ଅଭିଯୁକ୍ତ ବୁଲୁଛନ୍ତି, ନିର୍ଦ୍ଦୋଷଙ୍କୁ ବାନ୍ଧୁଛି ପୋଲିସ

ଖୋର୍ଦ୍ଧା ଅଫିସ,୨୫।୫: ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ବୁଲୁଥିବା ବେଳେ ପୋଲିସ ନିର୍ଦ୍ଦୋଷ ଓ ସାଧାରଣ ଲୋକଙ୍କୁ ବାନ୍ଧି ହଇରାଣ କରୁଛି। ଖୋର୍ଦ୍ଧା ସଦର ପୋଲିସ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ବ୍ରଜମୋହନପୁର ଗ୍ରାମବାସୀ। ପ୍ରତିବାଦ କରିବାରୁ ମିଥ୍ୟା ମାମଲାରେ ଫସାଇ ଜେଲ ପଠାଇ ଦେବାକୁ ପୋଲିସ ଧମକ ଦେଉଛି ବୋଲି ଗ୍ରାମବାସୀ ଅଭିଯୋଗ କହିଛନ୍ତି। ମଙ୍ଗଳବାର ଏହାର ପ୍ରତିବାଦରେ ଶତାଧିକ ମହିଳା ପୁରୁଷ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ସଦର ଥାନା ପୋଲିସ ବିରୋଧରେ ବର୍ଷିଥିଲେ। ପୋଲିସ ବିଭାଗରେ ସ୍ବଚ୍ଛତା ଆଣିବା ଲାଗି ସରକାର ମୋ ସରକାରରେ ଅନ୍ତର୍ଭୁକ୍ତ କରିଛନ୍ତି। ତେବେ ପୋଲିସ କାହା ସ୍ବାର୍ଥରେ କାମ କରୁଛି। ଏଠାରେ ମୋ ସରକାର ପ୍ରହସନ ପାଲଟିଛି ବୋଲି ଗ୍ରାମବାସୀ କହିଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ ଲାଗି ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ୨୦୧୨ ମସିହାରେ ବ୍ରଜମୋହନପୁର ଗ୍ରାମର ବିଭୂତି ବୈରଗଞ୍ଜନଙ୍କୁ ଗୋପୀନାଥପୁର ଗ୍ରାମର ଜଣେ ଯୁବକ ହତ୍ୟା କରିଥିଲେ। ଏଯାବତ୍‌ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ଅନ୍ୟପଟେ ଅଭିଯୁକ୍ତଙ୍କୁ ପୋଲିସ ଧରିବା ପରିବର୍ତ୍ତେ ହତ୍ୟାର ଶିକାର ବିଭୂତିଙ୍କ ସାନଭାଇଙ୍କୁ ଗିରଫ କରିଛି। ଫଳରେ ସଦର ଥାନାଧିକାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ। ଘଟଣାର ନିରପେକ୍ଷ ତଦନ୍ତ କରି ସଦର ଥାନାଧିକାରୀଙ୍କୁ ଏଠାରୁ ତୁରନ୍ତ ବଦଳି ଲାଗି ଦାବି କରିଛନ୍ତି। କେଉଁ କାରଣରୁ ତାଙ୍କୁ ଗିରଫ କରାଯାଇଛି, ତାଙ୍କ ବିରୋଧରେ କ’ଣ କେସ୍‌ ରହିଛି, ତାହା ବାରମ୍ବାର ପଚାରିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି ଉତ୍ତର ଦିଆଯାଉନାହିଁ। ଥାନାକୁ ବାରମ୍ବାର ଆସିଲେ, ଜେଲ୍‌ରେ ପୂରାଇ ଦେବାକୁ ଧମକ ଦିଆଯାଉଛି ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ଏସ୍‌ପି ସିଦ୍ଧାର୍ଥ କଟାରିଆ କହିଛନ୍ତି, ଏବେ ସ୍ବତନ୍ତ୍ର ଓ୍ବାରେଣ୍ଟି ଡ୍ରାଇଭ୍‌ ଚାଲିଛି। ପୁରୁଣା କେସ୍‌ରେ ତାଙ୍କୁ ଗିରଫ କରାଯାଇଛି। ଗ୍ରାମବାସୀ ଦେଇଥିବା ଅଭିଯୋଗକୁ ତର୍ଜମା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri