ଅନ୍‌ଲାଇନ୍‌ରେ ହେବ ଟ୍ରେଡ୍‌ ଲାଇସେନ୍ସ ଆବେଦନ

ଭୁବନେଶ୍ୱର, ୪ା୩ (ବ୍ୟୁରୋ): ଭୁବନେଶ୍ୱରର ବ୍ୟବସାୟୀମାନେ ପ୍ରଥମଥର ବିନା କିଛି ଝିଞ୍ଜଟରେ ଏବେ ଟ୍ରେଡ୍‌ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। ଲାଇସେନ୍ସ ପାଇବାକୁ ସେମାନଙ୍କୁ ଆଉ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଫିସ୍‌କୁ ଦୌଡିବାକୁ ପଡିବନି। ଏବେଠାରୁ ସେମାନେ ଅନଲାଇନ୍‌ରେ ଟ୍ରେଡ଼୍‌ ଲାଇସେନ୍ସର ଆବେଦନ କରିପାରିବେ ବୋଲି ମଙ୍ଗଳବାର ବିଏମ୍‌ସି ପକ୍ଷରୁ କୁହାଯାଇଛି।
କିଛିଦିନ ତଳେ ଭୁବନେଶ୍ୱରବାସୀଙ୍କ ସୁବିଧା ପାଇଁ ବିଏମ୍‌ସି ଯେପରି ଭୁବନେଶ୍ୱରଡ଼ଟ୍‌ମି ଓ୍ବେବ୍‌ସାଇଟ୍‌ରେ ହୋଲ୍ଡିଂ ଟ୍ୟାକ୍ସ ଦେବା ବ୍ୟବସ୍ଥା କରିଥିଲା। ଠିକ୍‌ ସେହିପରି ଏବେ ଉକ୍ତ ଭୁବନେଶ୍ୱରଡ଼ଟ୍‌ମି ଓ୍ବେବ୍‌ସାଇଟ୍‌ରେ ଟ୍ରେଡ଼୍‌ ଲାଇସେନ୍ସ ଆବେଦନ କରିବାକୁ ଫର୍ମ ଉପଲବ୍ଧ କରାଯାଇଛି। ବ୍ୟବସାୟୀଙ୍କ ପାଇଁ ଏହା କିପରି ସୁଗମ ହୋଇପାରିବ ସେନେଇ ମଙ୍ଗଳବାର ବିଏମ୍‌ସି ଆଡିଶନାଲ କମିଶନର ସୁରଥ ଚନ୍ଦ୍ର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ବିଏମ୍‌ସି ମୁଖ୍ୟାଳୟରେ ୬୭ ଜଣ ୱାର୍ଡ଼ ଅଫିସର ଏବଂ ୧୪ ଜଣ ମିସ୍‌ ସରକାରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ୩ଟି ବ୍ୟାଚ୍‌ରେ ଦିଆଯାଇଥିବା ଏହି ପ୍ରଶିକ୍ଷଣରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼୍‌ (ବିଏସ୍‌ସିଏଲ୍‌) ଦ୍ୱାରା ପ୍ରସ୍ତୁତ ଅନଲାଇନ୍‌ ମଡ଼୍ୟୁଲ୍‌ ଦେଖାଯାଇଛି। ଉକ୍ତ ପ୍ରଶିକ୍ଷଣରେ ଦକ୍ଷିଣ ପୂର୍ବ ଜୋନ ଜୋନାଲ୍‌ ଡ଼େପୁଟି କମିଶନର ଅଂଶୁମାନ ରଥ, ଦକ୍ଷିଣ ପଶ୍ଚିମ ଜୋନ ଜୋନାଲ୍‌ ଡ଼େପୁଟି କମିଶନର ରବିନାରାୟଣ ଜେଠୀ ଏବଂ ଉତ୍ତର ଜୋନ୍‌ ଜୋନାଲ୍‌ ଡ଼େପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି ନିଜ ନିଜ ଜୋନ୍‌ର କର୍ମଚାରୀମାନଙ୍କ ସହ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିବା ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ମ୍ୟୁନିସିପାଲ୍‌ କର୍ପୋରେଶନ୍‌ ଆଇନ୍‌ ୨୦୦୩ ଅନୁସାରେ ବିଏମ୍‌ସି ସୀମା ମଧ୍ୟରେ ବ୍ୟବସାୟ କରୁଥିବା ପ୍ରତ୍ୟେକ ବ୍ୟବସାୟୀ ନିଜ ନିଜର ଟ୍ରେଡ଼୍‌ ଲାଇସେନ୍ସ କରାଇ ନେବାକୁ କୁହାଯାଇଛି। ପୂର୍ବରୁ ଟ୍ରେଡ଼୍‌ ଲାଇସେନ୍ସ ଅଫ୍‌ଲାଇନ୍‌ରେ କରାଯାଉଥିଲା। ଯେଉଥିପାଇଁ ଅଧିକ ସମୟ ଲାଗୁଥିଲା। ବର୍ତ୍ତମାନ ଅନ୍‌ଲାଇନ୍‌ ସୁବିଧା ଦ୍ୱାରା କମ୍‌ ସମୟରେ ଅଧିକ ସଂଖ୍ୟକ ଟ୍ରେଡ଼୍‌ ଲାଇସେନ୍ସ କରାଯାଇପାରିବ। ଏହାର ବିବରଣୀ ଉଭୟ ଆବେଦନକାରୀ ଓ ବିଏମ୍‌ସି ପାଇଁ ଉନ୍ମୁକ୍ତ ରହିବ। କୌଣସି ପ୍ରକାର ତ୍ରୁଟି ବିଚ୍ୟୁତିର ସମାଧାନ ଶୀଘ୍ର ହୋଇପାରିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

୧୫ ଦିନରେ ମିଳିବ ଲାଇସେନ୍ସ

ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ଦ୍ୱାରା ପ୍ରସ୍ତୁତ ମଡ଼୍ୟୁଲ୍‌ ଅନୁସାରେ ଅନ୍‌ଲାଇନ୍‌ ପ୍ରକ୍ରିୟାରେ ଟ୍ରେଡ଼୍‌ ଲାଇସେନ୍ସ ପାଇବାକୁ ସମୂଦାୟ ୧୫ ଦିନର ଅବଧି ରଖାଯାଇଛି। ଜଣେ ବ୍ୟବସାୟୀ ଅନ୍‌ଲାଇନ୍‌ରେ ଆବେଦନ କରିବା ପରେ ଏହାର ବାର୍ତ୍ତା ଉକ୍ତ ବ୍ୟବସାୟୀଙ୍କ ଅଞ୍ଚଳରେ ଥିବା ୱାର୍ଡ଼ ଅଫିସରଙ୍କ ପାଖକୁ ଚାଲିଯିବ। ସମ୍ପୃକ୍ତ ୱାର୍ଡ଼ ଅଫିସର ଜଣକ ଦୁଇଦିନ ମଧ୍ୟରେ ନିଜ ମତାମତ ଦେଇ ଯାଞ୍ଚ ପାଇଁ ମିସ୍‌ ସରକାରଙ୍କୁ କହିବେ। ଯାଞ୍ଚ ପରେ ୩ ଦିନ ମଧ୍ୟରେ ୱାର୍ଡ଼ ସୁପରଭାଇଜର ଉକ୍ତ ଅନ୍‌ଲାଇନ୍‌ ଦରଖାସ୍ତକୁ ଅବଗତ କରାଇବେ। ଏଥିସହ ୩ ଦିନ ମଧ୍ୟରେ ସମ୍ପୃକ୍ତ ଓ୍ବାର୍ଡ ଦାୟିତ୍ୱରେ ଥିବା ଜୋନାଲ୍‌ ଡ଼େପୁଟି କମିଶନରଙ୍କୁ ଜଣାଇବେ। ଜୋନାଲ୍‌ ଡ଼େପୁଟି କମିଶନର ଉକ୍ତ ଆବେଦନକୁ ବୈଧ ଦର୍ଶାଇବା ପରେ ଆବେଦନକାରୀଙ୍କୁ ଟ୍ରେଡ଼୍‌ ଲାଇସେନ୍ସ ମିଳିବ। ଯଦି ଆବେଦନକାରୀଙ୍କର ଆବେଦନରେ କିଛି ତ୍ରୁଟି ଥାଏ ତେବେ ଏହା ସଂଶୋଧନ କରି ଆବେଦନ କରିବାକୁ ୱାର୍ଡ଼ ଅଫିସର ଅନ୍‌ଲାଇନ୍‌ରେ ଜଣାଇବେ। ଯଦି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଠିକ୍‌ ଥାଏ ତେବେ ଆବେଦନକାରୀଙ୍କ ପାଇଁ ଅନ୍‌ଲାଇନ୍‌ ସାର୍ଟିଫିକେଟ୍‌ ଆପେ ପ୍ରସ୍ତୁତ ହୋଇଯିବ।

ପ୍ରଥମେ ବ୍ୟବସାୟୀମାନେ ଭୁବନେଶ୍ୱରଡ଼ଟ୍‌ମି ଓ୍ବେବ୍‌ସାଇଟ୍‌କୁ ଯାଇ ସିଟିଜେନ୍‌ ସର୍ଭିସ୍‌ ବିକଳ୍ପକୁ ଚୟନ କରିବେ। ପରେ ଦିଆଯାଇଥିବା ଟ୍ରେଡ଼୍‌ ଲାଇସେନ୍ସ ବିକଳ୍ପକୁ ବାଛି ଲାଇସେନ୍ସ ପାଇଁ ଆବେଦନ କରିବେ। ଆବେଦନ ପରେ ଏକ ଫର୍ମ ଆସିବ ଆବଶ୍ୟକ କାଗଜପତ୍ର ସହ ସମସ୍ତ ତଥ୍ୟ ଦେଇ ବ୍ୟବସାୟୀମାନେ ଫର୍ମ ପୂରଣ କରିବେ। ବ୍ୟବସାୟୀ ଜଣକ ଉଭୟ ଫୋନ୍‌ ଓ କମ୍ପ୍ୟୁଟର ମାଧ୍ୟମରେ ଏହି ଆବେଦନ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri