ଅବସରପ୍ରାପ୍ତ ରେଲ୍‌ଓ୍ବେ କର୍ମଚାରୀଙ୍କ ତଣ୍ଟିକାଟି ହତ୍ୟା ଘଟଣା: ଅଭିଯୁକ୍ତ ଟିକେଟ ବିକ୍ରି କରୁଥିବାବେଳେ ଧରିଲା ପୋଲିସ

କଟକ ରୋଡ୍‌,୬ା୧(ଡି.ଏନ.ଏ.): ଭୁବନେଶ୍ୱରର ଏକ ଲଜିଂରେ ଜଣେ ଅବସରପ୍ରାପ୍ତ ରେଲଓ୍ବେ କର୍ମଚାରୀଙ୍କୁ ତଣ୍ଟିକାଟି ହତ୍ୟା ଘଟଣାର ସୁରାକ ପାଇଛି କମିଶନରେଟ ପୋଲିସ। ଏହି ଘଟଣାରେ ସମ୍ପୃକ୍ତି ଥିବା ଜଣେ ଯୁବକଙ୍କୁ ଲକ୍ଷ୍ମୀସାଗର ପୋଲିସ ରବିବାର ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନାଥାଉ କି, ଗତ ୨୦୧୯ ନଭେମ୍ବର ୧୮ରେ ଲକ୍ଷ୍ମୀସାଗର ଥାନା ଅଧୀନ ପୁରୁଣା ଷ୍ଟେଶନ ବଜାର ୬ନଂ. ପ୍ଲାଟ୍‌ଫର୍ମ ନିକଟରେ ଥିବା ଏକ ଲଜିଂରେ ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳର ଟି.ଭେଙ୍କଟ ରାଓଙ୍କୁ କେହି ଦୁର୍ବୃତ୍ତ ତଣ୍ଟିକାଟି ହତ୍ୟା କରିଥିଲେ। ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଥିବାବେଳେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଚଳାଇଥିଲା। ଏପରି କି ଭେଙ୍କଟଙ୍କ ସହ ଘଟଣା ଦିନ ଯାଇଥିବା ଯୁବକଙ୍କ ଫଟୋ ରେଳ ଷ୍ଟେଶନ ସିସି କ୍ୟାମେରାରେ କଏଦ ହୋଇଥିଲେ ମଧ୍ୟ ଅଭିଯୁକ୍ତ ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଧରା ନ ପଡ଼ିବା କମିଶନରେଟ ପୋଲିସ ପାଇଁ ଚିନ୍ତା ବଢ଼ାଇଥିଲା। ତେବେ ଶନିବାର ରାତିରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଯୁବକ ଜଣକ ରେଲ୍‌ଓ୍ବେ ପୋଲିସ ଓ ଆରପିଏଫ ହାତରେ ଧରାପଡିବା ପରେ ସମ୍ପୂର୍ଣ୍ଣ ଘଟଣାର ଗୁମର ଖୋଲିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶରେ ରହୁଥିବା ଉକ୍ତ ଯୁବକ ଶନିବାର ରାତି ପ୍ରାୟ ସାଢ଼େ ୯ଟାରେ ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନ ଆସିଥିଲେ। ୧ନଂ ପ୍ଲାଟଫର୍ମ ବାହାରେ ଥିବା ଏଟିଭିଏମ୍‌ (ଅଟୋମେଟିକ ଟିକେଟ ଭେଣ୍ଡିଂ ମେଶିନ) ମାଧ୍ୟମରେ ଯାତ୍ରୀଙ୍କୁ ଟିକେଟ ବିକ୍ରି ପାଇଁ ଉଦ୍ୟମ ଚଳାଉଥିବାବେଳେ ଖବରପାଇ ଜିଆର୍‌ପି ଓ ଆରପିଏଫ ଅଧିକାରୀ ଆସି ଯୁବକଙ୍କୁ କାବୁ କରିନେଇଥିଲେ। ଥାନାକୁ ଅଣାଯିବା ପରେ ଯୁବକଙ୍କ ନିକଟରେ ଭେଣ୍ଡିଂ ମେଶିନ ଚଳାଇବା ପାଇଁ ୩ଟି ଫାସିଲେଟର କାର୍ଡ ମିଳିଥିଲା। ଏକାଧିକ କାର୍ଡ ମିଳିବା ପରେ ରେଲ୍‌ଓ୍ବେ ପୋଲିସର ସନ୍ଦେହ ବଢ଼ିବା ସହ ଅଧିକ ପଚରାଉଚରା ପରେ ଉକ୍ତ କାର୍ଡଗୁଡ଼ିକ ହତ୍ୟାର ଶିକାର ହୋଇଥିବା ଭେଙ୍କଟଙ୍କର ବୋଲି ଜଣାପଡିଥିଲା। ଏଥିସହ ତାଙ୍କ ନିକଟରେ ଏକ ବ୍ୟାଗରେ ଥିବା ପ୍ଲାସ ଜବତ ହେବା ପରେ ଷ୍ଟେଶନରେ ଲୁଟପାଟ କରୁଥିବା ସନ୍ଦେହ ହୋଇଥିଲା। ଏହାସହ ଯୁବକ ଜଣକ କ୍ୟାପିଟାଲ ଥାନା ଅଧୀନ ଅଶୋକ ନଗରରେ ଥିବା ଏକ ଲଜିଂରେ ରହୁଥିବା ଜଣାପଡିବା ପରେ ପୋଲିସ ତାଙ୍କୁ ସେଠାକୁ ନେଇ ଚଢ଼ାଉ କରିଥିଲା। ଗତ ଅଗଷ୍ଟ ମାସରୁ ସେ ଲଜିଂରେ ରହୁଥିବାବେଳେ ନିୟମିତ ଭାବେ ରେଲଓ୍ବେ ଷ୍ଟେଶନ ଆସୁଥିବା ପୋଲିସ ଜାଣିବାକୁ ପାଇଥିଲା। ଏପରିକି ଭେଙ୍କଟଙ୍କ ହତ୍ୟା ଦିନ ଘଟଣାର ସିସିଟିଭି ଫୁଟେଜ ପୁନର୍ବାର ଯାଞ୍ଚ ପରେ ଯୁବକଙ୍କ ଫଟୋ ଭେଙ୍କଟଙ୍କ ସହ ଦେଖିବା ପରେ ଅଧିକ ଖୋଲତାଡ଼ ହୋଇଥିଲା। ତେବେ ଦୀର୍ଘ ସମୟ ଜେରା ପରେ ଯୁବକ ଜଣକ ଭେଙ୍କଟଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ ବୋଲି ଜିଆର୍‌ପିର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ଏପରି କି ଲଜିଂରେ ଭେଙ୍କଟଙ୍କୁ ତଣ୍ଟିକାଟି ହତ୍ୟା ପରେ ତାଙ୍କ ନିକଟରୁ ୪୭ହଜାର ଟଙ୍କା ଓ ଫାସିଲେଟର ଚୋରି କରି ନେଇଯାଇଥିଲେ। ପରେ ଜିଆରପି ପକ୍ଷରୁ ଅଟକ ଯୁବକଙ୍କୁ ଲକ୍ଷ୍ମୀସାଗର ଥାନାକୁ ଜିମା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri