ଅମାନିଆଙ୍କୁ ଲାଠି

ଅନୁଗୋଳ ଅଫିସ, ୮।୪- ଲକ୍‌ଡାଉନ ସମୟରେ ବାହାରେ ବୁଲାବୁଲି କରୁଥିବା ଅନୁଗୋଳର କେତେଜଣ ଅମାନିଆଙ୍କୁ ପୋଲିସ ଉତ୍ତମ ମଧ୍ୟମ ଦେଇଛି। ସେହିପରି ବଅଁରପାଳ ଅଞ୍ଚଳରେ କ୍ରିକେଟ ଖେଳୁଥିବା କେତେଜଣଙ୍କୁ ପୋଲିସ ଥାନାକୁ ଉଠାଇ ଆଣିବା ସହ ବ୍ୟାଟ୍‌, ବଲ ଓ ଉଇକେଟ୍‌ ଜବତ କରିଥିବା ସୂଚନା ମିଳିଛି। ଜିଲାରେ ନିୟମ ଉଲ୍ଲଂଘନ କରିଥିବା ୪୭ ଜଣଙ୍କ ନାମରେ ବିଭିନ୍ନ ଥାନାରେ ୯ଟି ମାମଲା ରୁଜୁ କରାଯାଇଛି ବୋଲି ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି। ସେହିପରି କ୍ୱାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରି ୨ ଜଣ ଗିରଫ ହୋଇ କ୍ବାରାଣ୍ଟାଇନ୍‌କୁ ଯାଇଛନ୍ତି। ଅନୁଗୋଳ ଥାନା ଅଞ୍ଚଳରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ୯ ଜଣଙ୍କୁ ଗିରଫ ସହ ୯ଟି ମୋଟର ସାଇକେଲ ପୋଲିସ ଜବତ ହୋଇଛି। ବଅଁରପାଳ ଥାନା ପୋଲିସ ୩ ମାମଲାରେ ୩୨ ଜଣଙ୍କୁ ଗିରଫ କରିବା ସହ ଗୋଟିଏ କାର୍‌, ୫ଟି ମୋଟର ସାଇକେଲ ଜବତ କରିଛି। ବନ୍ତଳା ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ତାଳଚେର ଅଞ୍ଚଳର ଜଣଙ୍କୁ ଗିରଫ କରିଛି। ହଣ୍ଡପା ଥାନା ପୋଲିସ ଦୁଇଟି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ମଦ ଜବତ କରିଛି। ପାଲଲହଡା ପୋଲିସ ସ୍ଥାନୀୟ ତହସିଲଦାରଙ୍କ ନେତୃତ୍ୱରେ ସହରର ମୁଖ୍ୟ ବଜାର ସହ ବିଭିନ୍ନ ଛକରେ ବାଇକ୍‌ରେ ଆସୁଥିବା ଲୋକଙ୍କୁ ତାଗିଦ କରିବା ସହ ୧୦ରୁ ଅଧିକ ବାଇକ୍‌ ଜବତ କରିଛି। କ୍ବାରାଣ୍ଟାଇନ୍‌ ନିୟମ ଉଲ୍ଲଂଘନ କରିଥିବା ନେଇ ଆଠମଲ୍ଲିକ ଓ ଖମାର ଥାନାରେ ଦୁଇଟି ମାମଲା ରୁଜୁ ସହ ୨ ଜଣକୁ ଗିରଫ କରାଯାଇ କ୍ବାରାଣ୍ଟାଇନ୍‌ରେ ରଖାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ସେହିପରି ଅନୁଗୋଳ ସହରର ଗୋଟିଏ ସ୍ଥାନରେ ଘର କାମ ନିର୍ମାଣ ବେଳେ ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ଚଢ଼ାଉ କରିଥିଲେ। ଘର ମାଲିକ ଅଣଓଡ଼ିଆ ଶ୍ରମିକଙ୍କୁ ଲଗାଇ କାର୍ଯ୍ୟ କରୁଥିବା ଦେଖି ସେମାନଙ୍କୁ ଉଠାଇ ଆଣିବା ସହ ପୋଲିସ ଜିମା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତା ଶିବରାମଙ୍କ ଘର ଉପରେ ଆକ୍ରମଣ, ୮ ଗିରଫ

ମୋହନା,୪।୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆରଙ୍କ ଘର ଉପରେ ସୋମବାର ସନ୍ଧ୍ୟାରେ ଆକ୍ରମଣ…

ବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବା ଘଟଣା: ନିଲମ୍ବିତ ହେଲେ ଅଧ୍ୟକ୍ଷା

ଖୋର୍ଦ୍ଧା , ୪।୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ପିଏମ୍‌ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଦୂଷିତ ପାଣି ବ୍ୟବହାର କରି ଜଣ୍ଡିସ ଆକ୍ରାନ୍ତ ଘଟଣାରେ ପ୍ରିନ୍ସିପଲ ଡ. କବିତା କର…

ବସ୍ତାରେ ଗୋମାଂସ ଆଣୁଥିବା ସମୟରେ ମାଡ଼ିବସିଲା ପୋଲିସ

ମୋରଡ଼ା/ରାସଗୋବିନ୍ଦପୁର,୪ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ଗୋ ମାଂସ ଚାଲାଣ ଅଭିଯୋଗରେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ପୋଲିସ ମଙ୍ଗଳବାର ୨ଜଣଙ୍କୁ ଥାନାରେ ଅଟକ ରଖି ପଚାରାଉଚୁରା କରୁଛି। ଏନେଇ ଥାନାରେ…

ଫୁଲକୋବି ଗାଡିରେ ଚାଲାଣ ହେଉଥିଲା ଗଞ୍ଜେଇ, ମାଡିବସିଲା ଏନସିବି, ଘଟଣାସ୍ଥଳରୁ…

ଉଦଳା,୪।୨(ସନ୍ତୋଷ କୁମାର ବାଚ୍ଛିନୀ): ଗଞ୍ଜେଇ ଚାଲାଣର ନୂଆ ତରିକା। କୋବିର ଚାହିଦା ସମୟରେ କୋବିକୁ ଢାଲ କରି ହେଉଥିଲା ଗଞ୍ଜେଇ ଚାଲାଣ। ଆଉ ଗଞ୍ଜେଇ ଗାଡିକୁ ସୁରକ୍ଷା…

ବସୁଛି ବୈଠକ, ଫଳପ୍ରଦ ହେଉନାହିଁ: ଅଟଳ ବସଷ୍ଟାଣ୍ଡ….

ଲୋଇସିଂହା,୪।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ଲୋଇସିଂହା ଅଟଳ ବସଷ୍ଟାଣ୍ଡର ଶୃଙ୍ଖଳିତ ପରିଚାଳନା ପାଇଁ ଏକ ସମୀକ୍ଷା ବୈଠକ ବିଡିଓ ଅକ୍ଷୟପାଣି ଉଦ୍ଦୁଙ୍କ ଅଧ୍ୟକ୍ଷତାରେ ସୋମବାର…

ଅନେକ ଜୀବନ ବଞ୍ଚାଇ ଚର୍ଚ୍ଚାରେ ଧବଳେଶ୍ୱର: ଦୁର୍ଗମ ଅଞ୍ଚଳର ପାଲଟିଛନ୍ତି ସାହା

ଦାରିଙ୍ଗବାଡି,୪।୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଅନେକ ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳ ରହିଛି। ଅନେକ ସମୟରେ ଅପହଞ୍ଚ ଅଞ୍ଚଳରେ କୌଣସି ଅଘଟଣ ଘଟିଲେ ଲୋକଙ୍କୁ ସେବା ଯୋଗାଇବା…

ଜିଲାପାଳଙ୍କ ନୂଆ ପୁସ୍ତକ ‘ପାର୍ଶ୍ୱସ୍ରୋତ’କୁ ନେଇ ବଢୁଛି ଚର୍ଚ୍ଚା: କନ୍ଧମାଳର ଐତିହ୍ୟକୁ ନେଇ…

ଦାରିଙ୍ଗବାଡି,୪।୨(ଅରୁଣ ସାହୁ):କନ୍ଧମାଳ ଜିଲାର ପୂର୍ବତନ ଜିଲାପାଳ ତଥା ଏବେକାର ଖୋର୍ଦ୍ଧା ଜିଲାପାଳ ଅମ୍ରିତ ଋତୁରାଜଙ୍କ ଦ୍ୱାରା ଲେଖାଯାଇଥିବା ପୁସ୍ତକ ‘ପାର୍ଶ୍ୱସ୍ରୋତ’ ଉନ୍ମୋଚନ ହୋଇଯାଇଛି। କନ୍ଧମାଳ ଜିଲା ତୁମୁଡିବନ୍ଧ…

ଉପାସରେ ଦିନ କାଟୁଛନ୍ତି କନକ: ୩ ମାସ ହେଲା ମିଳୁନି ଭତ୍ତା

ଦାରିଙ୍ଗବାଡି,୪।୨(ଅରୁଣ ସାହୁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା ହେଲେ କିଛି ଯୋଜନା ଲୋକଙ୍କୁ ସରକାରଙ୍କ ତୁହାକୁ ତୁହା ନିୟମ ପରିବର୍ତ୍ତନ ଯୋଗୁ ନିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri