ଜଗନ୍ନାଥପ୍ରସାଦ,୧୩ା୬(ଡି.ଏନ୍.ଏ.)- ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ୩ ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ। ପୋଲିସ ଅପହରଣକାରୀଙ୍କ ଉଦ୍ୟମକୁ ପଣ୍ଡ କରିବା ସହ ଅପହର୍ତ୍ତାଙ୍କୁ ଉଦ୍ଧାର କରିଛି।୧୧ ତାରିଖ ସକାଳେ ପଞ୍ଚଭୂତି ଗ୍ରାମ ବେଗୁନିଆର ଶଙ୍କର ନାଇକ ଉକ୍ତ ଗ୍ରାମର ରମେଶ ଚନ୍ଦ୍ର ସାହୁଙ୍କୁ ଫୋନ୍ କରି ଏକ ପୁରୁଣା ମାମଲାର ଆପୋଷ ସମାଧାନ ପାଇଁ ଭଞ୍ଜନଗର ଡାକିଥିଲେ। ରମେଶ ପୁଅ ଜଗନ୍ନାଥ ଓ ଗ୍ରାମର ହାଡୁବନ୍ଧୁ ସାହୁଙ୍କ ଧରି ଭଞ୍ଜନଗର ପୁରୁଣା ବସ୍ଷ୍ଟାଣ୍ଡରେ ପହଞ୍ଚତ୍ଥିଲେ। ସେଠାରେ ୨ଜଣ ଯୁବକ ଶଙ୍କରର ଲୋକ ବୋଲି କହି କୁଲାଡ଼ ବାଗ୍ଦେବି ଗ୍ରାମ ଅଭିମୁଖେ ନେଇଥିଲେ। ବାଟରେ ବାଲିଆପଟା ଜଙ୍ଗଲ ରାସ୍ତାରେ ବାଇକ୍ ରଖି ସାଙ୍ଗରେ ଯାଇଥିବା ହାଡୁବନ୍ଧୁଙ୍କୁ ସେଠାରେ ଅପେକ୍ଷା କରିବାକୁ କହି ରମେଶ ଓ ପୁଅ ଜଗନ୍ନାଥଙ୍କୁ ଜଙ୍ଗଲ ଭିତରକୁ ନେଇଥିଲେ। ସେଠାରେ ଶଙ୍କର ଓ ତାଙ୍କ ସାଥୀମାନେ ବାପ-ପୁଅଙ୍କୁ ମାଡ ମାରିଥିଲେ। ପରେ ରମେଶଙ୍କୁ ମୁଣ୍ଡ ଜାମିନ ରଖି ୩ ଲକ୍ଷ ଟଙ୍କା ଆଣି ବାପାଙ୍କୁ ନେଇଯିବାକୁ ଜଗନ୍ନାଥକୁ କହିଥିଲେ। ଜଗନ୍ନାଥ ଓ ହାଡୁବନ୍ଧୁ ଘରକୁ ଫେରିଥିଲେ। ଟଙ୍କା ପାଇଁ ଜଗନ୍ନାଥଙ୍କ ମା’ ଭାଇମାନଙ୍କୁ ଫୋନ୍ କରିଥିଲେ। ସେମାନେ ଏନେଇ ଥାନା ଅଧିକାରୀ ଯୁବରାଜ ସ୍ବାଇଁଙ୍କୁ ଜଣାଇଥିଲେ। ଏନେଇ ସେ ଭଞ୍ଜନଗର ଏସ୍ଡିପିଓଙ୍କୁ ଜଣାଇବା ସହ ନିକଟସ୍ଥ ଥାନା ଅଧିକାରୀଙ୍କ ସହଯୋଗ ଲୋଡିଥିଲେ। ପରେ ଥାନା ଅଧିକାରୀଙ୍କ ପରାମର୍ଶ କ୍ରମେ ଜଗନ୍ନାଥ ଟଙ୍କାଦେବାକୁ ଘଟଣାସ୍ଥଳକୁ ଯାଇଥିଲେ। ଟଙ୍କା ଦେବାବେଳେ ପୋଲିସ ଚଢାଉ କରି ବାରୁଡା ଗ୍ରାମର ଆଲୋକ ସାହୁ ଓ ଶିବ ପ୍ରଧାନଙ୍କୁ କାବୁ କରିଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତ ଶଙ୍କର ଖସି ପଳାଇଥିଲେ।
Posted inଆମ ଜିଲା ଖବର, ଗଞ୍ଜାମ View All
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…
ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍: ପୁରୁଷୋତ୍ତମପୁର ଏସ୍ଡିପିଓ, ଗଞ୍ଜାମ ଥାନା ପ୍ରଥମ
ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍ ନେଟ୍ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍ଏସ୍) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍...
ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …
ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...
ଗଞ୍ଜାମ ଜିଲା ଭାଜପା ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…
ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...
ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…
ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...
Archives


