ଅପରାଧରେ ବୁଡ଼ିଛନ୍ତି ୯୪୭ ପୋଲିସ ଅଧିକାରୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ। ଦୁର୍ନୀତି, ଅପରାଧ ଏବଂ ଅସଦାଚରଣ ଭଳି କୁତ୍ସିତ କାର୍ଯ୍ୟକଳାପ ଉପରେ ଲଗାମ ଲଗାଇବାକୁ ପ୍ରଶାସନିକ ସ୍ତରରେ ପୋଲିସ ବ୍ୟବସ୍ଥା ରହିଛି। ମାତ୍ର ବାଡ ଫସଲ ଖାଇବା ଭଳି ପୋଲିସ ବାବୁମାନେ ଅପରାଧ, ଦୁର୍ନୀତିଗ୍ରସ୍ତ ଭଳି କୁତ୍ସିତ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ଆମ ରାଜ୍ୟ ପୋଲିସ ପ୍ରଶାସନିକ ବ୍ୟବସ୍ଥାରେ ଏଭଳି କଳଙ୍କର ଛିଟା ବେଳକୁ ବେଳ ବଢିବାରେ ଲାଗିଛି। ଚାକିରି ଆରମ୍ଭରୁ ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ସହ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଆଇନକାନୁନ ପାଳନ କରିବାକୁ ଶପଥ ନେଇଥିବା ପୋଲିସ ଅଧିକାରୀମାନେ ଯେ ଆଇନ ରକ୍ଷକ ବଦଳରେ ଭକ୍ଷକ ସାଜୁଛନ୍ତି, ସୂଚନା ଅଧିକାର ଆଇନ (ଆରଟିଆଇ) ତଥ୍ୟରୁ ଏକଥା ଜଳ ଜଳ ହୋଇ ଦିଶୁଛି।
ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୦୧୬ ଓ ୨୦୧୭ରେ ଓଡ଼ିଶା ପୋଲିସର ୯୪୭ ଜଣ ବଡ଼ ଅଫିସର (ଆଇପିଏସ୍‌, ଓପିଏସ୍‌, ଓଏପିଏସ)ଙ୍କ ଠାରୁ ଆରମ୍ଭ କରି ଇନ୍ସପେକ୍ଟର ଓ କନଷ୍ଟେବଳଙ୍କ ନାମରେ ଦୁର୍ନୀତି, ଅପରାଧ ଓ ବ୍ୟଭିଚାର ଭଳି ସଙ୍ଗିନ ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରେ ଆଇପିଏସ ଅଫିସର ୨୧ ଜଣ, ଓପିଏସ ୪୮ ଏବଂ ଓଏପିଏସ ୧୦ ଜଣଙ୍କ ନାମରେ ଅଭିଯୋଗ ରହିଛି। ଏହି କର୍ମଚାରୀମାନଙ୍କ କଦର୍ଯ୍ୟ ଆଚରଣ ଓ କାର୍ଯ୍ୟକଳାପ ଯୋଗୁ ସମଗ୍ର ପୋଲିସ ପ୍ରଶାସନକୁ କଳଙ୍କିତ ହେବାକୁ ପଡିଛି। କଟକ ପୋଲିସ ମୁଖ୍ୟ କାର୍ଯ୍ୟାଳୟରୁ ମିଳିଥିବା ଆରଟିଆଇ ସୂଚନା ମୁତାବକ ୨୦୧୬ ଓ ୨୦୧୭ ମଧ୍ୟରେ ଥାନାରେ କର୍ତ୍ତବ୍ୟ ନିର୍ବାହ କରୁଥିବା ୮୬୮ ଜଣ ପୋଲିସ ଅଧିକାରୀଙ୍କ ନାମରେ ମଧ୍ୟ ସଙ୍ଗିନ ଅଭିଯୋଗ ହୋଇଛି। ଜନସାଧାରଣଙ୍କୁ ପ୍ରତ୍ୟକ୍ଷ ସମ୍ମୁଖୀନ ହେଉଥିବା କନଷ୍ଟେବଳ ଓ ଇନ୍ସପେକ୍ଟରମାନେ ଦୁର୍ନୀତି ଓ ବ୍ୟଭିଚାରରେ ବୁଡ଼ି ରହୁଥିବା ଜଣାପଡିଛି। ୨୦୧୬ରେ ୪୩୯ ଜଣଙ୍କ ନାମରେ ଏଭଳି ସଙ୍ଗିନ ଅଭିଯୋଗ ହୋଇଥିବା ବେଳେ ୨୦୧୭ରେ ୪୨୯ ଜଣଙ୍କ ନାମରେ ଅଭିଯୋଗ ହୋଇଛି। କେବଳ ଯେ ତଳିଆ କର୍ମଚାରୀ କଳଙ୍କିତ ହୋଇଛନ୍ତି ତାହା ନୁହେଁ ଅନେକ ଆଇପିଏସ୍‌ ଏବଂ ଓପିଏସ୍‌ ଅଧିକାରୀମାନେ ମଧ୍ୟ ଦୁର୍ନୀତି ଓ ଅପରାଧ ଭଳି କଳଙ୍କକୁ ନିଜ ମୁଣ୍ଡରେ ବୋହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ୨୧ ଜଣ ଆଇପିଏସ୍‌, ୪୮ ଓପିଏସ୍‌ ଅଫିସର ଏବଂ ୧୦ ଜଣ ଓଏପିଏସ ଅଫିସରଙ୍କ ନାମରେ ଦୁର୍ନୀତି, ହିଂସା ଏବଂ ଅସଦାଚରଣ ଭଳି ଅଭିଯୋଗ ହୋଇଛି। ତେବେ ସବୁଠୁ ଉଦ୍‌ବେଗର ବିଷୟ ହେଉଛି ଯେ, ଏଭଳି ସଙ୍ଗିନ ଅଭିଯୋଗ ସତ୍ତ୍ୱେ ପୋଲିସ ପ୍ରଶାସନ ସେହି ଅଭିଯୁକ୍ତ ଅଫିସରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏପରି କି ତଦନ୍ତ ବାହାନାରେ ମାମଲାକୁ ଦୀର୍ଘ ବର୍ଷ ଧରି ଗଡ଼ାଇ ଦିଆଯାଉଛି। ୮୬୮ ଅଫିସର ଓ ତଳିଆ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲେ ମଧ୍ୟ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଜଣାପଡିଛି। ଏପରି କି ଅଭିଯୋଗ ପରେ ମଧ୍ୟ ଲୋକପାଳଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରାଯାଇନାହିଁ। ତେବେ ବିଭାଗ ପକ୍ଷରୁ ୩୪ ଜଣଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ବେଳେ ୭ଟି ମାମଲାକୁ ଏହି ୨ ବର୍ଷ ମଧ୍ୟରେ ରଫାଦଫା କରାଯାଇଥିବା ସୂଚନା ଦିଆଯାଇଛି। ଅଧିକାରୀମାନଙ୍କ ଏଭଳି ଆଚରଣ ଯୋଗୁ ଜନସାଧାରଣଙ୍କର ପୋଲିସ ପ୍ରଶାସନ ଉପରୁ ବେଳକୁ ବେଳ ଭରସା ତୁଟି ଯାଉଛି। ଅପରାଧ ସହୁଥିଲେ ମଧ୍ୟ ଲୋକମାନେ ଥାନାକୁ ଯାଇ ଅଭିଯୋଗ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri