଅମୀର ମାତ୍ର ୨୭ ବର୍ଷ ବୟସରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତେବେ ଏହା ଅନେକଙ୍କର ହଜମ ହୋଇନାହିଁ। ପୂର୍ବତନ ପାକିସ୍ତାନ ମହାନ୍‌ ଦ୍ରୁତ ବୋଲର ଓ୍ବାସିମ ଆକ୍ରମ ଓ ସୋଏବ ଅଖତାର ଅମୀରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି।
୨୭-୨୮ ବର୍ଷରେ ଜଣେ ବୋଲର କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଥାଏ। ତେବେ ଏହି ବୟସରେ ଅମୀରଙ୍କ ଅବସର ନିଷ୍ପତ୍ତି ମୋତ ଆଶ୍ଟର୍ଯ୍ୟ କରିଛି ବୋଲି ଆକ୍ରମ କହିଛନ୍ତି। ଏହି ବୟସରେ ଜଣେ ବୋଲର ଶ୍ରେଷ୍ଠ ଦଳଗୁଡିକ ବିପକ୍ଷରେ ଭଲ ପ୍ରଦର୍ଶନ କରିବାର ସୁଯୋଗ ହାସଲ କରିଥାଏ। ଟେଷ୍ଟ ହେଉଛି କ୍ରିକେଟର ସବୁଠାରୁ ଶ୍ରେଷ୍ଠ ଫର୍ମାଟ। ତେଣୁ ଜଣେ ବୋଲର ଏହି ଫର୍ମାଟରେ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ହାସଲ କରିଥାଏ। ପାକିସ୍ତାନ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଦୁଇଟି ଓ ଇଂଲଣ୍ଡ ଗସ୍ତରେ ୩ଟି ଟେଷ୍ଟ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏପରିସ୍ଥଳେ ପାକିସ୍ତାନ ଅମୀରଙ୍କୁ ଆବଶ୍ୟକ କରୁଛି। କିନ୍ତୁ ତାଙ୍କର ଏହି ଅବସର ନିଷ୍ପତ୍ତି ଆମକୁ ନିରାଶ କରିଛି ବୋଲି ଆକ୍ରମ ଟୁଇଟ କରି ଉଲ୍ଲେଖ କରିଛନ୍ତି।
ସ୍ପଟ୍‌ ଫିକ୍ସିଂରେ ସମ୍ପୃକ୍ତ ହୋଇ ଅମୀର ବାସନ୍ଦ ହୋଇଥିଲେ ଓ ସେ କ୍ୟାରିୟରରେ ମାତ୍ର ୩୬ଟି ଟେଷ୍ଟ ଖେଳିଛନ୍ତି। ପାକିସ୍ତାନ କ୍ରିକେଟକୁ ଯେତେବେଳେ କିଛି ଦେବାର ବେଳ ଆସିଲା ସେତେବେଳେ ଅମୀର ଟେଷ୍ଟରୁ ଅବସର ନେଲେ। ମୋତେ ୨୭ ବର୍ଷ ହୋଇଥିଲେ ମୁଁ ଆହୁରି ୫୦ ଟେଷ୍ଟ ଖେଳିଥାନ୍ତି ବୋଲି ଅଖତାର କହିଛନ୍ତି। ଟେଷ୍ଟ ଫର୍ମାଟରେ ପାକିସ୍ତାନର ପ୍ରଦର୍ଶନ ଆଶାନୁରୂପ ହୋଇନାହିଁ ଓ ଏଥିରେ ପାକିସ୍ତାନ ସଂଘର୍ଷ କରୁଛି। ତେଣୁ ଅମୀରଙ୍କ ଆବଶ୍ୟକତା ରହିଥିବା ବେଳେ ତାଙ୍କର ଏହି ନିଷ୍ପତ୍ତି ମୋତେ ନିରାଶ କରିଛି। ତେବେ ପୂର୍ବତନ ଦ୍ରୁତ ବୋଲର ଓ୍ବାକର ୟୁନିସ୍‌ ଅମୀରଙ୍କୁ ହ୍ବାଇଟ୍‌ ବଲ୍‌ କ୍ରିକେଟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ନୈରାଶ୍ୟବ୍ୟକ୍ତ କରିନାହାନ୍ତି। ପୂର୍ବତନ ଓପନର ତଥା ଅଧିନାୟକ ରମିଜ ରାଜା ମଧ୍ୟ ଏ ନେଇ ନୈରାଶ୍ୟବ୍ୟକ୍ତ କରିଛନ୍ତି। ଏତେ କମ୍‌ ବୟସରେ ଅମୀର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଉଥିବାରୁ ଆମେ ନିରାଶ ହୋଇଛୁ। ଟେଷ୍ଟ ପାଇଁ ପାକିସ୍ତାନ ତାଙ୍କୁ ଆବଶ୍ୟକ କରୁଥିଲା। ଏବେ ସେ ପାକିସ୍ତାନ କ୍ରିକେଟକୁ କିଛି ଦେବାର ସମୟ ଆସି ପହଞ୍ଚିଥିଲା। କିନ୍ତୁ ଅନ୍‌ମୀରଙ୍କ ନିଷ୍ପତ୍ତି ଆମକୁ ଆଶ୍ଟର୍ଯ୍ୟ କରିଛି ବୋଲି ରାଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri