Posted inଫୁରସତ

ଅନ୍‌ଲାଇନ୍‌ ଶିକ୍ଷାଦାନକୁ ନେଇ ଶିକ୍ଷୟିତ୍ରୀଙ୍କ ଅଭିନବ ପ୍ରୟାସ, ଲୋକେ କରୁଛନ୍ତି ପ୍ରଶଂସା

କରୋନା ମହାମାରୀ ଯୋଗୁ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ବନ୍ଦ ରହିଛି। ତେଣୁ ଶିକ୍ଷୟିତ୍ରୀ/ଶିକ୍ଷକମାନେ ପିଲାମାନଙ୍କୁ ଅନ୍‌ଲାଇନ୍‌ ଶିକ୍ଷା ଦେଉଛନ୍ତି। କେଉଁଠି ଇଣ୍ଟର୍‌ନେଟ୍‌ ଗତି କମ୍‌ ରହୁଛି ତ ଆଉ କେଉଁଠି ବ୍ଲାକବୋର୍ଡରେ ଗଣିତ, ବିଜ୍ଞାନ ଭଳି କଠିନ ବିଷୟ ପଢ଼ାଇବାରେ ଶିକ୍ଷୟିତ୍ରୀ ଶିକ୍ଷକ ବଦ୍ଧପରିକର। ଏଭଳି ପରିସ୍ଥିତିରେ ଜଣେ ଶିକ୍ଷୟିିତ୍ରୀ ହ୍ୟାଙ୍ଗର, ଚେୟାର, ଡ୍ରେସ୍‌ କ୍ଲିପିଂରୁ ଅନ୍‌ଲାଇନ୍‌ ଶ୍ରେଣୀ ପାଇଁ ଏକ ଟ୍ରାଇପଡ୍‌ ତିଆରି କରିଛନ୍ତି। ଯାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଶେୟାର ହୋଇଥିବା ଫଟୋକୁ ଲୋକେ ବେଶ୍‌ ପସନ୍ଦ କରିଛନ୍ତି।
ଟୁଇଟରରେ ଏକ ଫଟୋ ଶେୟାର କରି ଭାରତୀୟ ବନ ସେବା ଅଧିକାରୀ ସୁଦର୍ଶନ ରମଣ ଲେଖିଛନ୍ତି, ‘ଏହି ଫଟୋରେ ଅନେକ ସକାରାତ୍ମକତା ଏବଂ ଆଶା ଅଛି। ରସାୟନ ବିଜ୍ଞାନର ଏହି ଶିକ୍ଷୟିତ୍ରୀଙ୍କ ପ୍ରତିବଦ୍ଧତା ଦେଖନ୍ତୁ। ପ୍ରାୟ ଏକ ସପ୍ତାହ ପୂର୍ବରୁ ଶିକ୍ଷୟିତ୍ରୀ ମୌମିତା ବି ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ। ସେ ଲେଖିଛନ୍ତି, ‘ମୋ’ ପାଖରେ ଟ୍ରାଇପଡ୍‌ ନ ଥିବାରୁ ମୁଁ ମୋ’ ଘରୁ ଅନ୍‌ଲାଇନ୍‌ କ୍ଲାସ ନେବାକୁ ଏକ ଅଭିନବ ପ୍ରୟାସ କରିଥିଲି।
ସେ ନିଜ ଫୋନ୍‌କୁ ଏକ ହ୍ୟାଙ୍ଗରରେ ବାନ୍ଧି ରଖିଥିଲେ। ଏହାକୁ ଦଉଡ଼ି ସାହାଯ୍ୟରେ ଏକ ପ୍ଲାଷ୍ଟିକ ଚେୟାର ଏବଂ ଛାତରେ ବାନ୍ଧି ଟ୍ରାଇପଡ୍‌ ପ୍ରସ୍ତୁତ କଲେ। ତାଙ୍କର ଏହି ଭିଡିଓ ଲିଙ୍କ୍‌ଦିନ୍‌ରେ ଭାଇରାଲ ହୋଇଛି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ୬୦୦ରୁ ଅଧିକ ଲୋକ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି।
ଜଣେ ୟୁଜର ଲେଖିଛନ୍ତି, ମାଡାମ୍‌, ଏହା ଦେଖି ଆମେ ବୁଝିଗଲୁ ଯେ, ସମ୍ବଳ ସବୁ ସମସ୍ୟାର ସମାଧାନ କରେ ନାହିଁ । ଯଦି ଆମର ଏହା କରିବାକୁ ପ୍ରେରଣା ଅଛି, ତେବେ ସମସ୍ୟା ନିଜେ ସମାଧାନ କରିପାରିବେ। ଶିକ୍ଷୟିତ୍ରୀ ମୌମିତା ଏଥିରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେ ମୋର ଏକମାତ୍ର ଉଦ୍ଦେଶ୍ୟ ଥିଲା ଶ୍ରେଣୀଗୃହ ପରିବେଶ ସୃଷ୍ଟି କରିବା। ଯାହାଦ୍ୱାରା ବୋର୍ଡ ଛାତ୍ରୀଛାତ୍ରଙ୍କୁ ଭଲଭାବେ ଦେଖାଯିବ। ଫଳରେ ସେମାନେ ଉପକୃତ ହୋଇପାରିବେ।
ଟୁଇଟର୍‌ରେ ମଧ୍ୟ ଶିକ୍ଷୟିତ୍ରୀଙ୍କ ଏଭଳି ପ୍ରୟାସକୁ ଖୁବ୍‌ ପ୍ରଶଂସା କରାଯାଉଛି। ଜଣେ ୟୁଜର ଲେଖିଛନ୍ତି, ‘ମୁଁ ଜାଣେନା ଏହା କେଉଁଠାରେ ଘଟିଛି ଏବଂ କିଏ ଏହା କରିଛି। କିନ୍ତୁ ଏହି ଫଟୋ ମୋ’ ଆଖି ଖୋଲିଦେଇଛି। ଜଣେ ଶିକ୍ଷୟିତ୍ରୀ ଏପରି ଅନ୍‌ଲାଇନ୍‌ କ୍ଲାସ ନେବା ସ୍ବାଗତଯୋଗ୍ୟ। ସେହିପରି ବହୁ ୟୁଜର ଶିକ୍ଷୟିତ୍ରୀଙ୍କ ଏଭଳି ଶିକ୍ଷାଦାନକୁ ଢେର୍‌ ପ୍ରଂଶସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri