ଅବହେଳିତ ବୈଦ୍ୟନାଥ ପୀଠ: ସୌନ୍ଦର୍ଯ୍ୟ ଅଛି, ବିକାଶ ନାହିଁ

ବଡ଼ସାହି,୧୦-୯:(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାଣତ୍ରୀଠାରେ ବହୁ ପୁରାତନ ପ୍ରସିଦ୍ଧ ଶୈବପୀଠ ବାବା କଖାରୁଆ ବୈଦ୍ୟନାଥ ମନ୍ଦିର ଅବସ୍ଥିତ। ଐତିହ୍ୟପୂର୍ଣ୍ଣ ପ୍ରାକୃତିକ ସୌନ୍ଦଯର୍‌ୟ ଓ ଆଧ୍ୟାମତ୍ିକ ପରିବେଶ ପାଇଁ ଏହି ପୀଠ ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ା ବିଶେଷକରି ମହାଶିବରାତ୍ରି ଓ କାର୍ତ୍ତିକ ପୂର୍ଣ୍ଣିମାରେ ଏଠାରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥାଏ ା ବଡସାହି, ବେତନଟୀ ଓ ବୈଶିଙ୍ଗାଠାରୁ ଯଥାକ୍ରମେ ୧୨ କି.ମି. ଦୂରରେ ଅବସ୍ଥିତ ଏହି ପୀଠର ସୌନ୍ଦର୍ଯ୍ୟତା ଥିବା ବେଳେ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କ ପାଇଁ ଆବଶ୍ୟକ ସୁବିଧା ନ ଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ୨୦୦୭ରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଥିଲେ ମଧ୍ୟ ଉନ୍ନତୀକରଣ ପାଇଁ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଗଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଘଟନ୍ତା ା ପୁରାଣବର୍ଣ୍ଣିତ ବିଭିନ୍ନ ତଥ୍ୟ ସହିତ ଜଡିତ ରାଜରାଜୁଡା ଅମଳରୁ ନିର୍ମାଣ ହୋଇଥିବା ଉତ୍ତର ଓଡ଼ିିଶାର ପ୍ରସିଦ୍ଧ ଶୈବ ପୀଠ ତିନିମାଣ ଜମି ଉପରେ ଅବସ୍ଥିତ। ମନ୍ଦିରକୁ ଲାଗି ରହିଛି ଗଙ୍ଗାହାର ନଦୀର ଅଂଶ ଏକ ଜଳାଶୟ(କୁଣ୍ଡି) ା କଥିତ ଅଛି ଯେ, କୁଣ୍ଡି ସଂଲଗ୍ନ କଖାରୁ ଗଛମୂଳରୁ ଶିବଲିଙ୍ଗ ମିଳିଥିଲା। ୧୪୦୦ଖ୍ରୀଷ୍ଟାବ୍ଦରେ ପଶ୍ଚିମ ଦେଶର ଗଜପତି ବଂଶର ରାଜା ଏଠାରେ ମନ୍ଦିର ନିର୍ମାଣ କରିଥିଲେ ା ଚର୍ତୁପାର୍ଶ୍ୱରେ ଗଡ ପରିକ୍ରମା ବେଢା ସାଙ୍ଗକୁ ଉଚ୍ଚ ନହବତ ବାଦ୍ୟ ଗୃହ ନିର୍ମାଣ ମଧ୍ୟଯୁଗୀୟ ଚିନ୍ତାଧାରାର କଳାକୃତି ଏଠାରେ ଦେଖିବାକୁ ମିଳେ ା ମନ୍ଦିରର ଉଚ୍ଚତା ୬୩ ଫୁଟ ୬ଇଞ୍ଚ ଥିବା ବେଳେ ମନ୍ଦିର ମଧ୍ୟରେ ଅଷ୍ଟଦଳ ପଦ୍ମଯୁକ୍ତ ସୂର୍ଯ୍ୟ ମଣ୍ଡଳ ଓ କୋଣାର୍କ ମନ୍ଦିର ଶୈଳୀରେ ସୂର୍ଯ୍ୟନାରାୟଣଙ୍କ ବିଗ୍ରହ ବିଦ୍ୟମାନ। କଳାପାହାଡ ଆକ୍ରମଣର ଚିହ୍ନ ମନ୍ଦିରରେ ଥିବା ଭଗ୍ନ ମୂର୍ତ୍ତି ଓ ସୁରକ୍ଷା ପଦ୍ଧତିରୁ ଯେ କେହି ବାରିପାରିବ ା ମନ୍ଦିରର ରକ୍ଷଣାବେକ୍ଷଣ, ପରିଚାଳନା, ପୂଜାନୀତି ଓ ପର୍ବପର୍ବାଣି ପାଇଁ ତକତ୍ାଳୀନ ମୟୂରଭଞ୍ଜ ରାଜା ୧୩ ଶହ ଏକର ଜମି ଜାଗିରି ଭାବେ ଖଞ୍ଜି ୭୪ ଜଣ ସେବାୟତଙ୍କୁ ନିଯୁକ୍ତ କରିଛନ୍ତି ା ୧୨ ମାସରେ ୧୩ ପର୍ବ ପାଳିତ ହେଉଥିବା ବେଳେ ଏହି ପୀଠ ଚଳଚଞ୍ଚଳ ହୋଇଉଠେ ା ଶିବରାତ୍ରି ଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ୧୫ଦିନ ଧରି ମେଳା ଚାଲୁ ରହେ। ବର୍ଷସାରା ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକ ଏହି ମନ୍ଦିରକୁ ବୁଲିବାକୁ ଆସନ୍ତି। ମନ୍ଦିରକୁ ଘେରି ରହିଥିବା ୧୫ଫୁଟ ଉଚ୍ଚତାର ବେଢା ଚାରିପଟେ ଭକ୍ତମାନେ ବୁଲି ବୁଲି ମନ୍ଦିରର ଚତୁଃପାର୍ଶ୍ୱର ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିଥାନ୍ତି ା ପିକ୍‌ନିକ୍‌ ଋତୁରେ ପର୍ଯ୍ୟଟକମାନେ ଏହି ପୀଠକୁ ଆସି ଦେବ ଦର୍ଶନ କରିବା ସହ ମନ୍ଦିରକୁ ଲାଗି ରହିଥିବା ଆମ୍ବ ବଗିଚା ଓ କୁଣ୍ଡିରେ ପିକ୍‌ନିକ୍‌ କରି ଆନନ୍ଦିତ ହୋଇଥାନ୍ତି ା ତେବେ ମାନସିକ ପୂରଣ ପାଇଁ ଦୂରରୁ ଆସୁଥିବା ଭକ୍ତ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା ମେଳା ପରିସରରେ ମାତ୍ର ୨ଟି ନଳକୂଅ ଥିବାରୁ ପର୍ଯ୍ୟାପ୍ତ ପରିମାଣର ପାଣି ମିଳୁ ନ ଥିବାରୁ ପାନୀୟଜଳର ସଙ୍କଟ ବଢିଥାଏ ା ମାଣତ୍ରୀ ଛକ ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱ ଡ୍ରେନର ବ୍ୟବସ୍ଥା ହୋଇ ନ ଥିବାରୁ ରାସ୍ତା ଉପରେ ନର୍ଦ୍ଦମା ପାଣିର ସୁଅ ଛୁଟିଥାଏ ବୋଲି ଗ୍ରାମର ସୁରେଶ ଚନ୍ଦ୍ର ପତି ପ୍ରକାଶ କହିଛନ୍ତି ା ସେହିପରି ମନ୍ଦିର ପରିସରରେ ହାଇମାଷ୍ଟ ଲାଇଟର ବ୍ୟବସ୍ଥା, ଡ୍ରେନେଜ ବ୍ୟବସ୍ଥା ସହିତ ଆମ୍ବ ବଗିଚାକୁ ସ୍ବତନ୍ତ୍ର ପାର୍କ ତିଆରି କରିବା ପାଇଁ ଜିଲାପାଳ ଦୃଷ୍ଟି ଦେବାକୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଛି। କୁଣ୍ଡିରେ ଉଭୟ ପାର୍ଶ୍ୱକୁ ପଥର ପ୍ୟାକିଂ କରି ବୋଟିଂ ବ୍ୟବସ୍ଥା ସହିତ ଏକ ଝୁଲା ପୋଲ ନିର୍ମାଣ ହୋଇପାରିଲେ କୁଣ୍ଡିର ଅପରପାର୍ଶ୍ୱକୁ ଯିବାଆସିବା କରିବା ସହିତ ପାରିପାର୍ଶ୍ୱିକ ଶୋଭା ବୃଦ୍ଧି ପାଆନ୍ତା ବୋଲି ସିଂହଟିଆ ଗ୍ରାମର ଭକ୍ତ ସଦାନନ୍ଦ ଦଣ୍ଡପାଟ ପ୍ରକାଶ କରିଛନ୍ତି ା ବଡସାହି, ବେତନଟୀ, ବୈଶିଙ୍ଗା ଓ ମାଣତ୍ରୀ ଛକରେ ସ୍ଥାୟୀ ସ୍ବାଗତ ତୋରଣ ନିର୍ମାଣ କରିବା ସହିତ ମନ୍ଦିର ପରିସରରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କଲେ ଭକ୍ତଙ୍କ ଭିଡ଼ ଲାଗି ରହିବ ବୋଲି କୁହନ୍ତି, ମନ୍ଦିର ପରିଛା ପ୍ରଦୀପ କୁମାର ପଣ୍ଡା ା ସେହିପରି ପୀଠର ପାରିପାର୍ଶ୍ୱିକ ଉନ୍ନତି କରିବା ସହ ସମସ୍ତ ସୁବିଧା ସୁଯୋଗର ବ୍ୟବସ୍ଥା କରାଗଲେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଯାଆନ୍ତା ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନିଜ ଘରେ ଦେଉଛନ୍ତି ଶିକ୍ଷା: ଉପାନ୍ତ ଅଞ୍ଚଳରେ ଶାଶୁ, ବୋହୂଙ୍କ ଅଙ୍ଗନଓ୍ବାଡି

ଉଦଳା,୩ା୧୨(ସନ୍ତୋଷ କୁମାର ବାଛିନୀ):ଅଙ୍ଗନଓ୍ବାଡିରେ ନା କରିଛନ୍ତି ଚାକିରି ନା ମିଳିଛି କର୍ମୀ ଦାୟିତ୍ୱ। ତଥାପି ନିଜ ଘରେ ଖୋଲିଛନ୍ତି ଏକ ସ୍ବତନ୍ତ୍ର ପାଠଶାଳା। ଘରଠାରୁ ୩...

ଯୁବକଙ୍କୁ ଇଟାରେ ଛେଚିଛେଚି ନିର୍ମମ ହତ୍ୟା, ରାସ୍ତାପାର୍ଶ୍ୱରେ ପଡ଼ିଛି…

ଉଦଳା,୨୮ା୧୧(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ବଡ଼ଖୁଣ୍ଟା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ରାସ୍ତାପାର୍ଶ୍ୱରେ ପଡ଼ିଛି ମୃତଦେହ। ଖୁଣ୍ଟା ଥାନା ଖପରାପାଳ...

ବାଲି ମାଫିଆଙ୍କ ଆକ୍ରମଣରେ ବେତନଟୀ ତହସିଲଦାରଙ୍କ କର୍ମଚାରୀ ଆହତ , ଦୁଇ ଗିରଫ

ବୈଶିଙ୍ଗା,୨୫|୧୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ତହସିଲଦାରଙ୍କ ଉପରେ ୧୮ ନଂ ଜାତୀୟ ରାଜପଥର ତୁଳସୀଚଉରା ନିକଟରେ ଚୋରା ବାଲି ଟ୍ରାକ୍ଟରକୁ ଅଟକାଇବା ଘଟଣାରେ ଉତକ୍ଷିପ୍ତ...

ରାଜ୍ୟରେ ବଢ଼ିଲା ବାଘ ସଂଖ୍ୟା, ଶିମିଳିପାଳରେ ଏତିକିରେ ପହଞ୍ଚିଲା…

ବାରିପଦା,୨୫ା୧୧: ଚଳିତବର୍ଷ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ପିସିସିଏଫ୍‌ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା...

ବାରିପଦାରେ ଚାଞ୍ଚଲ୍ୟ: ପୋଖରୀରୁ ମିଳିଲା ନିଖୋଜ ଓକିଲଙ୍କ କାର, ପଚା ଗନ୍ଧରେ …

ବାରିପଦା,୨୪।୧୧(ନୀଳାଦ୍ରି ଦଣ୍ଡପାଟ): ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ନିଖୋଜ ଓକିଲଙ୍କ କାର ଉଦ୍ଧାର କରାଯଇଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବାରିପଦା ସାରସକଣା ଝାରପୋଖରିଆ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri