Posted inଖେଳ

ଅନ୍‌ଲାଇନ୍‌ ଜାତୀୟ ଉଷୁ ଚାମ୍ପିୟନଶିପ୍‌ ଆରମ୍ଭ

ଭୁବନେଶ୍ୱର, ୧୬।୫ (କ୍ରୀଡ଼ା ପ୍ରତିନିଧି):ସର୍ବପ୍ରଥମ ଅନ୍‌ଲାଇନ୍‌ ଜାତୀୟ ଉଷୁ ଚାମ୍ପିୟନଶିପ୍‌ ଶୁକ୍ରବାର ଆରମ୍ଭ ହୋଇଛି। ୧୮ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ପ୍ରତିଯୋଗିତା ସବ୍‌ଜୁନିୟର, ଜୁନିୟର ଓ ସିନିୟର କାଟେଗୋରିରେ ଅନୁଷ୍ଠିତ ହେଉଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ ରିଜିଜୁ ମୁଖ୍ୟଅତିଥି ଏବଂ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ ସଭାପତି ନରିନ୍ଦର ଧ୍ରୁବ ବାତ୍ରା ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି। ଉଷୁ ଆସୋସିଏଶନ ଅଫ୍‌ ଇଣ୍ଡିଆର ସଭାପତି ଭୁପିନ୍ଦର ସିଂ ବାଜୱା, ସାଧାରଣ ସମ୍ପାଦକ ଜିତେନ୍ଦର ସିଂ ବାଜୱା, କେନ୍ଦ୍ର କ୍ରୀଡ଼ା ସଚିବ ରବି ମିତ୍ତଲ, ଅନ୍ତର୍ଜାତୀୟ ଉଷୁ ଫେଡେରେଶନ ମହାସଚିବ ଝାଙ୍ଗ କ୍ବିପିଙ୍ଗ୍‌ ପ୍ରମୁଖ ଅନ୍ୟତମ ଅତିଥିଭାବେ ଯୋଗଦେଇ ନିଜ ନିଜର ମତ ରଖିଛନ୍ତି। କରୋନାଭାଇରସ୍‌ ସଂକ୍ରମଣଜନିତ ପ୍ରଭାବ ଯୋଗୁ ସ୍ବାଭାବିକଭାବେ ପ୍ରତିଯୋଗିତା ସମ୍ଭବ ହେଉ ନ ଥିବାରୁ ଏଥିରେ ଫାଇଟିଂ ଇଭେଣ୍ଟ ରହିନାହିଁି। ଅନ୍‌ଲାଇନ୍‌ରେ ଜୁମ୍‌ ଆପ୍‌ ମାଧ୍ୟମରେ କେବଳ ତାଓଲୁ(ପ୍ରଦର୍ଶନ ଇଭେଣ୍ଟ) ଅନୁଷ୍ଠିତ ହେଉଛି। ଦୀର୍ଘଦିନଧରି ଉଷୁରେ କୌଣସି ପ୍ରତିଯୋଗିତା ହୋଇ ନ ଥିବାବେଳେ ଏଥିରେ ୩୧ ରାଜ୍ୟ ଓ ଅନୁବନ୍ଧିତ ଅନୁଷ୍ଠାନର ୭୫୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି। ପ୍ରତିଯୋଗିତା ପାଇଁ ଓଡ଼ିଶାର ୧୯ ଖେଳାଳି ନାମ ପଞ୍ଜୀକୃତ କରିଛନ୍ତି। ଷ୍ଟ୍ରିମ୍‌ ଇଣ୍ଡିଆରେ ଚାମ୍ପିୟନଶିପ୍‌ର ଲାଇଭ୍‌ ଷ୍ଟ୍ରିମିଂ ଉପଲବ୍ଧ ହେଉଛି। ଉଷୁ ଆସୋସିଏଶନ ଅଫ୍‌ ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା ଚାମ୍ପିୟନଶିପ୍‌ର ଜଜ୍‌ ନିଯୁକ୍ତ ହୋଇଛନ୍ତି।
ଓଡ଼ିଶା ପ୍ରତିଯୋଗୀ: ଅଂଶୁପ୍ରିୟା ସଂଗ୍ରାମ ସିଂ, ଆଦିତ୍ୟ ଜେନା, ଆକାଂକ୍ଷିତା ଜେନା, ଅନିମେଷ ଧଳ ସାମନ୍ତ, ଅନୁଷ୍କା ପଟେଲ, ଆଶୁତୋଷ ମହାରଣା, ଚିରସ୍ମିତା ମହାନ୍ତି, ଗଣେଶ ସିଂ, ନୀତୀଶା ବାରିକ, ପ୍ରଦ୍ୟୁମ୍ନ କୁମାର ବେହେରା, ପ୍ରିୟମ୍ବଦା ପ୍ରଧାନ, ସାୟନ କୁମାର, ଶାଶ୍ୱତ ବେଉରା, ଶ୍ରେୟାସ କଳସ, ସ୍ନେହ ସାମନ୍ତରାୟ, ସୃଷ୍ଟି କଳସ, ସ୍ବାତୀ ଶ’, ସ୍ବୟଂଶୁ ପଣ୍ଡା, ଯଶସ୍ବିନୀ ମଲିକ ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri