ଅବସରପ୍ରାପ୍ତ ରେଲ୍‌ଓ୍ବେ କର୍ମଚାରୀଙ୍କ ତଣ୍ଟିକାଟି ହତ୍ୟା ଘଟଣା: ଅଭିଯୁକ୍ତ ଟିକେଟ ବିକ୍ରି କରୁଥିବାବେଳେ ଧରିଲା ପୋଲିସ

କଟକ ରୋଡ୍‌,୬ା୧(ଡି.ଏନ.ଏ.): ଭୁବନେଶ୍ୱରର ଏକ ଲଜିଂରେ ଜଣେ ଅବସରପ୍ରାପ୍ତ ରେଲଓ୍ବେ କର୍ମଚାରୀଙ୍କୁ ତଣ୍ଟିକାଟି ହତ୍ୟା ଘଟଣାର ସୁରାକ ପାଇଛି କମିଶନରେଟ ପୋଲିସ। ଏହି ଘଟଣାରେ ସମ୍ପୃକ୍ତି ଥିବା ଜଣେ ଯୁବକଙ୍କୁ ଲକ୍ଷ୍ମୀସାଗର ପୋଲିସ ରବିବାର ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନାଥାଉ କି, ଗତ ୨୦୧୯ ନଭେମ୍ବର ୧୮ରେ ଲକ୍ଷ୍ମୀସାଗର ଥାନା ଅଧୀନ ପୁରୁଣା ଷ୍ଟେଶନ ବଜାର ୬ନଂ. ପ୍ଲାଟ୍‌ଫର୍ମ ନିକଟରେ ଥିବା ଏକ ଲଜିଂରେ ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳର ଟି.ଭେଙ୍କଟ ରାଓଙ୍କୁ କେହି ଦୁର୍ବୃତ୍ତ ତଣ୍ଟିକାଟି ହତ୍ୟା କରିଥିଲେ। ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଥିବାବେଳେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଥିଲା। ଏପରି କି ଭେଙ୍କଟଙ୍କ ସହ ଘଟଣା ଦିନ ଯାଇଥିବା ଯୁବକଙ୍କ ଫଟୋ ରେଳ ଷ୍ଟେଶନ ସିସି କ୍ୟାମେରାରେ କଏଦ ହୋଇଥିଲେ ମଧ୍ୟ ଅଭିଯୁକ୍ତ ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଧରା ନ ପଡ଼ିବା କମିଶନରେଟ ପୋଲିସ ପାଇଁ ଚିନ୍ତା ବଢ଼ାଇଥିଲା। ତେବେ ଶନିବାର ରାତିରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଯୁବକ ଜଣକ ରେଲ୍‌ଓ୍ବେ ପୋଲିସ ଓ ଆରପିଏଫ ହାତରେ ଧରାପଡିବା ପରେ ସମ୍ପୂର୍ଣ୍ଣ ଘଟଣାର ଗୁମର ଖୋଲିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶରେ ରହୁଥିବା ଉକ୍ତ ଯୁବକ ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନ ଆସିଥିଲେ। ୧ନଂ ପ୍ଲାଟଫର୍ମ ବାହାରେ ଥିବା ଏଟିଭିଏମ୍‌ (ଅଟୋମେଟିକ ଟିକେଟ ଭେଣ୍ଡିଂ ମେଶିନ) ମାଧ୍ୟମରେ ଯାତ୍ରୀଙ୍କୁ ଟିକେଟ ବିକ୍ରି ପାଇଁ ଉଦ୍ୟମ ଚଳାଉଥିବାବେଳେ ଖବରପାଇ ଜିଆର୍‌ପି ଓ ଆରପିଏଫ ଅଧିକାରୀ ଆସି ଯୁବକଙ୍କୁ କାବୁ କରିନେଇଥିଲେ। ଥାନାକୁ ଅଣାଯିବା ପରେ ଯୁବକଙ୍କ ନିକଟରେ ଭେଣ୍ଡିଂ ମେଶିନ ଚଳାଇବା ପାଇଁ ୩ଟି ଫାସିଲେଟର କାର୍ଡ ମିଳିଥିଲା। ଏକାଧିକ କାର୍ଡ ମିଳିବା ପରେ ରେଲ୍‌ଓ୍ବେ ପୋଲିସର ସନ୍ଦେହ ବଢ଼ିବା ସହ ଅଧିକ ପଚରାଉଚରା ପରେ ଉକ୍ତ କାର୍ଡଗୁଡ଼ିକ ହତ୍ୟାର ଶିକାର ହୋଇଥିବା ଭେଙ୍କଟଙ୍କର ବୋଲି ଜଣାପଡିଥିଲା। ଏଥିସହ ତାଙ୍କ ନିକଟରେ ଏକ ବ୍ୟାଗରେ ଥିବା ପ୍ଲାସ ଜବତ ହେବା ପରେ ଷ୍ଟେଶନରେ ଲୁଟପାଟ କରୁଥିବା ସନ୍ଦେହ ହୋଇଥିଲା। ଏହାସହ ଯୁବକ ଜଣକ କ୍ୟାପିଟାଲ ଥାନା ଅଧୀନ ଅଶୋକ ନଗରରେ ଥିବା ଏକ ଲଜିଂରେ ରହୁଥିବା ଜଣାପଡିବା ପରେ ପୋଲିସ ତାଙ୍କୁ ସେଠାକୁ ନେଇ ଚଢ଼ାଉ କରିଥିଲା। ଗତ ଅଗଷ୍ଟ ମାସରୁ ସେ ଲଜିଂରେ ରହୁଥିବାବେଳେ ନିୟମିତ ଭାବେ ରେଲଓ୍ବେ ଷ୍ଟେଶନ ଆସୁଥିବା ପୋଲିସ ଜାଣିବାକୁ ପାଇଥିଲା। ଏପରିକି ଭେଙ୍କଟଙ୍କ ହତ୍ୟା ଦିନ ଘଟଣାର ସିସିଟିଭି ଫୁଟେଜ ପୁନର୍ବାର ଯାଞ୍ଚ ପରେ ଯୁବକଙ୍କ ଫଟୋ ଭେଙ୍କଟଙ୍କ ସହ ଦେଖିବା ପରେ ଅଧିକ ଖୋଲତାଡ଼ ହୋଇଥିଲା। ତେବେ ଦୀର୍ଘ ସମୟ ଜେରା ପରେ ଯୁବକ ଜଣକ ଭେଙ୍କଟଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ ବୋଲି ଜିଆର୍‌ପିର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଏପରି କି ଲଜିଂରେ ଭେଙ୍କଟଙ୍କୁ ତଣ୍ଟିକାଟି ହତ୍ୟା ପରେ ତାଙ୍କ ନିକଟରୁ ୪୭ହଜାର ଟଙ୍କା ଓ ଫାସିଲେଟର ଚୋରି କରି ନେଇଯାଇଥିଲେ। ପରେ ଜିଆରପି ପକ୍ଷରୁ ଅଟକ ଯୁବକଙ୍କୁ ଲକ୍ଷ୍ମୀସାଗର ଥାନାକୁ ଜିମା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri