ଅବ୍ୟବସ୍ଥିତ ବ୍ୟାଙ୍କସେବା ପାଇଁ ସୁଫଳ ଦେଉନି ‘କାଳିଆ’

ବୈପାରୀଗୁଡ଼ା,୧୭।୧(ଡି.ଏନ୍‌.ଏ.) – ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା କରିଥିବା ବେଳେ କେନ୍ଦ୍ର ସରକାର ପିଏମ୍‌ କିଷାନ ଯୋଜନା କରିଛନ୍ତି। କିନ୍ତୁ ଏହି ଦୁଇଟି ଯୋଜନାର ଲାଭ ଚାଷୀ ପାଇପାରୁ ନାହାନ୍ତି। ଯୋଜନା ଓ ସଫଳତା ଭିତରେ ବାଧକ ସାଜିଛି ଅବ୍ୟବସ୍ଥିତ ବ୍ୟାଙ୍କସେବା। ବୈପାରୀଗୁଡ଼ା ବ୍ଲକର ଚାଷୀ ଏଭଳି ସମସ୍ୟା ଭୋଗୁଥିବା ଅଭିଯୋଗ ବାଢ଼ିଛନ୍ତି।
ବୈପାରୀଗୁଡ଼ା ବ୍ଲକ ସଦରରେ ୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ ଓ ଷ୍ଟେଟ୍‌ ବ୍ୟାଙ୍କ ଅଫ ଇଣ୍ଡିଆ ରହିଛି। ଓଭରସିଜ୍‌ ବ୍ୟାଙ୍କ ଶାଖା ପୁରୁଣା ହୋଇଥିବାରୁ ବହୁ ସରକାରୀ ଯୋଜନାରେ ସଂପୃକ୍ତ ହିତାଧିକାରୀଙ୍କ ଜମାଖାତା ଏଠାରେ ରହିଛି। କାଳିଆ ଯୋଜନା, ଆବାସ ଯୋଜନା, ପି.ଏମ୍‌. କିଷାନ ଯୋଜନା, କେନ୍ଦୁପତ୍ର ତୋଳାଳିଙ୍କ ପାଉଣା, ମଣ୍ଡିରେ ଧାନବିକା ଅର୍ଥ ଜମାଖାତାକୁ ଆସେ। କିନ୍ତୁ ବ୍ୟାଙ୍କ ପରିଚାଳନାରେ ଅବ୍ୟବସ୍ଥା ଯୋଗୁ ଯୋଜନାର ସୁଫଳ ହିତାଧିକାରୀ ପାଇପାରୁ ନାହାନ୍ତି। ବ୍ୟାଙ୍କରେ କାମ ବୋଝ ବଢୁଥିବା ବେଳେ ଆବଶ୍ୟକ କର୍ମଚାରୀ ନ ଥିବା କାରଣରୁ ହିତାଧିକାରୀ ବ୍ୟାଙ୍କ ଗଲେ ସେମାନଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହେଉଛଇ। ଜମାଖାତାରେ କାରବାର ଓ ବ୍ୟାଙ୍କ ବାଲାନ୍ସ ତଥ୍ୟ ଦେବାକୁ ମନା କରାଯାଉଛି। ବର୍ତ୍ତମାନ କାଳିଆ ଯୋଜନାରେ ଅନଲାଇନ୍‌ ଗ୍ରିଭେନ୍ସ ପାଇଁ ଅପଡେଟ୍‌ ପାଶବୁକ୍‌ କପି ଦାଖଲ କରିବାକୁ ପଡୁଛି। କିନ୍ତୁ ଖାତା ଅପଡେଟ୍‌ କରିବାକୁ ଯାଉଥିବା ଜମାକାରୀଙ୍କୁ ପ୍ରିଣ୍ଟର ଅଚଳ କହି ଫେରାଇ ଦିଆଯାଉଛି। ଏଠାରୁ ୨୨ କିମି ଦୂର ଜୟପୁର ବ୍ରାଞ୍ଚକୁ ଯାଇ କରିବାକୁ କୁହାଯାଉଛି। ନିରକ୍ଷରତା ହେତୁ ଅନେକ ସମୟରେ ଗରିବ ଓ ଆଦିବାସୀ ହିତାଧିକାରୀ ଟଙ୍କା ଉଠାଇବା ବେଳେ ଅନ୍ୟମାନଙ୍କ ସାହାରା ନିଅନ୍ତି। ସେହି ସୁଯୋଗରେ ଅନେକ ଦଲାଲ ସେମାନଙ୍କ ଖାତାରୁ ଟଙ୍କା ହଡ଼ପ କରୁଛନ୍ତି। ଯେଉଁ ଜମାକାରୀ ଟଙ୍କା ଉଠାଇବା ଫର୍ମରେ ଟିପଚିହ୍ନ ଦେଉଛନ୍ତି, ସେମାନଙ୍କୁ ବାହାରେ ବାୟୋମେଟ୍ରିକ ମେଶିନ ଦ୍ୱାରା ଆଧାର କାର୍ଡ ନମ୍ବରରେ ଅର୍ଥ ଉଠାଇବାକୁ କୁହାଯାଉଛି। ବାହାରେ ଅର୍ଥ ଉଠାଣରେ ହଜାରକୁ ୬ ଟଙ୍କା କମିସନ ଦେବାକୁ ପଡୁଛି।
ଗତ ସୋମବାରର ଘଟଣା। ବୈପାରୀଗୁଡ଼ା ବ୍ଲକ ମାଝିଗୁଡ଼ା ପଞ୍ଚାୟତ ଭାଟିପଡ଼ା ଗ୍ରାମର କାଳିଆ ଯୋଜନା ହିତାଧିକାରୀ ଦୈତାରୀ ଗାଦବା ଓ ଗୋରା ଗାଦବା ନିଜ ଖାତାରେ କେତେ ଟଙ୍କା ଅଛି ଜାଣିବା ପାଇଁ ବ୍ୟାଙ୍କ ଯାଇଥିଲେ। ଜଣେ କର୍ମଚାରୀ ବିନା ଯାଞ୍ଚରେ ପ୍ରିଣ୍ଟର ଖରାପ ଥିବା ଆଳ ଦେଖାଇ ଖାତା ଅପଡେଟ୍‌ କରିବାକୁ ଜୟପୁର ଯିବା ପାଇଁ କହିଥିଲେ। ନେଟ୍‌ରେ ଯାଞ୍ଚ କରିବା ବେଳେ ଦୈତାରୀଙ୍କ ଖାତାରେ ଗତ ବର୍ଷ ଫେବୃଆରୀ ୨୧ରେ ପ୍ରଥମ କିସ୍ତି ଓ ନଭେମ୍ବର ୬ରେ ଦ୍ବିତୀୟ କିସ୍ତିରେ ମୋଟ ୧୦ ହଜାର ଟଙ୍କା ଆସିଥିବା ଜଣାପଡ଼ିଥିଲା। କାଳିଆ ଟଙ୍କାରେ ଛେଳି କିଣି ଗୁଜୁରାଣ ଚଳାଇବାକୁ ଆଶା ରଖିଥିବା ଦୈତାରୀ ବ୍ୟାଙ୍କକୁ ବାରମ୍ବାର ଆସି ନିରାଶ ହେଉଥିବା କହିଛନ୍ତି। ବାଲିଗଁା ପଞ୍ଚାୟତ ସିନ୍ଧିଗଁାର ଗୁରୁ ଗୌଡ଼ ଗତ ବର୍ଷ କାଳିଆ ଯୋଜନାରେ ଆବେଦନ କରିଥିଲେ। ଗତ ନଭେମ୍ବର ୭ରେ ତାଙ୍କୁ ପ୍ରଥମ କିସ୍ତି ସହାୟତା ମିଳିଥିବା ନେଟ୍‌ରେ ଯାଞ୍ଚ ବେଳେ ଜଣାପଡ଼ିଛି। କିନ୍ତୁ ବ୍ୟାଙ୍କ ଗଲେ ଟଙ୍କା ନ ଥିବା କହି ଫେରାଇ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଓଭରସିଜ୍‌ ବ୍ୟାଙ୍କ ଶାଖା ପରିଚାଳକଙ୍କ ସହ ଯୋଗାଯୋଗ କରିବାରୁ ୩ ମାସ ହେବ ଜମାକାରୀଙ୍କ ପାଇଁ ଥିବା ପ୍ରିଣ୍ଟର ଖରାପ ଥିବା କଥା ସେ ସ୍ବୀକାର କରିଥିଲେ। ବ୍ୟାଙ୍କରେ ଅନ୍ୟ ଏକ ପ୍ରିଣ୍ଟର ଥିଲେ ବି କର୍ମଚାରୀ ଅଭାବରୁ ତାହା ଅପରେଟ ହୋଇପାରୁ ନ ଥିବା ସେ କହିଛନ୍ତି। ସ୍ଥାନୀୟ କୃଷି ଅଧିକାରୀ ନନ୍ଦୁ ଜାନି କହିଛନ୍ତି, ତାଙ୍କ ନିକଟରେ ଏପରି ଅଭିଯୋଗ ରହିଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ବାରମ୍ବାର କହିବା ସତ୍ତ୍ବେ ଅବସ୍ଥା ସୁଧୁରୁନି।
ଉଲ୍ଲେଖଯୋଗ୍ୟ, ଚଳିତ ମାସ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ବେଳେ ବ୍ୟାଙ୍କର ସମସ୍ୟା ଅଭିଯୋଗ ହୋଇଥିଲା। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଡିଓ ରଜନୀକାନ୍ତ ଦାସ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଡାକି ତାଗିଦ୍‌ କରିଥିଲେ। କିନ୍ତୁ ଏଯାବତ୍‌ ଅବସ୍ଥାରେ କୌଣସି ସୁଧାର ଆସିନାହିଁ। ଅନ୍ୟପକ୍ଷରେ ଖାତା ଅପଡେଟଡ୍‌ ନ ହେବା କାରଣରୁ କାଳିଆ ଯୋଜନାରେ ଆବେଦନ କରୁଥିବା ବହୁ ଚାଷୀ ବାଦ୍‌ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri