ନିଆରା ବ୍ୟକ୍ତିତ୍ୱ ପଦ୍ମଲୋଚନ: କଳା, ସଂସ୍କୃତିର ପ୍ରଚାରକରୁ ସେବକ

ସିମୁଳିଆ, ୨୦ା୪(ସନ୍ତୋଷ କୁମାର ନାୟକ)-ଦାସକାଠିଆ ବଜାଇ ଲୋକଙ୍କ ମନୋରଞ୍ଜନ କରୁଥିବା ପଦ୍ମଲୋଚନ ଏଯାଏ ଏହି କଳାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଜରି ଲଗା ପୋଷାକ ପିନ୍ଧି ମଞ୍ଚରେ ଦାସକାଠିଆ ବଜାଇ ସଙ୍ଗୀତ ପରିବେଷଣ କଲା ବେଳେ ସେ ଦର୍ଶକଙ୍କୁ ଆନମନା କରିଦିଅନ୍ତି। ଦାସକାଠିଆ ପରିବେଷଣକରି ସରକାରଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରି ଆସୁଛନ୍ତି। ବାଲେଶ୍ୱର ଓ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନ ବୁଲି ଦୀର୍ଘ ୩୦ବର୍ଷ ଧରି ଏହି କଳା ପାଇଁ ସଂଘର୍ଷ କରିବା ପରେ ଏବେ ପରିଣତ ବୟସରେ ଗୋସେବାକୁ ଜୀବନର ଆଦର୍ଶ ଭାବେ ଆପଣେଇ ନେଇଛନ୍ତି।

ପଦ୍ମଲୋଚନଙ୍କ ଘର ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ। ତାଙ୍କୁ ବୟସ ୬୨ ଛୁଇଁଛି। ଆଗଭଳି ଦାସକାଠିଆ ପରିବେଷଣ କରିବାକୁ ଦୂର ସ୍ଥାନକୁ ଯାଇପାରୁ ନ ଥିବାରୁ ନିଜ ଗଁା ରୁଦ୍ରାଶ୍ରମ ଗୋଶାଳାରେ ନିଜକୁ ଗୋସେବକ ରୂପେ ସମର୍ପିଦେଇ କାର୍ଯ୍ୟ କରୁଛନ୍ତି। ତାଙ୍କ ଘରେ ସ୍ତ୍ରୀ, ବୋହୂ, ପୁଅ ଓ ଅନ୍ୟମାନେ ରହିଛନ୍ତି। ତାଙ୍କ ନିଆରାପଣ ନେଇ ସେ ଗୋଶାଳାକୁ ନିଜ କର୍ମକ୍ଷେତ୍ରରେ ପରିଣତ କରିଛନ୍ତି। ପଦ୍ମଲୋଚନ କହନ୍ତି, ଗୋସେବା କରିବା ଭାରତୀୟ ସଂସ୍କୃତିର ପ୍ରାଚୀନ ପରମ୍ପରା। ବର୍ତ୍ତମାନ ତାଙ୍କ ଗୋଶାଳାରେ ୨୩୦ଟି ଗାଈ ବଳଦ ରହିଛନ୍ତି। ପ୍ରତିଦିନ ସେ ସେମାନଙ୍କୁ ଖାଦ୍ୟପାନୀୟ ଯୋଗାଇ ଆବଶ୍ୟକ ଯତ୍ନ ନେଉଛନ୍ତି। ତାଙ୍କ ଶେଷ ଜୀବନ ଗୋସେବାରେ ଅତିବାହିତ କରିବେ ବୋଲି ପଦ୍ମଲୋଚନ କହିଛନ୍ତି।

ଜଣେ କଳାକାରରୁ ଗୋସେବକ ପାଲଟିଥିବା ପଦ୍ମଲୋଚନଙ୍କ ବେଶଭୂଷା ବେଶ୍‌ ନିଆରା। ସାଧୁସନ୍ନ୍ୟାାସୀଙ୍କ ପରି ସର୍ବଦା ଗେରୁଆ ବସ୍ତ୍ର ପରିଧାନ କରିଥାଆନ୍ତି। ସେ କହନ୍ତି, ତାଙ୍କ ବାପା ଇନ୍ଦ୍ରମଣି ମହାକୁଡ଼ ଘରେ ଅନେକ ପୋଥି ପୁରାଣ ବହି ରଖି ପଢୁଥିଲେ। ପିଲାଦିନୁ ସେ ଏହାଦ୍ୱାରା ପ୍ରଭାବିତ ହୋଇଥିଲେ। ୧୯୭୩ରେ ସେ ସ୍ଥାନୀୟ ଭାରତ ସେବାନିଧି ବିଦ୍ୟାଳୟରୁ ଶିକ୍ଷାଲାଭ କରିବା ପରେ କଟକର ଗୁରୁ କାର୍ତ୍ତିକ ଚନ୍ଦ୍ର ଦାସଙ୍କଠାରୁ ଦାଶକାଠିଆ ଶିକ୍ଷା ଗ୍ରହଣ କରିଥିଲେ। ଦାସକାଠିଆ ପରିବେଷଣ କରି ଆଗରୁ ସେ ମାତ୍ର ୩୦ ଟଙ୍କା ପାଉଥିଲେ। ପରେ ୪ଶହ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଥିଲେ। ଜଣେ ଆଧ୍ୟାମତ୍ିକବାଦୀ ବ୍ୟକ୍ତିତ୍ୱ ଭାବେ ପଦ୍ମଲୋଚନ ବେଶ୍‌ ପରିଚିତ। କଥା କଥାରେ ସେ ଶ୍ଲୋକ ଆବୃତ୍ତିକରି ଭାରତୀୟ ସଂସ୍କୃତି ଓ ଦର୍ଶନର ମହାନତା କହିବସନ୍ତି। ଏଥିଲାଗି ବିଭିନ୍ନ ମଠ, ମନ୍ଦିରରେ ପ୍ରବଚନ ଦେବା ଲାଗି ତାଙ୍କୁ ଡାକରା ମିଳିଥାଏ। ସାଧୁସନ୍ଥଙ୍କ ସହ ମିଶିବା ଓ ମଠ ମନ୍ଦିର ପରିଦର୍ଶନ କରିବାକୁ ସେ ଭଲପାଆନ୍ତି। ବର୍ତ୍ତମାନ ଭଣ୍ଡବାବାମାନେ ସମାଜକୁ ଭୁଲ୍‌ ବାଟ ଦେଖାଉଥିବାରୁ ସେ ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତା, ବାଲି ବ୍ୟବସାୟକୁ କେନ୍ଦ୍ର କରି ଗୁଳିମାଡ଼, ୪ ଅଟକ

ବାଲେଶ୍ୱର,୧୩।୧୨( ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଛି । ପୂର୍ବ ଶତ୍ରୁତା ଓ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ଲୁହା ଜଞ୍ଜିରରେ ଛାତ୍ରଙ୍କ ଗୋଡ଼କୁ ବାନ୍ଧିବା ଘଟଣାରେ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ-ସହକାରୀ ଶିକ୍ଷକ

ନୀଳଗିରି, ୫।୧୨ (ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଳକ ବେଗୁନିଆ ପଞ୍ଚାୟତ ବେଗୁନିଆ ୟୁପି ବିଦ୍ୟାଳୟ ଛାତ୍ରାବାସରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରଙ୍କ...

ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର...

ଶୁକଦେବଙ୍କୁ ମୃତ ଭାବି ନେଇଥିଲେ ଘର ଲୋକେ: ୨୫ ବର୍ଷ ପରେ ଘଟିଲା…

ସିମୁଳିଆ,୧l୧୨(ସନ୍ତୋଷ କୁମାର ନାୟକ): ମୃତ ଘୋଷିତ ବ୍ୟକ୍ତି ଘରକୁ ଫେରନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri