ଅନ୍‌ଦେଖା କରୁଛେ ପର୍ଯ୍ୟଟନ ବିଭାଗ: ଅବହେଲିତ ଅବସ୍‌ତାରେ କରକ ଜଲପ୍ରପାତ

କୋକସରା, ୪।୧ (ଡି.ଏନ୍‌.ଏ.)-
ପାହାଡ଼ ଜଂଗଲ ଘେରା ପ୍ରାକୃତିକ ସୁଁଦରତାରେ ଭରପୁର କଳାହାଣ୍ଡି ଜିଲାରେ ରହିଛେ ଅନେକ ମନ୍‌ଲୁଭା ପର୍ଯ୍ୟଟନ ଥଲ। ଇଥ୍‌ରୁ କେତେ ରାଏଜ୍‌ ସରକାରକଁର ତରଫୁ ପର୍ଯ୍ୟଟନ ଥଲର ମାଏନ୍‌ତା ପାଇଥିଲାବେଲେ ଆରକେତେ ଆଏଜ୍‌ ବି ମାଏନ୍‌ତା ପାଏବାରୁ ବଁଚିତ୍‌ ହେଇ ରହିଛେ। ଅଂଚଲର ଏନ୍‌ତା ଗୁଟେ ମନ୍‌ଲୁଭା ପର୍ଯ୍ୟଟନ ଥଲ କରକ ଜଲପ୍ରପାତ ଆଏଜ୍‌ ବି ରାଏଜ୍‌ ସରକାରକଁର ମାଏନ୍‌ତାକେ ଟାକିଛେ।
ସୂଚନା ଅନ୍‌ସାରେ କୋକସରା ବ୍ଲକ ଆମପାଣି ପଁଚେତ୍‌ ସାହାଜଖୋଲ ଜଂଗଲ ତଥା ଜାତୀୟ ରାଜପଥ ୨୬ ଆମପାଣିରୁ ୫ କି.ମି. ଦୂରେ ରହିଛେ ଇ ଜଲପ୍ରପାତ। ହେଲେ ଦୁଖର କଥା ଆଏଜ୍‌ ବି ଇ ମନ୍‌ଲୁଭା ପର୍ଯ୍ୟଟନ ଥଲ ଜିଲା ପର୍ଯ୍ୟଟନ ବିଭାଗର ନଜର ବାହାରେ ରହିଛେ। ଇ ବାବ୍‌ଦେ ଅନେକ ସମିଆରେ ଭିନେ ଭିନେ ଗଣମାଧ୍ୟମରେ ଖବର ବି ବାହାରିଛେ। ହେଲେ ପର୍ଯ୍ୟଟନ ବିଭାଗ ତରଫୁ ଆଏଜ୍‌ତକ ଇତାର ବିକାଶ ଲାଗି କେହେନ୍‌ସି ଆଏଁଖ୍‌ ଦୁର୍‌ଶିଆ ପଦକ୍ଷେପ ନାଇଁ ନିଆଯାଇ। ଯେନ୍‌ଥିରଲାଗି ପିକ୍‌ନିକ ସମିଆ, ନୂଆବଛର୍‌ରେ ବାହାରୁ ଆସୁଥିବାର ପର୍ଯ୍ୟଟକମାନେ ବଡ଼ା ହଇରାନ ହରକତ ହେଉଛନ୍‌। ଇ ପର୍ଯ୍ୟଟନ ଥଲକେ ପର୍ଯ୍ୟଟକମାନକୁ ଯିବାକେ ହେଲେ ଆମପାଣିରୁ ଜାନିପଡ଼ା ଦେଇ ୨ରୁ ୩ କି.ମି. ମାଟି ରାସ୍‌ତାରେ ଚାଲିଚାଲି ଯିବାକେ ପଡ଼ୁଛେ। ଇଆଡ଼େ ରାଏଜ୍‌ ସରକାରକଁର ପର୍ଯ୍ୟଟନ ବିଭାଗ ପର୍ଯ୍ୟଟନ ଥଲମାନକର ବିକାଶ ଲାଗି ଟଁକା ଯୁଗେଇ ଦେଉଛନ୍‌। ସେ ହିସାବେ କଳାହାଣ୍ଡି ଜିଲା କୋକସରା ବ୍ଲକର ଗୁଡ଼ହାଣ୍ଡି, ଡୋକରୀଚଞ୍ଚରା ୧୨ ବଛର ତଲେ ପର୍ଯ୍ୟଟନ ଥଲର ମାଏନ୍‌ତା ପାଇଛେ। ହେଲେ ଆଏଜ୍‌ତକ ଇ ପର୍ଯ୍ୟଟନ ଥଲମାନକର ବିକାଶ ନାଇଁ ହେଇପାରି। କୋକସରା ବ୍ଲକରେ ଥିବାର ଏନ୍‌ତା ଅନେକ ପର୍ଯ୍ୟଟନ ଥଲକେ ପିକ୍‌ନିକ ସମିଆରେ ଜିଲା ଆର ପଡ଼ିଶା ଜିଲାମାନକରୁ ବନଭୁଜି କରବାକେ ଲୁକ୍‌କର ଧାର ଲମୁଛେ। ହେଲେ ସେ ହିସାବେ ଜିଲା ପରଶାସନ ଆର ପର୍ଯ୍ୟଟନ ବିଭାଗ ଇ ପର୍ଯ୍ୟଟନ ଥଲମାନକର ବିକାଶକେ ଗୁରୁତ୍‌ ନାଇଁଦେବାର। ପର୍ଯ୍ୟଟନ ଥଲମାନକର ବିକାଶ ଦିଗେ ଜିଲା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଦୁରୁଷ୍‌ଟି ଦେବାକେ ଅଂଚଲବାସୀ ଦାବି କରିଛନ୍‌। ସେନ୍‌ତା ଇ ବାବ୍‌ଦେ ଆମପାଣି ସରପଁଚ୍‌ ଟିକିଚନ୍ଦ୍ର ଧଙ୍ଗଡ଼ାମାଝିକୁଁ ପଚ୍‌ରାଲାରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ରାସ୍‌ତା କାମ୍‌ କେତେ ହେଇଛେ, ଅଲପ୍‌ ବାକି ରହିଛେ। ଆଏବା ବଛର ରାସ୍‌ତାର ଉନ୍‌ନତିକରନ କରାଯିବା ବଲି ସେ କହିଛନ୍‌। କରକ ଜଲପ୍ରପାତକେ ରାସ୍‌ତାର ବେବସ୍‌ତା ହେଲେ ଆଏବାର ଦିନେ ପର୍ଯ୍ୟଟକମାନକର ଆହୁରି ଭିଡ଼ ଜମ୍‌ବା ବଲି ବୁଧିଜୀବୀ ମହଲରେ ମତପରକାଶ ପାଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri