ଅନ୍ଧାରରେ ୬୫ ହଜାର କେନ୍ଦୁପତ୍ର ତୋଳାଳିଙ୍କ ଭାଗ୍ୟ

ଜୟପୁର,୧୯ା୫ଆଦିବାସୀଙ୍କ ପାଇଁ ଗ୍ରୀଷ୍ମକାଳୀନ ଆୟର ଅନ୍ୟତମ ମୁଖ୍ୟ ଉତ୍ସ ହେଉଛି କେନ୍ଦୁପତ୍ର। ପତ୍ର ସଂଗ୍ରହ କରି ତାହାକୁ ବିକି ଗୁଜୁରାଉ ମେଣ୍ଟାଉଥିବା ଆଦିବାସୀଙ୍କ ଏହି ଜୀବିକା କିନ୍ତୁ ବିଭିନ୍ନ କାରଣରୁ ପ୍ରଭାବିତ ହୋଇଛି । ଜୟପୁର ଡିଏଫ୍‌ଓ କେନ୍ଦୁପତ୍ର ବିଭାଗ ଅଧୀନରେ କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲା ରହିଛି । ଏହି ୩ଟି ଜିଲାରେ ୮ଟି ରେଞ୍ଜ ଥିବାବେଳେ ଏହା ଅଧୀନରେ ଥିବା ୬୫ ହଜାର କେନ୍ଦୁପତ୍ର ତୋଳାଳିଙ୍କ ଭାଗ୍ୟ ଏବେ ଅନ୍ଧାର ଆଡ଼କୁ ଠେଲି ହୋଇଯାଇଛି।
ଏବେ କେନ୍ଦୁପତ୍ର ଋତୁ ଚାଲିଛି। ଏପ୍ରିଲ ଓ ମେ ମାସରେ ସଂଗୃହୀତ ହେଉଥିବା କେନ୍ଦୁପତ୍ର ବିଡି ତିଆରି କାମରେ ଲାଗେ। ଅବିଭକ୍ତ କୋରାପୁଟ ଜିଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଆଦିବାସୀ କେନ୍ଦୁପତ୍ର ସଂଗ୍ରହ କରି କେନ୍ଦୁପତ୍ର ଡିଭିଜନକୁ ଦେଇଥାନ୍ତି। ଡିଭିଜନ ତୋଳାଳିଙ୍କଠାରୁ କେନ୍ଦୁପତ୍ର ସଂଗ୍ରହ କରିବା ପରେ ଓଏଫ୍‌ଡିସି ଏହାକୁ ଟେଣ୍ଡର ଜରିଆରେ ବିକ୍ରି କରିଥାଏ । ୨୦୧୮ରେ ୬୫ ହଜାର ବ୍ୟାଗ, ୨୦୧୯ରେ ୭୫ ହଜାର ବ୍ୟାଗ୍‌ କେନ୍ଦୁପତ୍ର ବିକ୍ରି ହୋଇଛି। ୨୦୧୭ରେ ଓଏଫ୍‌ଡିସି ଜୟପୁର ଡିଭିଜନ ଏଥିରୁ ୪୭ କୋଟି ଲାଭ କରିଥିବା ବେଳେ ୨୦୧୮ରେ ଲାଭ ଖସିଆସି ୩୦ କୋଟିରେ ପହଞ୍ଚତ୍ଥିଲା। ୨୦୧୯ରେ ୩୦ କୋଟି ଲାଭ ହେବ କି ନା, ତାହା ଅନିଶ୍ଚିତତା ଭିତରେ ରହିଛି। ୨୦୧୮ରେ ଲାଭ ୧୫ କୋଟି କମ୍‌ ହୋଇଥିବାରୁ କେନ୍ଦୁପତ୍ର ତୋଳାଳିଙ୍କ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଛାତ୍ର ବୃତ୍ତିକୁ ରାଜ୍ୟ ସରକାର ବନ୍ଦ କରିଛନ୍ତି । ଏହି ଲାଭକୁ ଦେଖିବା ପରେ ହିଁ ସରକାର ତୋଳାଳିଙ୍କ ପାଇଁ ଜୋତା, ଛତା, ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ସେମାନଙ୍କ ପିଲାଙ୍କୁ ବୃତ୍ତି ଭଳି କଲ୍ୟାଣକାରୀ ବ୍ୟବସ୍ଥା କରିଥିଲେ। ଲାଭ କମିଲେ ଓଏଫଡିସି ଆର୍ଥତ୍କ କ୍ଷତି ସହିବା ସହ ଉପରୋକ୍ତ କଲ୍ୟାଣକାରୀ ଯୋଜନା ମଧ୍ୟ ଅପସାରିତ ହେଉଛି। ୨୦୧୭ରେ କେନ୍ଦ୍ର ସରକାର ଜିଏସ୍‌ଟିରେ ୧୮ ପ୍ରତିଶତ ଶୁଳ୍କ ଲାଗୁ କଲେ ା ଆଗରୁ ଭାଟ୍‌ ୫ ପ୍ରତିଶତ ରହିଥିଲା । ଜିଏସ୍‌ଟି ଲାଗୁ ହେବା ପରେ କେନ୍ଦୁପତ୍ର କିଣିବାକୁ କେହି ଆଗ୍ରହ ଦେଖାଉନାହାନ୍ତି। ୨୦୧୮ ଅକ୍ଟୋବରରେ ମୁଖ୍ୟମନ୍ତ୍ରୀ ଜିଏସ୍‌ଟି ହ୍ରାସ ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ମଧ୍ୟ କିଛି ଫଳ ମିଳିନାହିଁ।
ଅବିଭକ୍ତ କୋରାପୁଟର କେନ୍ଦୁପତ୍ର ଛତିଶଗଡ଼, ପଶ୍ଚିମବଙ୍ଗକୁ ପଠାଯାଏ। ସେଠାରୁ ଶ୍ରୀଲଙ୍କା, ସୁଇଜରଲାଣ୍ଡ, ସାଉଦିଆରବ, ପାକିସ୍ତାନ ଭଳି ଦେଶକୁ ଏହା ରପ୍ତାନି କରାଯାଏ। ବ୍ୟବସାୟୀମାନେ ଟେଣ୍ଡର ଜରିଆରେ କେନ୍ଦୁପତ୍ର କିଣି ପଶ୍ଚିମବଙ୍ଗ ପଠାଇଥାନ୍ତି ା ଜିଏସ୍‌ଟି ଲାଗୁ ହେବା ଫଳରେ ବହୁ ବ୍ୟବସାୟୀ ଏଥିରୁ ମୁହଁ ଫେରାଇ ନେଇଥିବା ଛତିଶଗଡ଼ର ବ୍ୟବସାୟୀ ରାମଚନ୍ଦ୍ର ଚିନ୍ଦା କହିଛନ୍ତି। ପ୍ରତ୍ୟେକ ବିଡା ବା କେରିରେ ୪୦ଟି କେନ୍ଦୁପତ୍ର ଥାଏ। ୧୨୫୦ଟି କେରିକୁ ନେଇ ଗୋଟିଏ ଷ୍ଟାଣ୍ଡାର୍ଡ ବ୍ୟାଗ୍‌ ହୁଏ। ୨୦୧୭ରେ ଓଏଫ୍‌ଡିସି ଷ୍ଟାଣ୍ଡାର୍ଡ ବ୍ୟାଗ୍‌ ପିଛା ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ବେଳେ ୨୦୧୮ରେ ଦର ଖସିଆସି ୫ରୁ ୬ ହଜାର ଟଙ୍କାରେ ପହଞ୍ଚତ୍ଥିଲା। ୨୦୧୯ରେ ୩ରୁ ୪ ହଜାର ଟଙ୍କାରେ ବିକ୍ରି ହେଉଛି ଷ୍ଟାଣ୍ଡାର୍ଡ ବ୍ୟାଗ୍‌। ବ୍ୟବସାୟୀ ମୁହଁ ଫେରାଇନେବା ବେଳେ ଦଲାଲମାନେ ସକ୍ରିୟ ହୋଇ କେନ୍ଦୁପତ୍ରର ଚୋରା ଚାଲାଣ ଚଳାଇଛନ୍ତି। କିଛିଦିନ ତଳେ ମାଲକାନଗିରିରୁ ଏହା ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବା ଖବର ପାଇ ଆୟକର ବିଭାଗ ଦୁଇଟି ଟ୍ରକ୍‌ ଅଟକ ରଖିଥିଲା। ଏପଟେ ଚୋରା ଚାଲାଣ ସେପଟେ ଦର କମିବା ଦ୍ୱାରା ୬୫ ହଜାର କେନ୍ଦୁପତ୍ର ତୋଳାଳିଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗଛରୁ ପଡ଼ି ଯୁବକ ଗୁରୁତର : ରାସ୍ତା ଦେଇ ଆସୁଥିବା ଆଇଟିଡିଏ ଅଧିକାରୀ…

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ଆମ୍ବ ଗଛରୁ ପଡ଼ି ସୋମବାର ଜଣେ…

ନିୟମଗିରି ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସମସ୍ୟା ବୁଝିଲେ ଜିଲାପାଳ

କଲ୍ୟାଣସିଂହପୁର,୧୪।୪ (ଦୀପକ କୁମାର ପରିଡା): ରାୟଗଡା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି ସୋମବାର କଲ୍ୟାଣସିଂହପୁର ବ୍ଲକ୍‌ ପାର୍ସଲି ପଞ୍ଚାୟତର ନିୟମଗିରି ପାହାଡ଼ରେ ଥିବା ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି…

ସରିଥିଲା ନିର୍ବନ୍ଧ ହୋଇଥାନ୍ତା ବାହାଘର: ହେଲେ ଜନ୍ମଦିନରେ ଜଳିଲା ଜୁଇ

ଟିକିରି,୧୪।୪ (ପ୍ରଫୁଲ୍ଲ କୁମାର ବେହେରା): ସୋମବାର ପାଳନ କରିଥାନ୍ତେ ୨୮ ତମ ଜନ୍ମଦିନ। ହେଲେ ବିଧିର ବିଧାନ କିଛି ଥିଲା ଅଲଗା । ଜନ୍ମଦିନ ପାଳନ କରିବା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ଗାଁରେ ନଛାଡି ବାଟରେ ମୃତଦେହ ଓହ୍ଲାଇଦେଲା ଆମ୍ବୁଲାନ୍ସ, ରାସ୍ତା ନ ଥିବାରୁ କାନ୍ଧରେ ବୋହିଲେ ଗ୍ରାମବାସୀ

ଗୁଡାରି,୧୩ା୪( ପ୍ରମୋଦ କୁମାର ପତି ): ଡାକ୍ତରଖାନାରୁ ମୃତଦେହ ଗ୍ରାମକୁ ନେଲାନି ଆମ୍ବୁଲାନ୍ସ । ରାସ୍ତା ଖରାପ ଯାଇହେବନି କହି ମୃତଦେହ ଓହ୍ଲାଇ ଦେଲା ଗ୍ରାମଠାରୁ ୩…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri