ଅବ୍ୟବସ୍ଥାରେ ଚାଲିଛି ଖଜୁରିମୁଣ୍ଡି ପ୍ରାଥମିକ ବିଦ୍ୟାଳୟ: ୩୮୦ ଜଣ ବିଦ୍ୟାର୍ଥୀଙ୍କୁ ୬ ଶିକ୍ଷୟିତ୍ରୀଶିକ୍ଷକ, ୪ ବର୍ଷ ହେଲା ଆକାଉଣ୍ଟାଣ୍ଟ ପଦବୀ ଖାଲି

କେନ୍ଦୁଝର, ୨୧ା୫(ସ୍ବ.ପ୍ର.)-ବାଂଶପାଳ ଭଳି ଆଦିବାସୀ ଅଧ୍ୟୁଷିତ ବ୍ଲକରେ ଶିକ୍ଷାର ଆଲୋକ ଶିଖା ଜାଳିବା ପାଇଁ ୧୯୭୨ ମସିହାରେ ଖଜୁରିମୁଣ୍ଡିଠାରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ପରେ ଏହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରୂପାନ୍ତରିତ ହୋଇଥିଲା। ବାଳିକା ଶିକ୍ଷାର ପ୍ରୋତ୍ସାହନ ପାଇଁ ଏହି ବିଦ୍ୟାଳୟରେ ଗୋଟିଏ ୧୦୦ସିଟ ଥିବା କସ୍ତୁରବା ବାଳିକା ଛାତ୍ରୀନିବାସ ରହିଥିଲେ ହେଁ ଉପଯୁକ୍ତ ବ୍ୟବସ୍ଥା ଅଭାବରୁ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ଜଣେ କନିଷ୍ଠ ଶିକ୍ଷୟିତ୍ରୀ ଡେପୁଟେଶନରେ ଘଷିପୁରା ବ୍ଲକକୁ ଯାଇଥିବାରୁ ଏଠାରେ ପାଠପଢା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି ା
କସ୍ତୁରବା ଗାନ୍ଧୀ ଛାତ୍ରୀନିବାସ ପାଇଁ ବର୍ଷକୁ ୨୫ ଲକ୍ଷ ଟଙ୍କାର ଅନୁଦାନ ଆସୁଥିଲେ ହେଁ ଉପଯୁକ୍ତ ତଦାରଖ ଅଭାବରୁ ଛାତ୍ରୀମାନେ ଉପଯୁକ୍ତ ସୁବିଧା ପାଇପାରୁ ନ ଥିବା ବେଳେ ସେମାନଙ୍କ ପାଇଁ ଆସୁଥିବା ଅର୍ଥ ହେରଫେର ହେଉଥିବା ଅଭିଯୋଗ ହୋଇଛି। ଏହି ଛାତ୍ରୀନିବାସରେ ବିଦ୍ୟାଳୟ ସମୟ ବ୍ୟତୀତ ଅନ୍ୟ ସମୟରେ କୋଚିଂ ବ୍ୟବସ୍ଥା ଥିଲେ ହେଁ ସାମୟିକ ଶିକ୍ଷକ ଅଭାବରୁ କୋଚିଂ ବାଧାପ୍ରାପ୍ତ ହେଉଛି। ଅର୍ଥର ଅଭାବ ନ ଥିଲେ ହେଁ ଏହି ଛାତ୍ରୀନିବାସରେ ଗୋଟିଏ ରୋଷେୟା, ଗୋଟିଏ ପିଅନ ଏବଂ ଗୋଟିଏ ଆକାଉଣ୍ଟାଣ୍ଟ (ହିସାବ ରକ୍ଷକ) ପଦବୀ ବହୁ ବର୍ଷ ହେଲା ଖାଲି ପଡିଥିବାରୁ ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଉଛି ା ହିସାବ ରକ୍ଷକ ପଦବୀ ଖାଲି ପଡିଥିବା ବେଳେ ଅନ୍ୟ ସ୍କୁଲର ଜଣେ ଶିକ୍ଷକଙ୍କୁ ବେସରକାରୀ ଭାବେ ନିୟାଜିତ କରାଯାଉଥିବା ଅଭିଯୋଗ ହେଉଛି ା ସର୍ବଶିକ୍ଷା ଅଭିଯାନ କାହା ଚାପରେ କସ୍ତୁରବା ଗାନ୍ଧୀ ଛାତ୍ରୀନିବାସ ପାଇଁ ଖାଲି ପଡିଥିବା ହଷ୍ଟେଲ କର୍ମଚାରୀଙ୍କ ପାଇଁ ବିଜ୍ଞାପନ କରୁନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ। ତେବେ ବିଦ୍ୟାଳୟକୁ ଭୋକେଶନାଲ ଶିକ୍ଷା ପାଇଁ ଗତ ୪ବର୍ଷରେ ଆସିଥିବା ଦକ୍ଷତା ବିକାଶ, ଅନୁପୂରକ ପଠନ ସାମଗ୍ରୀ, ଔଷଧ ଖର୍ଚ୍ଚର ସ୍ବତନ୍ତ୍ର ଅଡିଟ ସହ ଖାଲିଥିବା ସାମୟିକ ଶିକ୍ଷକ, ରୋଷେୟା ଏବଂ ଅନ୍ୟ କର୍ମଚାରୀ ପଦବୀ ତୁରନ୍ତ ପୂରଣ କରିବାକୁ ଦାବି ହୋଇଛି। ଏହା ଛଡା ଅନ୍ୟଟି ୧୧୦ ସିଟ ଥିବା ଆଦିବାସୀ ଛାତ୍ରୀନିବାସ କାର୍ଯ୍ୟ କରୁଛି। ଦୁଇଟି ଛାତ୍ରୀନିବାସରେ ମୋଟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ୩୮୦। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଟି ସର୍ବଶିକ୍ଷା ଅଧୀନରେ ଥିବାବେଳେ ୧୧୦ଜଣିଆ ଆଦିବାସୀ ଛାତ୍ରୀନିବାସଟି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ। ବିଦ୍ୟାଳୟରେ ଅନ୍ତେବାସୀ ଅନେକ ସମସ୍ୟାରେ ରହୁଥିଲେ ମଧ୍ୟ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ନଜର ନ ପଡିବା ଦୁର୍ଭାଗ୍ୟର ବିଷୟ। ବିଦ୍ୟାଳୟରେ ୨୧୦ଜଣ ଛାତ୍ରୀ ଅନ୍ତେବାସୀ ଭାବେ ରହିଥିଲେ ମଧ୍ୟ ସେମାନଙ୍କ ପାଇଁ ମାତ୍ର ଗୋଟିଏ ନଳକୂପ ଓ ଗୋଟିଏ ବୋରୱେଲ ରହିଛି। ଛାତ୍ରୀମାନେ ଗାଧୋଇବା ଓ ପିଇବା ପାଇଁ ହଇରାଣ ହେଉଛନ୍ତି। ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୩୮୦ଜଣ ଛାତ୍ରୀଛାତ୍ର ପଢୁଥିଲେ ମଧ୍ୟ ଏଠାରେ ମାତ୍ର ୬ଜଣ ଶିକ୍ଷୟିତ୍ରୀ କାର୍ଯ୍ୟରତ। ଏ ନେଇ ବାଳିକା ସଂଯୋଜିକା ସର୍ବଶିକ୍ଷା ଅଭିଯାନ ଅନୁପମା ରାଉତ କହିଛନ୍ତିି ଯେ, ନିର୍ବାଚନ ପରେ ଖାଲି ଥିବା ପଦବୀ ପୂରଣ କରାଯିବ ା ହଷ୍ଟେଲ ପରିଚାଳନାରେ କୌଣସି ସମସ୍ୟା ନାହିଁ ା ଅନ୍ୟ ପକ୍ଷରେ ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସହ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri