ଅବକାରୀ କାର୍ଯ୍ୟାଳୟରୁ ସିଜ୍‌ ମଦ ଚୋରି

ଗୋପାଳପୁର,୨୪ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଗୋଳନ୍ଥରା ଚଟିସ୍ଥିତ ଅବକାରୀ କାର୍ଯ୍ୟାଳୟରୁ ସିଜ୍‌ ହୋଇ ରଖାଯାଇଥିବା ବିଦେଶୀ ମଦ ସୋମବାର ସନ୍ଧ୍ୟାରେ ଚୋରି ହୋଇଛି। ଏନେଇ ଗୋଳନ୍ଥରା ପୋଲିସ ତଦନ୍ତ ଚଳାଇଥିବାବେଳେ ଖବର ଲେଖାହେବା ସୁଦ୍ଧା ଥାନାରେ ମାମଲା ରୁଜୁ ହୋଇ ନ ଥିବା ଜଣାପଡିଛି।
ଚିକିଟି ଓ ଗୋଳନ୍ଥରା ଅବକାରୀ କାର୍ଯ୍ୟାଳୟର କର୍ମଚାରୀ ୨୪ ମେ’ ୨୦୧୮ରେ ଆନ୍ଧ୍ରରୁ ଓଡ଼ିଶା ଆସୁଥିବା ଏକ ବିଦେଶୀ ମଦ ଟ୍ରକକୁ ଜବତ କରିଥିଲେ। ଏନେଇ ନଂ.୫/୨୦୧୮-୧୯ରେ ମାମଲା ରୁଜୁ କରି ଗୋଳନ୍ଥରା ଅବକାରୀ କାର୍ଯ୍ୟାଳୟରେ ସିଜ୍‌ ମଦ ରଖାଯାଇଥିଲା। କାର୍ଯ୍ୟାଳୟଟି ନିଛାଟିଆ ସ୍ଥାନରେ ଥିବାରୁ ସୋମବାର ସନ୍ଧ୍ୟାରେ କେତେକ ଦୁର୍ବୃତ୍ତ ତାଲା ଭାଙ୍ଗି ବିପୁଳ ପରିମାଣର ମଦ ପେଟି ନେଇଯାଇଛନ୍ତି। ଗେଟ୍‌ ଖୋଲା ଥିବାରୁ ସ୍ଥାନୀୟ ଲୋକେ କାର୍ଯ୍ୟାଳୟର ଓଆଇସି ସୁବାସ ମହାଙ୍କୁଡ଼ଙ୍କୁ ଖବର ଦେଇଥିଲେ। ସେ ପହଞ୍ଚତ୍ ଉଚ୍ଚ ପଦାଧିକାରୀଙ୍କୁ ଜଣାଇଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ଅବକାରୀ ଇନ୍ସପେକ୍ଟର ସୁନୀତା ମାରାଣ୍ଡି ପହଞ୍ଚତ୍ ତଦନ୍ତ କରିବା ପରେ ସନ୍ଧ୍ୟାରେ ଗୋଳନ୍ଥରା ପୋଲିସ ପହଞ୍ଚତ୍ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

୨୫ ରେ ତିଲିସିଙ୍ଗି ରେ ପ୍ରଦେଶ ସଭା : ୪ ଦିନ ବ୍ୟାପୀ…

ଭଞ୍ଜନଗର,୧୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ ନିଖିଳ ଉତ୍କଳ କୁର୍ମି...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri