ଅଭିନୟ ପାଇଁ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଫିଲ୍ମରେ ଅନ୍ତରଙ୍ଗ ମୁହୂର୍ତ୍ତ ଏବଂ ଚୁମ୍ବନ ଦୃଶ୍ୟ କରି ବେଶ୍‌ ହଇଚଇ ସୃଷ୍ଟି କରିଥିବା ଅଭିନେତ୍ରୀ ହେଲେ ମଲ୍ଲିକା ଶେରାଓ୍ବତ୍‌। ୨୦୦୩ରେ ଫିଲ୍ମ ‘ଖ୍ବାହିଶ’ରୁ ସେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମରେ ମଲ୍ଲିକା ୧୭ଟି ଚୁମ୍ବନ ଦୃଶ୍ୟ ଦେଇ ରାତାରାତି ଚର୍ଚ୍ଚିତ ହୋଇଥିଲେ। କେବଳ ବଲିଉଡ୍‌ରେ ନୁହେର୍ଁ, ଅନ୍ତର୍ଜାତୀୟ ଷ୍ଟାର ପାଲଟିଥିବା ମଲ୍ଲିକାଙ୍କୁ ଫିଲ୍ମ ‘ମର୍ଡର’ରୁ ପ୍ରକୃତ ପରିଚୟ ମିଳିଥିଲା। ଆଜି ଅର୍ଥାତ୍‌ ଗୁରୁବାର ହେଉଛି ତାଙ୍କର ଜନ୍ମଦିନ।
ମଲ୍ଲିକାଙ୍କ ପ୍ରକୃତ ନାମ ରୀମା ଲାମ୍ବା। ଫିଲ୍ମକୁ ଆସିବା ପାଇଁ ସେ ନିଜ ନାମ ପରିବର୍ତ୍ତନ କରି ମଲ୍ଲିକା ରଖିଥିଲେ। ହିନ୍ଦୀ ବ୍ୟତୀତ ଇଂଲିଶ ଏବଂ ଚାଇଜିଜ୍‌ ଫିଲ୍ମରେ ମଧ୍ୟ ସେ କାମ କରିସାରିଛନ୍ତି। ଏକଦା ମଲ୍ଲିକାଙ୍କୁ ବଲିଉଡ୍‌ର ସେକ୍ସ ସିମ୍ବଲ ବୋଲି କୁହାଯାଉଥିଲା। ମଲ୍ଲିକା ପ୍ରେମ କାହାଣୀ ସହ ଅନେକ କମେଡି ସିନେମାରେ କାମ କରିସାରିଛନ୍ତି। ‘ପ୍ୟାର୍‌ କେ ସାଇଡ୍‌ ଇଫେକ୍ଟ’, ‘ଆପ୍‌କା ସୁରୁର୍‌’ ଏବଂ ‘ଡବଲ ଧମାଲ’ ପରି ହିଟ୍‌ କମେଡି ସିନେମାରେ ଅଭିନୟ କରିଛନ୍ତି। ହଲିଉଡ୍‌ ବିଷୟରେ କହିଲେ ‘ହିସ୍‌’ ଏବଂ ‘ପଲିଟିକ୍ସ ଅଫ୍‌ ଲଭ୍‌’ ହେଉଛି ତାଙ୍କ ଅଭିନୀତ ଫିଲ୍ମ।
ହରିୟାଣା ରାଜ୍ୟ ହିସାର ଜିଲାର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ ମଲ୍ଲିକା। ପାଠପଢ଼ା ଶେଷ ହେବା ପରେ ସେ ଏୟାର ହୋଷ୍ଟେସ୍‌ ରୂପେ କାମ ଆରମ୍ଭ କରିଥିଲେ। ସେଠାରେ ତାଙ୍କର ପାଇଲଟ କରଣ ସିଂହ ଗିଲଙ୍କ ସହ ସାକ୍ଷାତ୍‌ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିବା ପରେ ପରସ୍ପର ବିବାହ କରିଥିଲେ। ମାତ୍ର ଏହି ବିବାହ ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠିପାରି ନ ଥିଲା। ମାତ୍ର ଏକ ବର୍ଷର ବୈବାହିକ ଜୀବନ ପରେ ମଲ୍ଲିକା କରଣଙ୍କଠାରୁ ଛାଡପତ୍ର ନେଇଥିଲେ। ଫିଲ୍ମରେ କାମ କରିବା ପାଇଁ ମଲ୍ଲିକା ଛାଡପତ୍ର ନେଇଥିବା କୁହାଯାଏ। ତେଣୁ ସେ ହରିୟାଣା ଛାଡି ମୁମ୍ବାଇ ଚାଲି ଆସିଥିଲେ। ତାଙ୍କର ଜଣେ ପୁଅ ମଧ୍ୟ ଥିବା ଚର୍ଚ୍ଚା ହୁଏ। ଫିଲ୍ମରେ ଅଭିନୟ ପୂର୍ବରୁ ମଲ୍ଲିକା ଅମିତାଭ ବଚ୍ଚନ ଏବଂ ଶାହରୁଖ୍‌ ଖାନ୍‌ଙ୍କ ସହ ବିଜ୍ଞାପନରେ କାମ କରିଛନ୍ତି। ମଲ୍ଲିକାଙ୍କ ଅଭିନୀତ ଫିଲ୍ମ ମର୍ଡର ସୁପରହିଟ୍‌ ହୋଇଥିଲା। ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ରୂପେ ଜି’ ସିନେ ଆଓ୍ବାର୍ଡରେ ସମ୍ମାନିତ କରାଯାଇଥିଲା। ବର୍ତ୍ତମାନ ମଲ୍ଲିକା ବଲିଉଡ୍‌ଠାରୁ ଦୂରେଇ ଯାଇଛନ୍ତି। ବର୍ତ୍ତମାନ ସେ ଜଣେ ଫ୍ରେଞ୍ଚ୍‌ ବ୍ୟବସାୟୀଙ୍କୁ ଡେଟ୍‌ କରୁଥିବା ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ରମେଶ-ଦେବାଶିଷଙ୍କୁ ଭାଜପା ଦେଲା ନୂଆ ଦାୟିତ୍ୱ: ଚାରିଆଡ଼ୁ ଛୁଟୁଛି ଶୁଭେଚ୍ଛା

ପୁରୁଷୋତ୍ତମପୁର,୧୩।୬(ସବିତା ମିଶ୍ର): ଭାରତୀୟ ଜନତାପାର୍ଟି ଗଞ୍ଜାମ ଜିଲାରେ ଦଳକୁ ଶକ୍ତିଶାଳୀ କରିବା ସହ ସଂଗଠନକୁ ଆଗେଇନେବା ଲାଗି ପୁରୁଷୋତ୍ତମପୁର ଦୁଇ ଯୁବନେତାଙ୍କୁ ଗୁରୁଦାଇତ୍ବ ଦେଇଛି। ବଡଖରିଡା ପଞ୍ଚାୟତ…

ପ୍ରକଳ୍ପ ସମୀକ୍ଷା କଲେ ଆଇନ ମନ୍ତ୍ରୀ: ତୁରନ୍ତ ସାରିବାକୁ ନିର୍ଦ୍ଦେଶ

ଛତ୍ରପୁର,୧୩।୬(ଦିଲ୍ଲୀପ ସାମଲ): ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ଗଞ୍ଜାମ ଜିଲା ପ୍ରଭାରୀ ପୃଥୀରାଜ ହରିଚନ୍ଦନ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ…

ମମତାଙ୍କ ପାଇଁ ଆସିଲା ଖୁସି ଖବର! ଦଳରେ ବିଦ୍ରୋହ ଭିତରେ ଏକାଠି ହେଲେ…

କୋଲକାତା,୧୩।୬: ପଶ୍ଚିମବଙ୍ଗ ରାଜନୀତି ଉପରେ ଏବେ ସାରା ଦେଶର ନଜର ରହିଛି। ଏହି ସମୟରେ ତୃଣମୂଳ କଂଗ୍ରେସ (TMC) ଭିତରେ ଗତ କିଛି ଦିନ ହେବ କଳହ…

ମାସକ ଭିତରେ ରାଜ୍ୟର ପ୍ରତିଷ୍ଠାନଗୁଡ଼ିକର ନାମ ସଂଶୋଧନ ହେବ: ରାଜସ୍ୱ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୩।୬: ରାଜ୍ୟର ବିଭିନ୍ନ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ସଂସ୍ଥାଗୁଡ଼ିକର ନାମରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆସନ୍ତା…

ରାଜ୍ୟବାସୀଙ୍କୁ ବଡ଼ ଝଟ୍‌କା, ଜୁନ ମାସ ଶେଷକୁ ବଢ଼ିକି ଆସିବ ବିଜୁଳି ବିଲ୍‌!

ନୂଆଦିଲ୍‌ଲୀ,୧୩।୬: ଗ୍ରାହକମାନଙ୍କୁ ଖୁବଶୀଘ୍ର ମହଙ୍ଗା ବିଜୁଳିର ଝଟକା ଲାଗିପାରେ। କାରଣ ପଶ୍ଚିମ ଏସିଆରେ ଜାରି ରହିଥିବା ଭୂ-ରାଜନୈତିକ ସଙ୍କଟ ଏବଂ ଯୁଦ୍ଧର ସିଧାସଳଖ ପ୍ରଭାବ ବିଦ୍ୟୁତ ଉତ୍ପାଦନ…

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ନେତାନ୍ୟାହୁଙ୍କୁ ଫୋନ କରି ବଡ଼ କଥା କହିଲେ ଟ୍ରମ୍ପ, ଇରାନ ସହିତ ଚୁକ୍ତି ଉପରେ କହିଲେ…

ଓ୍ବାଶିଂଟନ,୧୩।୬: ଏକ ଆକ୍ସିଓସ ରିପୋର୍ଟରେ ଦାବି କରାଯାଇଛି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଏକ କଥାବାର୍ତ୍ତା ସମୟରେ କହିଥିଲେ ଯେ…

ଟ୍ରମ୍ପ କହୁଛନ୍ତି ଇରାନ ଯୁଦ୍ଧ ଶେଷ , ଶୀଘ୍ର ହେବ ଚୁକ୍ତିନାମା; ତେହରାନ କହୁଛି ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନାହିଁ

ତେହରାନ,୧୩।୬: ଗତ ତିନି ମାସ ଧରି ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦାବି କରିଛନ୍ତି ଯେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri