ଅନ୍‌ଲାଇନ ବ୍ୟବସ୍ଥା ଦେଉଛି ଦୁଃଖ

ଝୁମ୍ପୁରା, ୧୦।୯(ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକର ଦୁର୍ଗମ ବଣପାହାଡ଼ ଘେରା ଇଲାକାରେ ଆଜି ବି ଟେଲି ଯୋଗାଯୋଗ ସୁବିଧା ଅପହଞ୍ଚ ହୋଇ ରହିଛି। ଦୁର୍ଗମ ଇଲାକାରେ ମୋବାଲ ଟାଓ୍ବାର ନ ଥିବାରୁ ନେଟ୍‌ଓ୍ବର୍କ ଆସୁ ନାହିଁ ା ଲୋକେ ମୋବାଇଲ ସେବା ପାଉ ନ ଥିବାରୁ ଏଯାଏ ମୋବାଇଲ ଫୋନ ବ୍ୟବହାର କରିପାରୁ ନାହାନ୍ତି। ଭୌଗୋଳିକ ସ୍ଥିତି ଓ ଭିତ୍ତିଭୂମି ପ୍ରତି ନଜର ନ ରଖି ସରକାର ଅନ୍‌ଲାଇନ୍‌ରେ ପିଡିଏସ୍‌ ଯୋଗାଣ ହେବ ବୋଲି ନିୟମ କରିଥିବାରୁ ବଣପାହାଡ଼ ଘେରା ଦୁର୍ଗମ ଇଲାକାବାସୀଙ୍କ ଦୁର୍ଦ୍ଦଶାର ସୀମା ରହୁ ନାହିଁ ା ଗହମ,ଚାଉଳ ଉଠାଇବା ଲାଗି ପୁଶ୍‌ ମେଶିନରେ ଆଙ୍ଗୁଠି ଛାପ ଦେବାକୁ ପଡ଼ିବ। କିନ୍ତୁ ନେଟ୍‌୍‌ ଆସୁ ନ ଥିବାରୁ ପଞ୍ଚାୟତ ଦାୟିତ୍ୱର ଥିବା ପିଇଓ କିମ୍ବା ଜିଆର୍‌ଏସ୍‌ ପୁଶ୍‌ ମେଶିିନ ଓ ଲାପଟପ୍‌ ଆଦି ନେଇ ପାହାଡ ଉପର କିମ୍ବା ନେଟ୍‌ ଆସୁଥିବା ଜାଗାକୁ ଯାଉଛନ୍ତି। ଗାଁ ଲୋକେ ତାଙ୍କ ପଛେ ପଛେ ଯାଇ ଟିପ ଚିହ୍ନ ଦେବା ପରେ ସେଠାରୁ ଚିରକୁଟି ଧରି ଫେରୁଛନ୍ତି। ଏହାକୁ ପଞ୍ଚାୟତ ଅଫିସରେ ଦେଖାଇ ମାସିକ ପିଡିଏସ ସାମଗ୍ରୀ ଉଠାଉଛନ୍ତି।
ଝୁମ୍ପୁରା ବ୍ଲକଠାରୁ ପ୍ରାୟ ୨୦ କି.ମି. ଦୂରରେ କୁଟୁଗାଁ ପଞ୍ଚାୟତବାସୀ ଏବେ ନେଟ୍‌ ସମସ୍ୟା ଯୋଗୁ ଅନ୍‌ ଲାଇନରେ ପିଡିଏସ ସାମଗ୍ରୀ ଉଠାଣରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ଲକ ଅଫିସଠାରୁ କୁଟୁଗାଁ ଗାଁ ଯାଏ ରାସ୍ତା ସୁବିଧା ଥିଲେ ମଧ୍ୟ ଏହା ଅଧୀନ ନାଉପାଣି, ଜୟପୁର, ହାତୀଦରୀ, ସାନ ଯୋଡ଼ା ଓ ଅନ୍ୟ ବହୁ ଆଦିବାସୀ ବସ୍ତିକୁ ରାସ୍ତା ନାହିଁ ା ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ଅଞ୍ଚଳବାସୀ ବିପିଏଲ କାର୍ଡ ପାଇଥିବାରୁ ସରକାରୀ ଯୋଜନାରେ କେତେକ ଗାଁକୁ ବିଜୁଳି ଯୋଗାଇ ଦିଆଯାଇଛି। କିନ୍ତୁ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ପାନୀୟ ଜଳ ଆଦି କ୍ଷେତ୍ରରେ ଏହି ଅଞ୍ଚଳ ପଛୁଆ ହୋଇ ରହିଛି। କୁଟୁଗାଁ ପଞ୍ଚାୟତରେ ମୋଟ ୧୦୨୫ ହିତାଧିକାରୀ ଅଛନ୍ତିି, ଯେଉଁମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ୧୬୦ କୁଇଣ୍ଟାଲ ଚାଉଳ, ୩ କୁଇଣ୍ଟାଲ ୪୩ କେଜି ଗହମ ଉଠାଇଥାନ୍ତି। ପଞ୍ଚାୟତରେ ଅନ୍ତ୍ୟୋଦ୍ୱୟ କାର୍ଡଧାରୀ ସଂଖ୍ୟା ୯୩ ଥିବାବେଳେ କେନ୍ଦ୍ରୀୟ ଯୋଜନାରେ ୮୮୧, ରାଜ୍ୟ ଖାଦ୍ୟ ନିରାପତ୍ତା କାର୍ଡ ଯୋଜନା ୪୬ଜଣ ଅଛନ୍ତି। ଏସବୁ ଗଁା ଗଣ୍ଡାକୁ ଚାରିପଟୁ ବଣପାହାଡ଼ ଘେରି ରହିଛି। ଲୋକଙ୍କୁ ଟେଲି ସେବା ଯୋଗାଇବା ଲାଗି ଏବେ କୁଟୁଗାଁ ନିକଟରେ ଏକ ଟାଓ୍ବାର ନିର୍ମାଣ କରାଯାଉଛି। ପୂର୍ବରୁ ଗାଁ ଲୋକଙ୍କୁ ଅଫ୍‌ ଲାନରେ ପିଡିଏସ ସାମଗ୍ରୀ ମିଳୁଥିଲା। ଏଭଳିି ବ୍ୟବସ୍ଥା ବନ୍ଦ ହୋଇ ଏବେ ଅନ୍‌ଲାଇନ ବ୍ୟବସ୍ଥା ହୋଇଛି। ନେଟ ଆସୁ ନ ଥିବାରୁ କୁଟୁଗାଁ ପଞ୍ଚାୟତର ଜିଆର୍‌ଏସ୍‌ ଜଗନ୍ନାଥ ସାଣ୍ଡିଲ ୫ କି.ମି. ଦୂର ଧାତିକା ଛକ ନିକଟକୁ ଯାଇ ସେଠାରେ ପୁଶ୍‌ ମେଶିିନରେ ଟିପଚିହ୍ନ ନେଉଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟଠାରୁ ଧାତିକା ଛକର ଦୂରତା ୫କି.ମି. ହେବ। କୁଟୁଗାଁ ପଞ୍ଚାୟତଠାରୁ ନାଉପାଣି, ଜୟପୁର, ହାତୀଦରୀ ଗ୍ରାମଗୁଡିକର ଦୂରତା ପ୍ରାୟ ୧୨କି.ମି.ରୁ ଊର୍ଦ୍ଧ୍ୱ। ଏତେ ଦୂର ଜଙ୍ଗଲ ରାସ୍ତା ପାର ହେବା ସାଙ୍ଗକୁ ହଇରାଣ ହୋଇ ପିଡିଏସ୍‌ ଆଣିବାକୁ ପଡୁଥିବାରୁ ହାତୀଦରୀ ଗ୍ରାମର ବାଲମା ମୁଣ୍ଡା,ପଦ୍ମା ମୁଣ୍ଡା, ସାବିତ୍ରୀ ମୁଣ୍ଡା, ବୁଦୁନୀ ମୁଣ୍ଡା, ଦସମା ମୁଣ୍ଡା ପ୍ରମୁଖ ନାଉପାଣି ଗ୍ରାମର ଚମ୍ପା ମୁଣ୍ଡା, ଲତା ମୁଣ୍ଡା, ସମାରି ମୁଣ୍ଡା ପ୍ରମୁଖ ସାନଯୋଡା ଗ୍ରାମର କାଇଁଚ ନାଏକ, ରଇବାରୀ ଦେହୁରୀ ପ୍ରମୁଖ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାର୍ଡଧାରୀଙ୍କ ଅଭିଯୋଗ ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମିଳା ଖମାରୀ ଏବଂ ଜିଆରଏସ ଜଗନ୍ନାଥ ସାଣ୍ଡିଲଙ୍କୁ ପଚାରିବାରୁ କହିଛନ୍ତି, ଏବେ ସବୁ କାମ ଅନ୍‌ଲାଇନରେ ହେଉଛି। ଏ ନେଇ ଉପରୁ ଯାହା ନିର୍ଦ୍ଦେଶ ଆସୁଛି, ଆମେ ପାଳନ କରୁଛୁ। କଚଟୁଗାଁଠାରୁ ୭ କି.ମି. ଦୂର ମଳଦା ପଞ୍ଚାୟତରେ ଟାଓ୍ବାର ଥିବାରୁ ଏଠାକାର କେତେକ ସ୍ଥାନରେ ନେଟ୍‌ ଉପଲବ୍ଧ ହେଉଛି। ଏ ସମ୍ପର୍କରେ ଯୋଗାଣ ଅଧିକାରୀ ସରିତା ମିର୍ଦ୍ଧା ଏବଂ ବିଡିଓ ଜୟଶ୍ରୀ ବେଉରାଙ୍କୁ ପଚାରିବାରୁ କିପରି ପିଡିଏସ ବଣ୍ଟନ ବ୍ୟବସ୍ଥାରେ ସୁଧାର ଆସିବ ତାହା ଆମେ ଅନୁଧ୍ୟାନ କରି ଦେଖୁଛୁ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ

କଟକ,୨୦।୨: କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ମେକାନିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପଞ୍ଚାୟତ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।…

ଆସିବ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା: ବଜେଟରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଶ୍ରୀମନ୍ଦିର ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ‘ସମର୍ପଣ’ ନାଁରେ…

ଭୁବନେଶ୍ୱର,୨୦।୨: ବିଧାନସଭାରେ ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri