ଅବ୍ୟବସ୍ଥାରେ କ୍ୱାରାଣ୍ଟାଇନ ସେଣ୍ଟର

ବାଲିଆ, ୧।୪:  କରୋନା ମହାମାରୀ ପାଇଁ ପଞ୍ଚାୟତସ୍ତରରେ କ୍ୱାରାଣ୍ଟାଇନ୍‌ ସେଣ୍ଟର କରିବାକୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି। ବିରିଡି ବ୍ଲକର ବିଭିନ୍ନ ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି। ପଞ୍ଚାୟତର ଯେ କୌଣସି ବିଦ୍ୟାଳୟରେ ଏହି ସେଣ୍ଟର କରାଯାଇପାରିବ। ବ୍ଲକ ପ୍ରଶାସନ ବା ସମ୍ପୃକ୍ତ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ସମେତ ସହକାରୀ ଯନ୍ତ୍ରୀ, ବିଡିଓଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ସରପଞ୍ଚ କ୍ୱରାଣ୍ଟାଇନ ସେଣ୍ଟର କରିବେ। ଏବଂ ସଂଦିଗ୍ଧ ରୋଗୀମାନଙ୍କୁ ସେଠାରେ ସଂଗରୋଧ ଭାବେ ରଖାଯାଇ ଆବଶ୍ୟକ ଚିକିତ୍ସା, ଖାଦ୍ୟ ଯୋଗାଇଦିଆଯିବ। ପ୍ରଥମେ ଉକ୍ତ ସ୍କୁଲକୁ ରଙ୍ଗ କରାଯାଇ ସ୍ବଚ୍ଛ କରିବା ସହ ଅତିକମ୍‌ରେ ୧୦ ବେଡ୍‌ ପଡିବ ଏବଂ ଖଟ ଉପରେ ପଡ଼ିଥିବା ଗଦି ବା ବେଡସିଟ ଓ ତକିଆ ନୁଆ ହୋଇଥିବା ଦରକାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ମାତ୍ର ବିରିଡି ବ୍ଲକରେ କେତେକ ପଞ୍ଚାୟତରେ କରାଯାଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ଘୋର ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହୋଇଛି। ଅଳ୍ପ କେତେକ ପଞ୍ଚାୟତକୁ ଛାଡି ଦେଲେ ବ୍ଲକର କେତେକ ପଞ୍ଚାୟତରେ ଏ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନ ସେଣ୍ଟର ଆରମ୍ଭ ହୋଇପାରିନାହିଁ। ଆଉ କେତେକ ପଞ୍ଚାୟତରେ ଅବଶ୍ୟକ ବେଡ୍‌ ପକା ଯାଇ ନଥିବା ମଧ୍ୟ ଦେଖିବାକୁ ମିଳିଛି। ଅନ୍ୟପଟେ କେତେକ ସେଣ୍ଟରରେ ବେଡ ଉପରେ ପୁରୁଣା ବେଡସିଟ୍‌ ପକାଯାଇଥିବା ମଧ୍ୟ ଦେଖାଯାଇଛି। ସେହିପରି ସ୍ବସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ ୨୮୪ ବିଦେଶ ଫେରନ୍ତା ନାମ ପଞ୍ଜୀକୃତ କରିଥିବା ବେଳେ କୌଣସି ଗୋଟିଏ କ୍ୱାରାଣ୍ଟାଇନ ସେଣ୍ଟରରେ ଜଣେ ହେଲେ ରହିଥିବା ଦେଖିବାକୁ ମିଳିନାହିଁ। ତେବେ ଏ ଦିଗରେ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ସୁନା ବନ୍ଧକ ଦେଇ ନେଉଥିଲେ ଋଣ, ସତ ଜଣାପଡିବା ପରେ ହେଲା…

ଦେବଗଡ,୧୭।୭(ଶଶାଙ୍କ ଶେଖର ଝାଙ୍କର): ନକଲି ସୁନା ଅଳଙ୍କାର ବନ୍ଧକ ଦେଇ ଋଣ ଟଙ୍କା ହାତେଇବା ଅଭିଯୋଗରେ ଦେବଗଡ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ…

୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା: ୧୩ ଜିଲାକୁ ରେଡ୍‌-ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୭।୭ (ସୌମ୍ୟରଞ୍ଜନ ରାଉତ)- ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡିଶା ପଶ୍ଚିମବଙ୍ଗଠାରେ ଲଘୁଚାପ ସୃଷ୍ଟି ହୋଇଛି। ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ଠାରୁ…

ପାକିସ୍ତାନ ସେନା ଉପରେ BLAର ବଡ଼ ଆକ୍ରମଣ, ବଲୁଚିସ୍ତାନକୁ ସ୍ୱାଧୀନ ଦେଶ ଘୋଷଣା କରି ଦେଖାଇଲା ଶକ୍ତି!

ଇସଲାମବାଦ,୧୭।୭: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ପାଇଁ ସମସ୍ୟା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ । ଗୋଟିଏ ପଟେ, ପିଓକେରେ…

ମା’ଙ୍କୁ ସୁପାରି ଦେଇ ହତ୍ୟା କଲେ ଝିଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର(ରାଜସ୍ଥାନ), ୧୭।୭:ପିଲାମାନଙ୍କ ଏକ ସୁରକ୍ଷିତ ଭବିଷ୍ୟତ ଗଢ଼ିବା ପାଇଁ ମା’ବାପାମାନେ ଜୀବନରେ ବହୁ ତ୍ୟାଗ କରିଥାନ୍ତି। ନିଜେ କଷ୍ଟ ସହୁଥିଲେ ସୁଦ୍ଧା ପିଲାମାନଙ୍କୁ ଏହାର ଅନୁଭବ ହେବାକୁ…

ଧୂମଧାମରେ ପାଳନ ରଥଯାତ୍ରା ପାଳିତ: ମନମୋହିଲା ରଣପ୍ପା ନୃତ୍ୟ

ଛତ୍ରପୁର,୧୭।୭(ଦିଲ୍ଲୀପ ସାମଲ): ପୁରୀ ସମେତ ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ରଥଯାତ୍ରା ଧୂମଧାମରେ ପାଳନ କରାଯାଇଛି । ଛତ୍ରପୁର ତାଡେପଲ୍ଲୀ…

ଅଲଇଣ୍ଡିଆ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା: ଛତିଶଗଡ଼ରେ ଚମକିବେ ୟୁରୋ ସ୍କୁଲର ଛାତ୍ରୀଛାତ୍ର

ଛତ୍ରପୁର,୧୭।୭(ଦିଲ୍ଲୀପ ସାମଲ): ଛତିଶଗଡରେ ଚମକିବେ ୟୁରୋ ସ୍କୁଲର ଛାତ୍ରୀଛାତ୍ର। ଛତିଶଗଡ଼ ଭିଲାଇଠାରେ ୧୭ ଠାରୁ ୧୯ ତାରିଖ ୩ ଦିନିଆ ସିବିଏସଇ ଅଲଇଣ୍ଡିଆ କ୍ଲଷ୍ଟରସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା…

ଖୋଲା ଆକାଶତଳେ ଛାତ୍ରୀଛାତ୍ରଙ୍କ ମଧ୍ୟାହ୍ନଭୋଜନ: ଅବ୍ୟବସ୍ଥାରେ ସର୍ବପୁରାତନ ପ୍ରାଥମିକ ବିଦ୍ୟାଳୟ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ):ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ, ଛାତ୍ରୀଛାତ୍ରଙ୍କୁ…

କଙ୍ଗୋ ଜଙ୍ଗଲରୁ ମିଳିଲା ନୂଆ ପ୍ରଜାତିର ମାଙ୍କଡ଼, କମଳା ରଙ୍ଗର ଓଠ ସାଙ୍ଗକୁ…

କିନ୍‌ସାସା/ଫ୍ଲୋରିଡା, ୧୭ା୭: ଡେମୋକ୍ରାଟିକ ରିପବ୍ଲିକ ଅଫ୍‌ କଙ୍ଗୋ (ଡି.ଆର୍‌. କଙ୍ଗୋ)ର ଦୁର୍ଗମ ଜଙ୍ଗଲରେ ଗବେଷକମାନେ ସମ୍ପୂର୍ଣ୍ଣ ନୂଆ ପ୍ରଜାତିର ମାଙ୍କଡ଼ ଖୋଜିପାଇଛନ୍ତି। କଳା ରଙ୍ଗର ଚମକଦାର ଲୋମ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri