ଭୁବନେଶ୍ୱର,୨୪।୫(ବ୍ୟୁରୋ): ପୂର୍ବ ଶତ୍ରୁତାରୁ ନବଘନ ପାଟ୍ଟଶାଣୀ ଓରଫ ବାଙ୍କା ନାମକ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ ମାମଲାରେ ଖଣ୍ଡଗିରି ଥାନା ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି ମୁଖ୍ୟ ଅଭିଯୁକ୍ତ ବାବିନା ଓରଫ ଶଶାଙ୍କ ଶେଖର ବଳିଆର୍ସିଂ। ତେବେ ଖୋଳତାଡ଼ ପରେ ପୋଲିସ ବାବିନାଙ୍କ ଆପରାଧିକ ସାମ୍ରାଜ୍ୟ ସମ୍ପର୍କରେ ବହୁ ତଥ୍ୟ ପାଇଛି। ବାବିନା ଖଣ୍ଡଗିରି ଥାନା ଅନ୍ତର୍ଗତ ତପୋବନ ଆଶ୍ରମ ନିକଟରେ ଏକ ସରକାରୀ ଜମିରେ କବାଡ଼ିଆ ଦୋକାନ ଖୋଲି ସେଠାରୁ ଆପରାଧିକ କାର୍ଯ୍ୟ ଜାରି ରଖିଥିଲେ। ତେଣୁ ପୋଲିସ ଟିମ୍ ମଙ୍ଗଳବାର ବିଡିଏ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ସହାୟତାରେ ବାବିନାଙ୍କ ଉକ୍ତ ବ୍ୟବସାୟିକ ଆଡ୍ଡାକୁ ଡ୍ରୋଜର ସାହାଯ୍ୟରେ ମାଟିରେ ମିଶାଇଛି। ବାବିନାଙ୍କ ଘର ପୁରୀ ଜିଲା ବ୍ରହ୍ମପୁର ଅଞ୍ଚଳରେ ହୋଇଥିବାବେଳେ ସେ କିଛିବର୍ଷ ହେଲା ଭୁବନେଶ୍ୱରେ ରହି ବ୍ୟବସାୟ କରୁଥିଲେ। ତାଙ୍କ ନାମରେ ପୁରୀର ବିଭିନ୍ନ ଥାନାରେ ୫ରୁ ଊର୍ଦ୍ଧ୍ୱ ଆପରାଧିକ ମାମଲା ରହିଛି। ଏହି ମାମଲାରେ ହତ୍ୟା, ଆର୍ମସ ଆକ୍ଟ, ଲୁଟ୍ ଆଦି ରହିଛି। ତେବେ ବାବିନା ତାଙ୍କ ବ୍ୟବସାୟିକ ସ୍ଥଳରେ ସ୍ଥାନୀୟ ଅପରାଧୀଙ୍କ ସହ ମିଶି ଖଟି କରୁଥିଲେ। ଏପରିକି ସେଠାରୁ ଅପରାଧ କରିବାକୁ ଯୋଜନା କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ସୂଚନାନୁସାରେ, ଗତ ୧୮ ତାରିଖ ସକାଳେ ବରମୁଣ୍ଡା ଅଞ୍ଚଳର ନବଘନ ନାକାଗେଟ୍ ପଟୁ ଖଣ୍ଡଗିରି ଅଭିମୁଖେ ଯାଉଥିବା ସମୟରେ ଅଭିଯୁକ୍ତ ବାବିନା ଓ ତାଙ୍କ ସହଯୋଗୀ ଖଣ୍ଡା ଧରି ଦୁଇଟି ମୋଟରସାଇକେଲରେ ତାଙ୍କର ପିଛା କରିଥିଲେ। ପରେ ନବଘନ ଖଣ୍ଡଗିରି ଛକ ନିକଟ ଏକ ଦୋକାନରେ ଚା’ ପିଉଥିବାବେଳେ ଶଶାଙ୍କ ଶେଖର ଓ ଅନ୍ୟ ଅଭିଯୁକ୍ତମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ନବଘନ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୧୧୭/୨୦୨୩) ରୁଜୁ କରି ବାବିନାଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିଲା।
ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା
ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...
୧୦୨ ହୋମ୍ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା
ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍...
ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…
କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...
ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ
ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...
ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…
ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...
ଚୋରକୁ କାବୁ କରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…
ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...
ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…
ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...
ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା
ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍ ଶନିବାର ଠାରୁ...
Archives


