ଅନ୍ୟ କୋର୍ଟକୁ ମାମଲା ସ୍ଥାନାନ୍ତର ନିଷ୍ପତ୍ତି

ସମ୍ବଲପୁର,୧୫।୨ (ବ୍ୟୁରୋ): ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଚାଲି ଆସୁଥିବା ଆନ୍ଦୋଳନର ସମାଧାନ ହୋଇପାରୁନାହିଁ ।
ହେଲେ ରାଜ୍ୟ ସରକାର କୋର୍ଟରେ ଗଡୁଥିବା ମାମଲାଗୁଡିକ ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସମ୍ବଲପୁର ଜିଲାର ସମ୍ବଲପୁର ସମେତ କୁଚିଣ୍ଡା, ରେଢାଖୋଲ କୋର୍ଟର ମାମଲାଗୁଡିକ ଆବଶ୍ୟକ ହେଲେ ବରଗଡ କୋର୍ଟକୁ ସ୍ଥାନାନ୍ତରିତ ହେବ। ସେହିପରି ଦେବଗଡ଼ ଜିଲାର ମାମଲା କେନ୍ଦୁଝର କୋର୍ଟକୁ, ଝାରସୁଗୁଡ଼ା ଜିଲାର ମାମଲା ସୁନ୍ଦରଗଡ଼ କୋର୍ଟକୁ, ବଲାଙ୍ଗୀର କୋର୍ଟର ମାମଲା ଟିଟିଲାଗଡ଼ ଓ ସଇଁତଲା କୋର୍ଟକୁ ସ୍ଥାନାନ୍ତର କରାଯିବାକୁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ନିର୍ଦ୍ଦେଶ ଜାରି କରିଛନ୍ତି ା
ଏହାକୁ ସମ୍ବଲପୁର ଓକିଲ ସଂଘ ନାପସନ୍ଦ କରିଛି । ଏଭଳି ଘୋଷଣା ଆଇନଗତ ସଙ୍ଗତ ନୁହେଁ । ସରକାର ଭୟରେ ନିଜକୁ ବଞ୍ଚାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ପ୍ରତିଶ୍ରୁତି ଦେଇ ଠକି ଚାଲୁଥିଲେ ରାଜ୍ୟ ସରକାରଙ୍କ ଅଭିମୁଖ୍ୟ ଜଣାପଡିଯାଇଛି ବୋଲି ଜିଲା ଓକିଲ ସଂଘ କ୍ର୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ ବହିଦାର କହିଛନ୍ତି। କୌଣସି ମାମଲାକୁ ବାଧ୍ୟତାମୂଳକ ଅନ୍ୟ କୋର୍ଟକୁ ନିଆଯାଇ ପାରିବନାହିଁ। ଓକିଲଙ୍କୁ କେବଳ ଭୟଭୀତ କରି ମାନସିକ ଭାବେ ଦୁର୍ବଳ କରିବାକୁ ସରକାର ଏଭଳି ହୀନ ପ୍ରୟାସ କରିଛନ୍ତି। ହେଲେ ଆଉ ପଛକୁ ଫେରିବାର ନାହିଁ । ସରକାର ଜନମଙ୍ଗଳକାରୀ ନିଷ୍ପତ୍ତି ନେଇନାହାନ୍ତି । ଆମେ ସବୁ ସମସ୍ୟାର ସାମ୍‌ନା କରିବାକୁ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି। ଅନ୍ୟପଟେ ଜିଲା ସଭାପତି ବିଜିତେନ୍ଦ୍ରିୟ ପ୍ରଧାନ, ସୁରେଶ୍ୱର ମିଶ୍ର, ବିକାଶ ପ୍ରଧାନ, ଦୁଷ୍ମନ୍ତ ନାଏକଙ୍କ ସମେତ ସୁପ୍ରିମ୍‌କୋର୍ଟ ଓକିଲ ରେଣୁକା ସାହୁ, ସାଗର ପ୍ରଧାନ ଦିଲ୍ଲୀରେ ସୁପ୍ରିମକୋର୍ଟ ବାର୍‌ ସଭାପତି ଓ ସଦସ୍ୟଙ୍କ ସହିତ ଆଲୋଚନା କରିଛନ୍ତି ।
ଏ ସମ୍ପର୍କରେ ସୂଚନା ଦେଇ ସଭାପତି ପ୍ରଧାନ କହିଛନ୍ତି ଯେ, ସୁପ୍ରିମକୋର୍ଟ ବାର୍‌ ସଦସ୍ୟମାନେ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ରାଜ୍ୟ ସରକାର ନେଇଥିବା ଏଭଳି ନିଷ୍ପତ୍ତି ବିରୋଧରେ ଯାହା ପଦକ୍ଷେପ ଗ୍ରହଣ ନିଆଯିବ ସେମାନେ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଫେବୃୟାରୀ ୧୭ ତାରିଖ ସୁପ୍ରିମକୋର୍ଟ ବାର୍‌ ସଦସ୍ୟମାନେ ସର୍ବୋଚ୍ଚ ଅଦାଲତରେ ଏହାକୁ ନେଇ ଆବେଦନ ମଧ୍ୟ କରିବାର ରହିଛି ବୋଲି ସଭାପତି ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri