ଅଭିଯୁକ୍ତ ବୁଲୁଛନ୍ତି, ନିର୍ଦ୍ଦୋଷଙ୍କୁ ବାନ୍ଧୁଛି ପୋଲିସ

ଖୋର୍ଦ୍ଧା ଅଫିସ,୨୫।୫: ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ବୁଲୁଥିବା ବେଳେ ପୋଲିସ ନିର୍ଦ୍ଦୋଷ ଓ ସାଧାରଣ ଲୋକଙ୍କୁ ବାନ୍ଧି ହଇରାଣ କରୁଛି। ଖୋର୍ଦ୍ଧା ସଦର ପୋଲିସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ବ୍ରଜମୋହନପୁର ଗ୍ରାମବାସୀ। ପ୍ରତିବାଦ କରିବାରୁ ମିଥ୍ୟା ମାମଲାରେ ଫସାଇ ଜେଲ ପଠାଇ ଦେବାକୁ ପୋଲିସ ଧମକ ଦେଉଛି ବୋଲି ଗ୍ରାମବାସୀ ଅଭିଯୋଗ କହିଛନ୍ତି। ମଙ୍ଗଳବାର ଏହାର ପ୍ରତିବାଦରେ ଶତାଧିକ ମହିଳା ପୁରୁଷ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ସଦର ଥାନା ପୋଲିସ ବିରୋଧରେ ବର୍ଷିଥିଲେ। ପୋଲିସ ବିଭାଗରେ ସ୍ବଚ୍ଛତା ଆଣିବା ଲାଗି ସରକାର ମୋ ସରକାରରେ ଅନ୍ତର୍ଭୁକ୍ତ କରିଛନ୍ତି। ତେବେ ପୋଲିସ କାହା ସ୍ବାର୍ଥରେ କାମ କରୁଛି। ଏଠାରେ ମୋ ସରକାର ପ୍ରହସନ ପାଲଟିଛି ବୋଲି ଗ୍ରାମବାସୀ କହିଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ ଲାଗି ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ୨୦୧୨ ମସିହାରେ ବ୍ରଜମୋହନପୁର ଗ୍ରାମର ବିଭୂତି ବୈରଗଞ୍ଜନଙ୍କୁ ଗୋପୀନାଥପୁର ଗ୍ରାମର ଜଣେ ଯୁବକ ହତ୍ୟା କରିଥିଲେ। ଏଯାବତ୍‌ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ଅନ୍ୟପଟେ ଅଭିଯୁକ୍ତଙ୍କୁ ପୋଲିସ ଧରିବା ପରିବର୍ତ୍ତେ ହତ୍ୟାର ଶିକାର ବିଭୂତିଙ୍କ ସାନଭାଇଙ୍କୁ ଗିରଫ କରିଛି। ଫଳରେ ସଦର ଥାନାଧିକାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ଘଟଣାର ନିରପେକ୍ଷ ତଦନ୍ତ କରି ସଦର ଥାନାଧିକାରୀଙ୍କୁ ଏଠାରୁ ତୁରନ୍ତ ବଦଳି ଲାଗି ଦାବି କରିଛନ୍ତି। କେଉଁ କାରଣରୁ ତାଙ୍କୁ ଗିରଫ କରାଯାଇଛି, ତାଙ୍କ ବିରୋଧରେ କ’ଣ କେସ୍‌ ରହିଛି, ତାହା ବାରମ୍ବାର ପଚାରିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଉତ୍ତର ଦିଆଯାଉନାହିଁ। ଥାନାକୁ ବାରମ୍ବାର ଆସିଲେ, ଜେଲ୍‌ରେ ପୂରାଇ ଦେବାକୁ ଧମକ ଦିଆଯାଉଛି ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ଏସ୍‌ପି ସିଦ୍ଧାର୍ଥ କଟାରିଆ କହିଛନ୍ତି, ଏବେ ସ୍ବତନ୍ତ୍ର ଓ୍ବାରେଣ୍ଟି ଡ୍ରାଇଭ୍‌ ଚାଲିଛି। ପୁରୁଣା କେସ୍‌ରେ ତାଙ୍କୁ ଗିରଫ କରାଯାଇଛି। ଗ୍ରାମବାସୀ ଦେଇଥିବା ଅଭିଯୋଗକୁ ତର୍ଜମା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri