ଅଭୟାରଣ୍ୟ, ହାତୀ କରିଡର୍‌ ପାଇଁ ବିପଦ ପାଲଟିଛି ଖଣି ଖାଦାନ

ଭୁବନେଶ୍ୱର,୪ା୧୧୧(ବ୍ୟୁରୋ) : ରାଜ୍ୟରେ ଅଭୟାରଣ୍ୟ ଓ ହାତୀ କରିଡର୍‌ ପାଇଁ ବିପଦ ସୃଷ୍ଟି କରୁଛି ଖଣି ଖାଦାନ। ଏନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ପ୍ରସଙ୍ଗରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ସରକାରଙ୍କୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଅଭୟାରଣ୍ୟ ଓ ହାତୀ କରିଡର୍‌ ଅଞ୍ଚଳ ଭିତରେ ତଥା ଏହାର ଆଖପାଖରେ ଖଣି ଖାଦାନ କାର୍ଯ୍ୟ ଚାଲୁଥିବାରୁ ଜୀବଜନ୍ତୁ କ୍ଷତିଗ୍ରସ୍ତ ହେବା ସହ ହାତୀମାନଙ୍କ ଅବାଧ ଚଳପ୍ରଚଳରେ ବାଧା ଉପୁଜୁଥିବା ଅଭିଯୋଗ ଉଠିଥିଲା। ଏହି ପରିପ୍ରେକ୍ଷୀରେ ‘ରୋଜ୍‌’ ଓ ‘ଆଶା’ ନାମକ ଦୁଇଟି ସାମାଜିକ ସଙ୍ଗଠନ ନୂଆଦିଲ୍ଲୀସ୍ଥିତ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲର ପ୍ରମୁଖ ବେଞ୍ଚ୍‌ରେ ମାମଲା ରୁଜୁ କରିଥିଲେ। ଏନେଇ ଗ୍ରୀନ୍‌ ଟ୍ରିବ୍ୟୁନାଲ ବିଚାର ବିଭାଗୀୟ ସଦସ୍ୟ ଜଷ୍ଟିସ୍‌ ଏସ୍‌.ପି. ୱାଙ୍ଗଡି ଓ ବିଶେଷଜ୍ଞ ସଦସ୍ୟ ଡ. ସତ୍ୟବାନ ସିଂହ ଗର୍ବିିୟାଲଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପ୍ରାଥମିକ ଶୁଣାଣି ପରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। କୁଲଡିହା ବନ୍ୟଜନ୍ତୁ ଅଭୟାରଣ୍ୟ ସହିତ ଶିମିଳିପାଳ-ହଦଗଡ଼-କୁଲଡିହା ହାତୀ କରିଡର୍‌ ଅଞ୍ଚଳ ଓ ଏହାର ଆଖପାଖ ସ୍ଥାନରେ ଯେପରି ଖଣି ଖନନ ଚାଲୁଛି, ସେନେଇ ଗ୍ରୀନ୍‌ ଟ୍ରିବ୍ୟୁନାଲ ଚିନ୍ତାବ୍ୟକ୍ତ କରିଛନ୍ତିି। ଏ ପ୍ରସଙ୍ଗରେ ପୂର୍ବରୁ କମିଶନଙ୍କ ନିର୍ଦ୍ଦେଶ କ୍ରମେ ପିସିସିଏଫ୍‌ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ। ତେବେ ରାଜ୍ୟ ସରକାରଙ୍କ ଓକିଲ ଉତ୍ତର ଦାଖଲ ପାଇଁ ଅଧିକ ସମୟ ଚାହିଁଥିଲେ। ଉକ୍ତ ଅଞ୍ଚଳରେ ୯୭ ପଥର ଖଣି ଚାଲିଥିବା ପିସିସିଏଫ୍‌ ରିପୋର୍ଟରେ ଉଲ୍ଲେଖ ରହିଛି। ଏଥିଯୋଗୁ ହାତୀଙ୍କ ଚଳପ୍ରଚଳ ବାଧାପ୍ରାପ୍ତ ହେବା ଓ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଥିବା ସେ ସ୍ବୀକାର ମଧ୍ୟ କରିଛନ୍ତି। ତେଣୁ ଏଭଳି ଏକ ସମ୍ବେଦନଶୀଳ ଅଞ୍ଚଳରେ ବିଧି ବ୍ୟବସ୍ଥା ଅନୁଯାୟୀ ଯେପରି ଖଣି ଖାଦାନ ବନ୍ଦ ରୁହେ, ସେ ଦିଗରେ ଦୃଷ୍ଟି ଦେବାକୁ ଗ୍ରୀନ୍‌ ଟ୍ରିବ୍ୟୁନାଲ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ଏହି ଅଭୟାରଣ୍ୟ ଓ ହାତୀ କରିଡର୍‌ ତଥା ଏହାର ଆଖପାଖ ଅଞ୍ଚଳରେ ଖଣି ଖନନ କାର୍ଯ୍ୟ ନ କରିବା ସହ ପିସିସିଏଫ୍‌ଙ୍କ ରିପୋର୍ଟରେ ଉଲ୍ଲେଖ ସମସ୍ତ ସୁପାରିସକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ଗ୍ରୀନ୍‌ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ପିସିସିଏଫ୍‌ ତାଙ୍କ ରିପୋର୍ଟରେ ସମ୍ପୃକ୍ତ ଅଞ୍ଚଳରେ ବୃକ୍ଷରୋପଣ ସହିତ ଲଣ୍ଡା ପାହାଡ଼ଗୁଡ଼ିକୁ ସବୁଜ କରିବା ପାଇଁ କାମ୍ପା ଓ ଅନ୍ୟାନ୍ୟ ପାଣ୍ଠିର ବ୍ୟବହାର ପାଇଁ ସୁପାରିସ କରିଛନ୍ତି। ଏହାସହ ରାଜ୍ୟ ସରକାର ଏକ ମାସ ମଧ୍ୟରେ ସତ୍ୟପାଠ ସହ ଗ୍ରୀନ୍‌ ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନର କଥା କହିଦେଲେ ପ୍ରୀତି ଜିଣ୍ଟା: ଅମିରଙ୍କ ସହ…

ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର ‘ଦିଲ ଚାହତା ହୈ’ ୨୫ ବର୍ଷ ପୂରଣ କରିଛି। ଏହି ଚଳଚ୍ଚିତ୍ରଟି ରୌପ୍ୟ ଜୟନ୍ତୀ ପାଳନ କରିବା ସହିତ ପୁଣି…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

ଆରଜି କର ମାମଲାରେ ବଡ଼ ଆକ୍ସନ, TMCର ପୂର୍ବତନ ବିଧାୟକ ନିର୍ମଳ ଘୋଷ ଗିରଫ

କୋଲକାତା,୧୩।୮: ଆରଜି କର ବଳାତ୍କାର ଏବଂ ହତ୍ୟା ମାମଲାରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରାଯାଇଛି । ଅଗଷ୍ଟ ୯ ତାରିଖରେ…

ହସ୍ପିଟାଲ୍‌ର ଶୌଚାଳୟରୁ ମିଳିଲା ନର୍ସଙ୍କ ମୃତଦେହ; କବାଟ ଭାଙ୍ଗି ଶବ ଉଦ୍ଧାର, ନାଇଟ୍ ସିଫ୍ଟ…

କୋଲକାତା,୧୩।୮: ପଶ୍ଚିମବଙ୍ଗର କୋଲକାତାସ୍ଥିତ ନୀଲରତନ ସରକାର (NRS) ମେଡିକାଲ କଲେଜ ଏବଂ ହସ୍ପିଟାଲରୁ ଏକ ରହସ୍ୟଜନକ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ବୁଧବାର ରାତିରେ ଡ୍ୟୁଟିରେ ଥିବା…

ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ସରିଲା ଅନାସ୍ଥା ଭୋଟିଂ, ନିଜେ ଉପସ୍ଥିତ ରହି କହିଲେ ଏମିତି…

ମହାକାଳପଡ଼ା,୧୩ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ପଞ୍ଚାୟତ ଅଫିସଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗୁରୁବାର ସରପଞ୍ଚ ଚାମେଲୀ…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri