ଅମନଙ୍କ ସ୍ବପ୍ନ

ଗୀତକୁ ନେଇ ସ୍ବପ୍ନ ଦେଖନ୍ତି ଅମନ। ଗୀତକୁ ସାଥିକରି ସେ ବାଟ ଚାଲିବେ – ଏମିତି ମଧ୍ୟ ଏକ ନିଷ୍ପତ୍ତି ନେଇଛନ୍ତି ଅମନ। ଅମନଙ୍କ ପୂରାନାମ ଅମୀୟ କୁମାର ସାହୁ। ତେବେ ଯାତ୍ରାରେ ସେ କେବଳ ‘ଅମନ’ ନାମରେ ହିଁ ପରିଚିତ। ପିପିଲିର ଖେଲାର ନାମକ ଏକ ଗ୍ରାମରେ ଜନ୍ମ ହୋଇଥିବା ଏହି ଗାୟକ ସମ୍ପ୍ରତି ଅପେରା ସୂର୍ଯ୍ୟମନ୍ଦିରରେ ରହି ନିଜ ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ଯାତ୍ରା ତାଙ୍କୁ ଆନନ୍ଦ ଦଉଛି। ଏକାବେଳକେ ହଜାର ହଜାର ଦର୍ଶକଙ୍କୁ ସାମ୍ନା କରି ବହୁତ ଖୁସି ଲାଗୁଛି। ସେମାନଙ୍କର ପ୍ରତିକ୍ରିୟା ସବୁ ପୁରସ୍କାର ପରି ମନେହେଉଛି। ବିଶେଷକରି ଯାତ୍ରାରେ ଅର୍ଥ ଅଛି; ଯାହାକୁ ନେଇ ଜଣେ ନିଜର ପରିବାର ପ୍ରତିପୋଷଣ କରିପାରିବ। ମୁଖ୍ୟତଃ ସେ ସେଥିଲାଗି ଯାତ୍ରାକୁ ନିଜର କ୍ୟାରିୟର ଭାବରେ ବାଛିଛନ୍ତି ବୋଲି କହନ୍ତି ଏହି ଗାୟକ। ଅମନଙ୍କ ପରିବାର ଏକ କଳାକାର ପରିବାର। ବାପା ବିଜୟ କୁମାର ସାହୁ ଜଣେ ହେଡ ମାଷ୍ଟର ଥିଲେ ବି ସେ ଗୀତ ଗାଆନ୍ତି। ଗୀତ ବି ଶିଖାନ୍ତି। ସେହିଭଳି ବଡ଼ଭାଇ ବିନୋଦ କୁମାର ସାହୁ ଓ ବିକାଶ କୁମାର ସାହୁ ଉଭୟେ ଜଣେ ଜଣେ ଗାୟକ। ଅମନ କହନ୍ତି ଯେ, ବାପା ହେଉଛନ୍ତି ତାଙ୍କର ପ୍ରଥମ ଗୁରୁ ଯାହାଙ୍କ ଠୁ ସେ ପ୍ରାଥମିକ ସଙ୍ଗୀତ ଶିକ୍ଷା ହାସଲ କରିଥିଲେ। ସେହିପରି ଭାଇ ବିକାଶ କୁମାର ସାହୁ ତାଙ୍କର ଦ୍ୱିତୀୟ ସଙ୍ଗୀତ ଗୁରୁ। ତେବେ ଏସବୁ ସତ୍ତ୍ୱେ ବଡ଼ଭାଇ ବିନୋଦ କୁମାର ସାହୁଙ୍କ ପ୍ରେରଣା ତାଙ୍କୁ ଆଜି ଜଣେ ଗାୟକ ହେବାରେ ସହାୟକ ହୋଇଛି। ମୁଖ୍ୟତଃ ସୋନୁ ନିଗମ୍‌ ଓ ସୁରେଶ ଓ୍ବାଦେକରଙ୍କ ଗୀତ ଗାଇବାରେ ରୁଚି ରଖୁଥିବା ଅମନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ହିନ୍ଦୁସ୍ତାନୀ କ୍ଲାସିକାଲରେ ତାଲିମ୍‌ ନେବା ସହିତ ବହୁ ମେଲୋଡ଼ି, ଭଜନ ତଥା ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେହିଭଳି ତରଙ୍ଗ ଚ୍ୟାନେଲର ‘ସ୍ବରଭକ୍ତି’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଜେତା ହୋଇଥିଲେ। ଭଏସ୍‌ ଅଫ୍‌ ଓଡ଼ିଶାରେ ଅଂଶଗ୍ରହଣ କରିବା ସହିତ ପ୍ରାର୍ଥନା ଚ୍ୟାନେଲ ପ୍ରାୟୋଜିତ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଭାଗନେଇ ପ୍ରାର୍ଥନା ପ୍ରତିଭା ହେବାର ଗୌରବ ହାସଲ କରିଛନ୍ତି। ସମ୍ପ୍ରତି ଅପେରା ସୂର୍ଯ୍ୟମନ୍ଦିର ଦ୍ୱାରା ପ୍ରସ୍ତୁତ ତିନିଗୋଟି ନାଟକରେ ସେ କଣ୍ଠଦାନ କରିଛନ୍ତି। ମାୟାବିନୀ ମୌସୁମୀର ‘ମତେ ନେଇଯାରେ ନେଇଯା’, ‘ଆରେ ଆ ଫେରିଆ ଶ୍ରାବଣ’, ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’ ନାଟକରେ ‘ସାତ ଦରିଆ ପାରିହେଇ ମୁଁ’ ଏବଂ ‘ପୁଅ ଯିବ ଶାଶୁଘର’ ନାଟକରେ ‘ଓ ପ୍ରିୟାରେ’ ଏବଂ ‘ସାଥୀରେ ସାଥୀରେ ସାଥୀ ଯିବି’ ଆଦି ଗୀତ ଗାଇ ସେ ନିଜର ଏକ ପରିଚୟ ତିଆରି କରିପାରିଛନ୍ତି। ସେ ସବୁ ପ୍ରକାର ଗୀତ ଗାଇପାରନ୍ତି ସତ, ହେଲେ ରୋମାଣ୍ଟିକ୍‌ ଗୀତ ତାଙ୍କର ପ୍ରଥମ ପସନ୍ଦ ବୋଲି କହନ୍ତି ଏହି ଯୁବ କଣ୍ଠଶିଳ୍ପୀ।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri