ଅଭିନେତା ହେବା ଭାଗ୍ୟରେ ଥିଲା

ଦେବଦତ୍ତ ମହାନ୍ତି! ଏହା ତାଙ୍କର ଅସଲ ନାମ। ମାତ୍ର ସମସ୍ତେ ତାଙ୍କୁ ଜାଣନ୍ତି ‘ଶଙ୍ଖାଳି’ ଭାବରେ। ଓଡ଼ିଆ ଯାତ୍ରାଜଗତର ସେ ଜଣେ ଆଗଧାଡ଼ିର ଅଭିନେତା। ତାଙ୍କ ଅଭିନୟର ଏକ ସବୁଠୁ ଉତ୍ତମ ଦିଗ ହେଉଛି ତାଙ୍କର ସୁସ୍ପଷ୍ଟ ସଂଳାପ ଉଚ୍ଚାରଣ। ଆଉ ଏଥିପାଇଁ ସେ ଦର୍ଶକଙ୍କର ଭାରି ପ୍ରିୟ। ଜଗତ୍‌ସିଂହପୁର ନାଉଗଁା ବ୍ଲକ୍‌ ଅନ୍ତର୍ଗତ ନୂଆଗଁା ଗ୍ରାମର ଦୁର୍ଗାଚରଣ ମହାନ୍ତି ଓ ମନୋରମା ମହାନ୍ତିଙ୍କ କୋଳରେ ଜନ୍ମ ହୋଇଥିବା ଏହି ଅଭିନେତା କଲେଜରେ ପଢ଼ିବା ବେଳେ କେତୋଟି ଡ୍ରାମାରେ ଅଭିନୟ କରିଥିଲେ ସତ। ତେବେ ସେ ଯେ ଦିନେ ଜଣେ ପେସାଦାର ଅଭିନେତା ହେବେ ଏକଥା ଭାବି ନ ଥିଲେ। ମାତ୍ର ସମୟ ତାଙ୍କୁ ଆଣି ଏମିତି ଏକ ମୋଡ଼ରେ ଠିଆ କରେଇଦେଲା ଯେ, ସେ ଆଜି କୋଟିକୋଟି ଦର୍ଶକଙ୍କର ପ୍ରିୟ ନାୟକ ଶଙ୍ଖାଳି ଓରଫ ଦେବଦତ୍ତ ମହାନ୍ତି। ୧୯୯୧ରେ ସେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ରେ ଜଏନ କରିଥିଲେ। ତାଙ୍କର ରିକ୍ରୁଇଟ୍‌ ନମ୍ବର ଥିଲା ୯୧୩୨୬୬୫୭୬। ମାତ୍ର ଈଶ୍ୱର ଚାହୁଁଥିଲେ ସେ ଅଭିନେତା ହୁଅନ୍ତୁ। ତା’ହେଲେ କେମିତି ସେ ସେଠାରେ ରହିପାରିଥାନ୍ତେ? ବ୍ରେନ୍‌ ଫିଭରରେ ପଡ଼ିଲେ। ସିଆର୍‌ପିଏଫ୍‌ରୁ ଓହରି ଆସିଲେ। ଏହାପରେ ହୋଟେଲ ମ୍ୟାନେଜମେଣ୍ଟ କୋର୍ସ କରି ଚାଲିଗଲେ ମୁମ୍ବାଇ। ଜବ୍‌ କଲେ। ଏମିତିକି ବିଦେଶ ଯିବା ପାଇଁ ତାଙ୍କୁ ଅଫର ଆସିଥିଲା। ଭିସା, ପାସ୍‌ପୋର୍ଟ ବି ରେଡି ହୋଇ ସାରିଥିଲା। ମାତ୍ର ତାଙ୍କର ପରା ଅଭିନେତା ହେବାର ଅଛି। ସେତିକିବେଳେ ତାଙ୍କ ଜୀବନର ସବୁଠୁ ବଡ଼ ଦୁର୍ଘଟଣା ଘଟିଲା। ଆଉ ତାହା ଥିଲା ମା’ଙ୍କ ଦେହାନ୍ତ। ଫେରିଆସିଲେ ଘରକୁ। ଏହା ୧୯୯୯ ମସିହା ସୁପର ସାଇକ୍ଲୋନ୍‌ ବର୍ଷର କଥା। ବାପା ରିଟାୟାର କରି ସାରିଥାନ୍ତି। ଘରର ସେ ସାନପୁଅ। ଆଉ ଫେରି ପାରିଲେନି ମୁମ୍ବାଇ। ମା’ଙ୍କର ଅଭାବ ତାଙ୍କ ଭିତରେ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି କରୁଥାଏ। ପୁଣି ଜଣେ ପାଠ ପଢୁଆ ପିଲା ହୋଇ ଚାକିରି ନ କରି ଗଁାରେ ରହିଥିବାରୁ ତାଙ୍କୁ ନାନାଦି କଥା ଶୁଣିବାକୁ ପଡୁଥାଏ। ସେ ଏକ ପ୍ରକାର ନୈରାଶ୍ୟ ମଧ୍ୟ ଦେଇ ଗତି କରୁଥାନ୍ତି। ସବୁବେଳେ ଭାବୁଥାନ୍ତି, କେମିତି କ’ଣ କରି କିଛିଦିନ ଗଁାଠୁ ଦୂରେଇଯିବେ। ଘରୁ ଦୂରେଇଯିବେ। ସେତିକିବେଳେ ନାଉଗଁାରେ ଯାତ୍ରା କରୁଥାଏ ବୀଣାପାଣି କଳାକୁଞ୍ଜ ତାରାପୁର ଅପେରା। ତାହାର ସ୍ବତ୍ୱାଧିକାରିଣୀ ଥାଆନ୍ତି ମନୋରମା ଦେବୀ। ସେ ତାଙ୍କୁ ଯାତ୍ରାକୁ ଆସିବେ କି ବୋଲି ପଚାରିଲେ ତ ହଁ ମାରିଦେଲେ ଶଙ୍ଖାଳି। ୨୦୦୦, ଜୁନ୍‌ ୨୦ରେ ଯାଇ ପହଞ୍ଚତ୍ଲେ ତାରାପୁର କାର୍ଯ୍ୟାଳୟରେ। ସାମୟିକ ଇଣ୍ଟରଭ୍ୟୁ ପରେ ମନୋରମା ଦେବୀ ଜାଣିଗଲେ ତାଙ୍କ ଭିତରର ପ୍ରତିଭାକୁ। ବାସ୍‌, ସେଇଠି ଆରମ୍ଭ ହେଲା ତାଙ୍କର ପେସାଦାର କଳାକାର ଜୀବନ। ପ୍ରଥମ ନାଟକ ଥିଲା ବିଚିତ୍ରାନନ୍ଦ ସାହୁଙ୍କ ‘ମନୋରମା କଥା ମନେ ରଖିଥା’। ସେବେଠୁ ଆଉ ପଛକୁ ଫେରି ଚାହିଁନାହାନ୍ତି ଶଙ୍ଖାଳି। ତ୍ରିରଙ୍ଗା, ପୃଥିବୀ, ଓମ୍‌ଶ୍ରୀ, ତୁଳସୀ ଆଦି ଅନୁଷ୍ଠାନରେ ସଫଳତାର ସହ ପ୍ରତିଭା ପ୍ରଦର୍ଶନ କରି ଆସି ଏବେ ଆସି ପହଞ୍ଚତ୍ଛନ୍ତି ଯାତ୍ରାଶ୍ରୀ ବିଶ୍ୱ ଦରବାରରେ। ତାଙ୍କ ସଫଳ ନାଟକଗୁଡ଼ିକ ମଧ୍ୟରେ ରହିଛି ମନ କଲିକତା ଦେହ ଓଡ଼ିଶା, ନାଲି ସ୍ବେଟର ନେପାଳି ଝିଅ, ତୋ ମୁହଁ ଆଉ ଚାହିଁବି ନାହିଁ, ଓଢ଼ଣି ଖୋଲିବୁ ଧୀରେଧୀରେ, କିଏ ଜାଣିଥିଲା ଏମିତି ହେବ, ଭୁବନେଶ୍ୱର ଜିନ୍ଦାବାଦ, କୋଟିଏ ଝିଅରେ ଗୋଟିଏ ତୁ, ସିନ୍ଦୂର ତତେ ନମସ୍କାର, ବଡ଼ଘର ବଡ଼ ଗୁମର କଥା, ଦିଅଁ ପୂଜିବାକୁ ଦେଉଳ ମନା ଏବଂ ଆହୁରି ଅନେକ। ଚଳିତବର୍ଷ ବିଶ୍ୱ ଦରବାରରେ ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି ଭଲ ପାଇବାକୁ ଭୟ ଲାଗୁଛି, ଗୁପ୍ତ ସମ୍ପର୍କ, ବର୍ଷା ରାତିର ସାଥୀ, ତମ କଥା ଭାରି ମନେପଡୁଛି ଏବଂ ଚଉଠିରାତିର ଚଉଦ କଥା।


Enter your email to get our daily news in your inbox.

All Right Reserved By Dharitri.Com

ଭ୍ୟାଲେଣ୍ଟାଇନ୍‌ ଡେ’ର ଦିନକ ପୂର୍ବରୁ ଏକା ହୋଇଗଲେ ହ୍ରିତିକ୍‌! ସବାଙ୍କ ସହ ବ୍ରେକ୍‌ଅପ୍‌ ନେଇ…

ମୁମ୍ବାଇ: ବଲିଉଡର ‘ଗ୍ରୀକ ଗଡ୍‌’ ହ୍ରିତିକ ରୋଶନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଏହା ପଛରେ ରହିଛି ତାଙ୍କର ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ।…

ରଣବୀର ସିଂହଙ୍କୁ ହତ୍ୟା ନୁହେଁ, ଏମିତି ଧମକ ଦେଲେ ବିଷ୍ନୋଇ ଗ୍ୟାଙ୍ଗ, କହିଲେ..

ମୁମ୍ବାଇ,୧୩।୨: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ପରେ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବଲିଉଡ ଅଭିନେତା ରଣବୀର ସିଂହ ଏବଂ ରୋହିତ ଶେଟ୍ଟୀଙ୍କୁ ଏକ…

ଚମତ୍କାର ଅଭିନୟ ପରେ MBBS ଡିଗ୍ରୀ ହାସଲ କଲେ ଏହି ଅଭିନେତ୍ରୀ: ଚାରିଆଡ଼ୁ ପ୍ରଶଂସା

‘ପୁଷ୍ପା-୨’ର ଆଇଟମ ଗୀତଟି ବହୁତ ହିଟ ହୋଇଥିଲା। ଏଥିରେ ଅଭିନୟ କରିଥିବା ନାୟିକା ରାତାରାତି ନ୍ୟାଶନାଲ କ୍ରଶ୍‌ ପାଲଟିଯାଇଥିଲେ। ଏହି ସୁନ୍ଦରୀ ଆଉ କେହି ନୁହଁନ୍ତି, ସେ…

ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀଙ୍କ ବଡ଼ ଖୁଲାସା, ଜୋରଜବରଦସ୍ତ ଗର୍ଭପାତ…

ନୂଆଦିଲ୍ଲୀ,୧୨ା୨: ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ଗାୟକ ଉଦିତ ନାରାୟଣ ପୁଣି ଥରେ ବିବାଦରେ ଫସିଛନ୍ତି । ତାଙ୍କ ପ୍ରଥମ ପତ୍ନୀ ରଞ୍ଜନା ବିହାରର ସୁପୌଲ ଜିଲାର ମହିଳା…

ନାଣ୍ଡୁ ବାବୁ-ସାଇ ବିବାଦରେ ପୂର୍ଣ୍ଣଛେଦ: ମା’ବାପାଙ୍କ ଉପସ୍ଥିତରେ…

ଭୁବନେଶ୍ୱର,୧୨ା୨ (ସୌମ୍ୟରଞ୍ଜନ ରାଉତ):ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍‌ ନାଣ୍ଡୁ ବାବୁ ଓ ଯାତ୍ରା ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି।…

ରାଜପାଲ ଯାଦବଙ୍କୁ ସହାୟତାର ହାତ ବଢ଼ାଇଲେ ସଲମାନ ଓ ଅଜୟ, ଗୁରୁବାର ଜାମିନ ଶୁଣାଣି

ମୁମ୍ବାଇ,୧୧।୨: ବିଷଣ ଆର୍ଥିକ ସଂକଟରେ ଫସିଥିବା ରାଜପାଲ ଯାଦବଙ୍କୁ ସହଯୋଗ ପାଇଁ ଆଗେଇ ଆସିଛି ବଲିଉଡ। ଚେକ୍-ବାଉନ୍ସ ମାମଲାରେ ୬ ମାସର ଜେଲ ଦଣ୍ଡାଦେଶ ପରେ ଗତ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri